Biblia Todo Logo
Bib sou entènèt

- Piblisite -




ଏଫିସୀୟ 6:13 - ପବିତ୍ର ବାଇବଲ (CL) NT (BSI)

13 ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହି ପାର, ଏଥିନିମନ୍ତେ ଈଶ୍ଵରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।

Gade chapit la Kopi

ଓଡିଆ ବାଇବେଲ

13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।

Gade chapit la Kopi

ପବିତ୍ର ବାଇବଲ

13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

Gade chapit la Kopi




ଏଫିସୀୟ 6:13
15 Referans Kwoze  

ବରଂ ଐଶୀଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦୃଢ଼ ଦୁର୍ଗସବୁ ଧ୍ୱଂସ କରିଥାଉ, ଭ୍ରାନ୍ତ ଯୁକ୍ତିସମୂହକୁ ଖଣ୍ଡନ କରୁ।


ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”


ପ୍ରତ୍ୟେକ ସୁଯୋଗର ସଦ୍ବ୍ୟବହାର କର, କାରଣ ଦୁର୍ଦ୍ଦିନ ଉପସ୍ଥିତ।


ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।


ମୋର ଆଦେଶାନୁଯାୟୀ ତୁମ୍ଭେମାନେ ଧୈର୍ଯ୍ୟଶୀଳ ହୋଇ ରହିଛ, ତେଣୁ ପୃଥିବୀବାସୀ ଜନସମୂହକୁ ପରୀକ୍ଷା କରିବା ପାଇଁ ସମଗ୍ର ଜଗତରେ ଯେଉଁ ଦୁର୍ଦ୍ଦଶା ଉପସ୍ଥିତ ହେବାକୁ ଯାଉଛି, ସେଥିରୁ ମୁଁ ତୁମ୍ଭମାନଙ୍କୁ ନିରାପଦରେ ରଖିବି।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ସେମାନଙ୍କ କ୍ରୋଧର ଭୟଙ୍କର ଦିବସ ଉପସ୍ଥିତ। କିଏ ତାହା ପ୍ରତିରୋଧ କରିପାରିବ?”


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


ଅତଏବ, ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର। ଶୟତାକୁ ପ୍ରତିରୋଧ କର। ତାହାହେଲେ, ସେ ତୁମ୍ଭମାନଙ୍କ ନିକଟକୁ ପଳାୟନ କରିବ।


ଖ୍ରୀଷ୍ଟ ଶାରୀରିକ କ୍ଳେଶଭୋଗ କରିଥିବାରୁ, ତୁମ୍ଭେମାନେ ମଧ୍ୟ ତାଙ୍କ ପରି ମନୋଭାବାପନ୍ନ ହୋଇ ନିଶ୍ଚିତ ହୁଅ ଯେ ଯେଉଁ ବ୍ୟକ୍ତି ଶାରୀରିକ ଯନ୍ତ୍ରଣା ସହ୍ୟ କରେ, ୌ ଆଉ ପାପରେ ଲିପ୍ତ ହୋଇ ରହେ ନାହିଁ।


Swiv nou:

Piblisite


Piblisite