Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:23 - ପବିତ୍ର ବାଇବଲ (CL) NT (BSI)

23 ମୋ’ ସମ୍ପର୍କରେ ଅନ୍ୟମାନେ ଯାହା କହିଥିଲେ, ସେମାନେ କେବଳ ସେତିକି ଜାଣିଥିଲେ। ଅନ୍ୟମାନଙ୍କଠାରୁ ସେମାନେ ଶୁଣିଥିଲେ, “ଯେଉଁ ବ୍ୟକ୍ତି ଆମକୁ ତାଡ଼ନା କରୁଥିଲେ ଓ ଏକଦା ଆମ ଧର୍ମକୁ ଧ୍ୱଂସ କରି ଦେବାକୁ ଚେଷ୍ଟା କରୁଥିଲେ, ବର୍ତ୍ତମାନ ସେ ସେହି ଧର୍ମ ପ୍ରଚାର କରୁଅଛନ୍ତି!”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ସେମାନେ କେବଳ ଶୁଣୁଥିଲେ, ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ଵାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

23 ସେମାନେ କେବଳ ଶୁଣୁଥିଲେ, ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେମାନେ କେବଳ ଶୁଣୁଥିଲେ, ଏବଂ ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ଏବଂ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ସେ ଏବେ ସୁସମାଚାର ପ୍ରଚାର କରୁଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ

23 ସେମାନେ କେବଳ ମୋ’ ବିଷୟରେ ଶୁଣିଥିଲେ ଯେ, “ପୂର୍ବରୁ ଏହି ଲୋକ ମଣ୍ଡଳୀକୁ ତାଡ଼ନା କରୁଥିଲା, ଏବେ ସେ ଖ୍ରୀଷ୍ଟଙ୍କ ବିଶ୍ୱାସମତକୁ ପ୍ରଗ୍ଭର କରୁଅଛି, ଯାହାକୁ ସେ ପୂର୍ବରୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲା।”

Gade chapit la Kopi




ଗାଲାତୀୟ 1:23
9 Referans Kwoze  

ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।


ସେ ସିଧାସଳଖ ଉପାସନା ମନ୍ଦିରଗୁଡ଼ିକୁ ଯାଇ, ଯୀଶୁ ଯେ ଈଶ୍ୱରଙ୍କ ପୁତ୍ର, ଏ କଥା ପ୍ରଚାର କରିବାକୁ ଲାଗିଲେ।


ଶାଉଲ ଯିରୂଶାଲମକୁ ଯାଇ ଶିଷ୍ୟମାନଙ୍କ ସହିତ ଯୋଗ ଦେବା ପାଇଁ ଚେଷ୍ଟା କଲେ। କିନ୍ତୁ ସେ ଜଣେ ଶିଷ୍ୟ ବୋଲି ସେମାନେ ଆଦୌ ବିଶ୍ୱାସ କଲେ ନାହିଁ। ସମସ୍ତେ ତାଙ୍କୁ ଭୟ କରୁଥିଲେ।


ଏହିପରି ଭାବରେ ଈଶ୍ୱରଙ୍କ ବାକ୍ୟ ପ୍ରସାର ଲାଭ କଲା। ଯିରୂଶାଲମରେ ଶିଷ୍ୟମାନଙ୍କ ସଂଖ୍ୟା ଅଧିକରୁ ଅଧିକ ବଢ଼ିବାକୁ ଲାଗିଲା; ବହୁସଂଖ୍ୟକ ଯାଜକ ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀ ହେଲେ।


ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ଆଚମ୍ବିତ ହୋଇ ପଚାରିଲେ, “”ଯିରୂଶାଲମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା, ଏ କ’ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇ ଯିବା ଉଦ୍ଦେଶ୍ୟରେ ସେ କ’ଣ ଏଠାକୁ ଆସି ନ ଥିଲା?”


କେତେକ ଭ୍ରମଣକାରୀ ଇହୁଦୀ ଭୁତୁଡ଼ିଆ ମଧ୍ୟ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରି ଭୂତ ଛଡ଼ାଇବାକୁ ଚେଷ୍ଟା କଲେ। ସେମାନେ ପ୍ରେତାତ୍ମାମାନଙ୍କୁ କହୁଥିଲେ, “ପାଉଲ ପ୍ରଚାର କରୁଥିବା ଯୀଶୁଙ୍କ ନାମରେ ମୁଁ ତୋତେ ଆଦେଶ ଦେଉଛି।”


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


Swiv nou:

Piblisite


Piblisite