Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:8 - ପବିତ୍ର ବାଇବଲ (CL) NT (BSI)

8 ମନେରଖ, ସେ କ୍ରୀତଦାସ ହେଉ ବା ସ୍ୱାଧୀନ ହେଉ - ପ୍ରଭୁ ପ୍ରତ୍ୟେକ ଲୋକକୁ ତାହାର ସତ୍କାର୍ଯ୍ୟ ନିମନ୍ତେ ପୁରସ୍କାର ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ଵଚ୍ଛନ୍ଦରେ ସେବା କର।

Gade chapit la Kopi

ଓଡିଆ ବାଇବେଲ

8 ଏହା ଜାଣି ମନୁଷ୍ୟର ସେବା କଲାପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲାପରି ସ୍ୱଚ୍ଛନ୍ଦରେ ସେବା କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏହା ଜାଣି ମନୁଷ୍ୟର ସେବା କଲା ପରି ନୁହେଁ, ମାତ୍ର ପ୍ରଭୁଙ୍କ ସେବା କଲା ପରି ସ୍ୱଚ୍ଛନ୍ଦରେ ସେବା କର।

Gade chapit la Kopi

ପବିତ୍ର ବାଇବଲ

8 ମନେରଖ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଉତ୍ତମ କାର୍ଯ୍ୟ କରିଥିବା ହେତୁ ପରମେଶ୍ୱର ପୁରସ୍କାର ଦେବେ। ଦାସ ହେଉ କି ସ୍ୱାଧୀନ ହେଉ, ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତମ କାର୍ଯ୍ୟ ନିମନ୍ତେ ପୁରସ୍କୃତ ହେବ।

Gade chapit la Kopi




ଏଫିସୀୟ 6:8
20 Referans Kwoze  

ମନେରଖ, ଈଶ୍ୱର ତାଙ୍କ ଲୋକମାନଙ୍କ ପାଇଁ ଯାହା ରଖିଛନ୍ତି, ତାହା ସେ ତୁମକୁ ପୁରସ୍କାର ସ୍ୱରୂପେ ଦେବେ। କାରଣ ଖ୍ରୀଷ୍ଟ ହିଁ ତୁମର ପ୍ରକୃତ ପ୍ରଭୁ, ଯାହାଙ୍କର ସେବା ତୁମେ କରୁଛ।


ତା’ହେଲେ, ତୁମେ ଆଶୀର୍ବାଦ ପାଇବ, କାରଣ ପ୍ରତିଦାନ ଦେବାକୁ ସେମାନେ ଅକ୍ଷମ। ଧାର୍ମିକ ଲୋକାମନେ ମୃତ୍ୟୁରୁ ଉଠିବା ଦିନ ଈଶ୍ୱର ତୁମକୁ ପ୍ରତିଦାନ ଦେବେ।”


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ତୁମର ଏହି ଦାନ ଗୋପନରେ ହୋଇଥିଲେ ସୁଦ୍ଧା ତୁମର ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।


ତେଣୁ ସାହସ ହରାଅ ନାହିଁ, କାଣ ସତ୍ସାହସର ମହାପୁରସ୍କାର ଅଛି।


ସେ ମିସର ଦେଶର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ମସୀହଙ୍କ ନିମନ୍ତେ ଘୃରିତ ହେବା ଶ୍ରେୟସ୍କର ମନେ କରିଥିଲେ, କାରଣ ଭାବବୀ ପୁରସ୍କାର ପ୍ରତି ତାଙ୍କର ଲକ୍ଷ୍ୟ ଥିଲା।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


“ଲୋକମାନଙ୍କୁ ଦେଖାଇବା ପାଇଁ ସର୍ବସାଧାରଣରେ ଧର୍ମକର୍ମ କର ନାହିଁ। ତାହା କଲେ ପିତା ଈଶ୍ୱରଙ୍କଠାରୁ ତୁମେ ପୁରସ୍କାର ପାଇବ ନାହିଁ।


ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।


ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।


ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।


ଆଉ ପ୍ରତ୍ୟେକ ଦୁଷ୍କର୍ମକାରୀ ତା’ର ଅପକର୍ମ ନିମନ୍ତେ ଫଳ ପାଇବ, କାରଣ ଈଶ୍ୱର ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି।


ସେମାନେ ଉତ୍ତର ଦେଲେ, ‘କେହି ତ ଆମକୁ କାମରେ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲା, ‘ଆଚ୍ଛା, ତେବେ ତୁମେ ସବୁ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର।’


Swiv nou:

Piblisite


Piblisite