Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:21 - ପବିତ୍ର ବାଇବଲ (CL) NT (BSI)

21 ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପରେ ମୁଁ ସୁରିଆ ଓ କିଲିକିଆ ଅଞ୍ଚଳକୁ ଗଲି।

Gade chapit la Kopi

ଓଡିଆ ବାଇବେଲ

21 ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି।

Gade chapit la Kopi

ପବିତ୍ର ବାଇବଲ

21 ତା'ପରେ ମୁଁ ସୁରିଆ ଓ କିଲିକିୟା ଅଞ୍ଚଳଗୁଡ଼ିକୁ ଗଲି।

Gade chapit la Kopi




ଗାଲାତୀୟ 1:21
12 Referans Kwoze  

ସେ ମଣ୍ଡଳୀଗୁଡ଼ିକୁ ବଳିଷ୍ଠ କରି ସିରିଆ ଓ ସିଲିଷୀଆ ମଧ୍ୟ ଦେଇ ଯାତ୍ରା କଲେ।


ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।


କିନ୍ତୁ କୁରୀଣୀ ଓ ଆଲେକ୍ଜାଣ୍ଡ୍ରିଆର କ୍ରୀତଦାସତ୍ୱରୁ ମୁକ୍ତ ହୋଇଥିବା ଇହୁଦୀମାନଙ୍କୁ ନେଇ ଗଠିତ ସମାଜ ଗୃହର କେତେକ ସ୍ତିଫାନଙ୍କ ବିରୁଦ୍ଧାଚରଣ କଲେ। ସେମାନେ ଏବଂ କିଲିକିୟା ଓ ଆସିଆ ଦେଶର ଅନ୍ୟ ଇହୁଦୀମାନେ ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ।


ବିଶ୍ୱାସୀମାନେ ନିମ୍ନଲିଖିତ ପତ୍ରଟି ଏହି ଦୁଇଜଣଙ୍କ ହାତରେ ପଠାଇଲେ। “ଆଣ୍ଟିୟୋଖ, ସିରିଆ ଓ ସିଲିଷୀଆର ଅଣଇହୁଦୀମାନଙ୍କ ମଧ୍ୟରୁ ଆସିଥିବା ଭାଇମାନଙ୍କୁ ପ୍ରେରିତ ଶିଷ୍ୟମାନେ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନେ ନମସ୍କାର ଜଣାଉଛନ୍ତି।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।


ତା’ପରେ ସାଇପ୍ରସ୍ ଦେଖାଯାଉଥିବା ଗୋଟିଏ ସ୍ଥାନରେ ପହଞ୍ଚିଲୁ। ସେଠାରୁ ତାହାର ଦକ୍ଷିଣ ଦିଗ ଦେଇ ଆମେ ସିରିଆକୁ ଗଲୁ। ଆମ୍ଭେମାନେ ଟାୟର୍ରେ ଜାହାଜରୁ ଓହ୍ଲାଇଲୁ, କାରଣ ଏହି ଜାହାଜରୁ ମାଲ୍ପତ୍ର ଖଲାସ ହେବାର ଥିଲା।


ପାଉଲ କରିନ୍ଥରେ ବିଶ୍ୱାସୀମାନଙ୍କ ସହିତ ଅନେକ ଦିନ ବାସ କଲେ। ତା’ପରେ ସେମାନଙ୍କୁ ଛାଡ଼ି ପ୍ରିସ୍କିଲା ଓ ଆକ୍ୱିଲାଙ୍କ ସହିତ ସିରିଆ ଅଭିମୁଖେ ଜଳଯାତ୍ରା କଲେ। ସେଂକ୍ରିୟାରୁ ଜଳଯାତ୍ରା ଆରମ୍ଭ କରିବା ପୂର୍ବରୁ ତାଙ୍କ ଏକ ମାନତ ଅନୁଯାୟୀ ସେ ତାଙ୍କ ମସ୍ତକ ମୁଣ୍ଡନ କଲେ।


ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ।


Swiv nou:

Piblisite


Piblisite