Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:9 - ପବିତ୍ର ବାଇବଲ (CL) NT (BSI)

9 ଆମେ ପୂବେ ଏହା କହିଥିଲୁ ଏବଂ ବର୍ତ୍ତମାନ ମୁଁ ପୁଣି ଥରେ କହୁଛି, ତୁମ୍ଭେମାନେ ଯେଉଁ ସୁସମାଚାର ଗ୍ରହଣ କରିଛ, ତାହାଠାରୁ ଭିନ୍ନ କୌଣସି ସୁସମାଚାର ଯଦି କେହି ପ୍ରଚାର କରେ, ତେବେ ସେ ନରକରେ ଶାସ୍ତି ଭୋଗ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତଦ୍ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ।

Gade chapit la Kopi

ଓଡିଆ ବାଇବେଲ

9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ।

Gade chapit la Kopi

ପବିତ୍ର ବାଇବଲ

9 ଏହା ମୁଁ ଆଗରୁ କହିଥିଲି, ଏବେ ପୁନର୍ବାର କହୁଛି, ତୁମ୍ଭେମାନେ ପୂର୍ବରୁ ପ୍ରକୃତ ସୁସମାଗ୍ଭର ଗ୍ରହଣ କରି ସାରିଛ। ଯଦି ପରିତ୍ରାଣ ପାଇଁ କେହି ବ୍ୟକ୍ତି କିଛି ଅନ୍ୟ ଉପାୟ ବିଷୟରେ କହେ ତା'ହେଲେ ସେ ଦଣ୍ଡ ଓ ନିନ୍ଦାର ପାତ୍ର ଅଟେ।

Gade chapit la Kopi




ଗାଲାତୀୟ 1:9
13 Referans Kwoze  

ଭାଇମାନେ, ଅନୁନୟ କରୁଛି, ତୁମେ ଗ୍ରହର କରିଥିବା ଶିକ୍ଷାର ବିରୋଧ କରି ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ଦୂରେଇ ରୁହ।


ମୁଁକଣ ଅନିଶ୍ଚିତ ଭାବରେ ଏହି କାର୍ଯ୍ୟସୂଚୀ ପ୍ରସ୍ଥତ କରିଥିଲି? ଯେଉଁମାନେ ଏକ ସଙ୍ଗରେ “ହଁ, ହଁ” ଓ “ନା, ନା” କରନ୍ତି, ସେମାନଙ୍କ ପରି କଅଣ ମୁଁ ନିଜର ସ୍ୱାର୍ଥସିଦ୍ଧି ପାଇଁ ମୋର କାର୍ଯ୍ୟକ୍ରମ କରିଥ।।ଏ?


ପରିଶେଷରେ ଭାଇମାନେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଆନନ୍ଦିତ ହୁଅ। ପୂର୍ବରୁ ଯାହା ଲେଖିଛି, ତାହାର ପୁନରୁକ୍ତି କରିବାକୁ ମୁଁ କ୍ଲାନ୍ତିକର ମନେ କରୁ ନାହିଁ, କାରଣ ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଏହା ସାହାଯ୍ୟ କରିବ।


ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”


ସେଠାରେ କିଛିଦିନ କଟାଇବା ପରେ ସେ ପୁଣି ଯାତ୍ରା କରି ଗାଲାତୀୟ ଓ ଫ୍ରିଜିୟା ଅଞ୍ଚଳ ମଧ୍ୟ ଦେଇ ଗଲେ ଓ ବାଟରେ ବିଶ୍ୱାସୀମାନଙ୍କୁ ସେମାନଙ୍କ ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କଲେ।


ମୋ’ ସ୍ୱଜାତି ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ମୁଁ ଇଚ୍ଛୁକ, କାରଣ ସେମାନେ ଈଶ୍ୱରଙ୍କ ଲୋକ।


Swiv nou:

Piblisite


Piblisite