Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:6 - ପବିତ୍ର ବାଇବଲ (CL) NT (BSI)

6 କେବଳ ମୁନିବ ତୁମକୁ ଲକ୍ଷ୍ୟ କରୁଥିବା ସମୟରେ ତାଙ୍କର ସନ୍ତୋଷଭାଜନ ହେବା ପାଇଁ ଏହା ନ କରି, ଖ୍ରୀଷ୍ଟଙ୍କ କ୍ରୀତଦାସ ରୂପେ ତୁମର ସମସ୍ତ ହୃଦୟ ଦେଇ ଈଶ୍ୱରଙ୍କ ଇଚ୍ଛା ସାଧନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ଵରଙ୍କ ଇଚ୍ଛା ସାଧନ କର।

Gade chapit la Kopi

ଓଡିଆ ବାଇବେଲ

6 ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଚ୍ଛା ସାଧନ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ବରଙ୍କ ଇଚ୍ଛା ସାଧନ କର।

Gade chapit la Kopi

ପବିତ୍ର ବାଇବଲ

6 ମାଲିକ ଉପସ୍ଥିତ ଥିଲାବେଳେ ତୁମ୍ଭେ ସେମାନଙ୍କୁ ଖୁସୀ କରିବା ପାଇଁ କେବଳ ଆଜ୍ଞା ପାଳନ କଲେ ହେବ ନାହିଁ, ମାତ୍ର ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ବିଶ୍ୱସ୍ତ ଭାବରେ ସବୁ ସମୟରେ କରିବାକୁ ହେବ। ତୁମ୍ଭେ ଯେପରି ଖ୍ରୀଷ୍ଟଙ୍କର ବାଧ୍ୟ ହୋଇଛ, ଠିକ୍ ସେହିପରି ନିଜ ମାଲିକମାନଙ୍କର ମଧ୍ୟ ବାଧ୍ୟ ହେବ। ସମ୍ପୂର୍ଣ୍ଣ ହୃଦୟର ସହିତ ଯାହା ପରମେଶ୍ୱର ଗ୍ଭହାନ୍ତି, ତୁମ୍ଭେ ତାହା କରିବ।

Gade chapit la Kopi




ଏଫିସୀୟ 6:6
20 Referans Kwoze  

କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।


ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।


ନିର୍ବୋଧମାନଙ୍କ ପରି ହୁଅ ନାହିଁ, କିନ୍ତୁ ପ୍ରଭୁଙ୍କ ଅଭିମତ ବୁଝିବାକୁ ଚେଷ୍ଟା କର।


ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଡ଼ନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”


ଈଶ୍ୱରଙ୍କ ଇଚ୍ଛା ସାଧନ କରି, ଯାହା ସେ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ତାହା ପାଇବା ଅ।ଶାରେ ଧୈର୍ଯ୍ୟ ଧରି ରୁହ।


ଏହି କାରଣରୁ ତୁମ୍ଭମାନଙ୍କ ବିଷୟରେ ଶୁଣିବା ସମୟରୁ ଆମେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ପବିତ୍ର ଆତ୍ମାଙ୍କ ପ୍ରଦତ୍ତ ସମସ୍ତ ଜ୍ଞାନ ଓ ବୁଝିବା ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅଭିମତ ସମ୍ପୂର୍ଣ୍ଣ ରୂପେ ତୁମ୍ଭେମାନେ ଯେପରି ଜାଣି ପାରିବ, ଏଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।


ଯେଉଁମାନେ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ସେମାନେ ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁମାନେ ପିତା ଈଶ୍ୱରଙ୍କର ଇଚ୍ଛାଅନୁଯାୟୀ କାମ କରନ୍ତି, କେବଳ ସେହିମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ।


ଲୋକେ ଜଗତ ଓ ତା’ର ଯେଉଁ ସମସ୍ତ ବିଷୟ କାମନା କରନ୍ତି, ସେ ସବୁର ବିଲୟଘଟେ, କିନ୍ତୁ ଯେ କେହି ଈଶ୍ୱରଙ୍କ ଇଚ୍ଛାସାଧନ କରେ, ସେ ହୁଏ ଅମର।


କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ଈଶ୍ୱର ଚାହାନ୍ତି, ତୁମ୍ଭେମାନେ ସତ୍କର୍ମ ଦ୍ୱାରା ବୃଥା ଗଳ୍ପ କରୁଥିବା ନିର୍ବୋଧମାନଙ୍କୁ ନିରୁତ୍ତର କର।


ଈଶ୍ୱର ଚାହାଁନ୍ତି, ତୁମ୍ଭେମାନେ ିଜକୁ ଯୌନ ପାପରୁ ମୁକ୍ତ ରଖି ପବିତ୍ର ରୁହ।


ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋର ଭାଇ, ଭଉଣୀ ଓ ମା।”


କାରଣ ପ୍ରଭୁଙ୍କର ଆହ୍ୱାନ ପାଇଥିବା କ୍ରୀତଦାସ, ତାଙ୍କର ମୁକ୍ତ ବ୍ୟକ୍ତି। ଅପର ପକ୍ଷରେ, ଖ୍ରୀଷ୍ଟଙ୍କ ଆହ୍ୱାନ ପାଇଥିବା ମୁକ୍ତ ବ୍ୟକ୍ତି, ତାଙ୍କର କ୍ରୀତଦାସ।


Swiv nou:

Piblisite


Piblisite