Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:17 - ପବିତ୍ର ବାଇବଲ (CL) NT (BSI)

17 ଏପରି କି ମୋ’ ପୂର୍ବରୁ ଯେଉଁମାନେ ପ୍ରେରିତ ଶିଷ୍ୟ ହୋଇଥିଲେ, ସେମାନଙ୍କ ସଙ୍ଗେ ସୁଦ୍ଧା ସାକ୍ଷାତ କରିବାକୁ ଯିରୁଶାଲମ ଯାଇ ନ ଥିଲି। ବରଂ ମୁଁ ସଙ୍ଗେ ସଙ୍ଗେ ଆରବ ଦେଶକୁ ଯାଇଥିଢ଼ଲି ଏବଂ ତା’ପରେ ଦାମାସସ୍କୁ ଫେରି ଆସିଥିଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି; ପୁନଶ୍ଚ ମୁଁ ଦାମାସ୍କସ୍କୁ ବାହୁଡ଼ି ଆସିଲି।

Gade chapit la Kopi

ଓଡିଆ ବାଇବେଲ

17 କିଅବା ମୋ' ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେସକକୁ ବାହୁଡ଼ି ଆସିଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମ ସହରକୁ ନ ଯାଇ ସେହିକ୍ଷଣି ଆରବ ଦେଶକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେଶକ ସହରକୁ ବାହୁଡ଼ି ଆସିଲି।

Gade chapit la Kopi

ପବିତ୍ର ବାଇବଲ

17 ମୋ’ ଆଗରୁ ପ୍ରେରିତ ହୋଇ ସାରିଥିବା ଯିରୁଶାଲମର ପ୍ରେରିତମାନଙ୍କ ପାଖକୁ ମୁଁ ଗଲି ନାହିଁ। କିନ୍ତୁ ଅପେକ୍ଷା ନ କରି ମୁଁ ପ୍ରଥମେ ଆରବ ଗଲି ଓ ତା'ପରେ ଦମ୍ମେସକ ନଗରକୁ ଫେରିଗଲି।

Gade chapit la Kopi




ଗାଲାତୀୟ 1:17
7 Referans Kwoze  

ଏହାର ତିନି ବର୍ଷ ପରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୁଶାଲମକୁ ଗଲି ଏବଂ ତାଙ୍କ ସଙ୍ଗେ ଦୁଇ ସପ୍ତାହ ରହିଥିଲି।


ଦାମାସ୍କସ୍ର ଉପାସନା ଗୃହମାନଙ୍କରେ ପ୍ରଭୁଙ୍କ ଅନୁଗାମୀମାନଙ୍କୁ ପାଇଲେ ବନ୍ଦୀ କରି ଯିରୂଶାଲମକୁ ଧରି ଆଣିବା ପାଇଁ ପ୍ରଧାନ ଯାଜକଠାରୁ ଅନୁମତି ପତ୍ର ପାଇଲେ।


ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।


ଦାମାସ୍କସ୍ରେ ହନନିୟ ନାମକ ଜଣେ ଖ୍ରୀଷ୍ଟିୟାନ ଥିଲେ। ସେ ଏକ ଦର୍ଶନ ପାଇଲେ, ପ୍ରଭୁ ତାଙ୍କୁ କହିଲେ, “ହନନିୟ!” ସେ ଉତ୍ତର ଦେଲେ, “ହେ ପ୍ରଭୁ କହନ୍ତୁ।”


ସେ ଉଠି ଜଳଦୀକ୍ଷା ଗ୍ରହଣ କଲେ ଓ ଭୋଜନ ପାନ କରି ବଳ ପାଇଲେ। ଶାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ଦାମାସ୍କସ୍ରେ କିଛି ଦିନ ରହିଲେ।


Swiv nou:

Piblisite


Piblisite