Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:6 - ପବିତ୍ର ବାଇବଲ (CL) NT (BSI)

6 ନିରର୍ଥକ କଥା କହି କେହି ତୁମକୁ ପ୍ରତାରଣା ନ କରୁ। ଏ ସବୁ କୁକର୍ମ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ତାଙ୍କର କ୍ରୋଧ ପ୍ରଜ୍ଜ୍ୱଳିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ଵରଙ୍କ କ୍ରୋଧ ବର୍ତ୍ତେ।

Gade chapit la Kopi

ଓଡିଆ ବାଇବେଲ

6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କେହି ତୁମ୍ଭମାନଙ୍କୁ ଅସାର କଥାରେ ନ ଭୁଲାଉ, କାରଣ ଏହି ସମସ୍ତ କୁକର୍ମ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ଉପରେ ଈଶ୍ବରଙ୍କ କ୍ରୋଧ ବର୍ତ୍ତେ।

Gade chapit la Kopi

ପବିତ୍ର ବାଇବଲ

6 ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି।

Gade chapit la Kopi




ଏଫିସୀୟ 5:6
28 Referans Kwoze  

ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


ଯୀଶୁ କହିଲେ, “ସତର୍କ ରୁହ। କେହି ଯେପରି ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରେ।


ସାବଧାନ, କେହି ଯେପରି ତୁମକୁ ମନୁଷ୍ୟର ବିଭ୍ରାନ୍ତିକର ଅସାର ଜ୍ଞାନ ଦ୍ୱାରା ବଶୀଭୂତ ନ କରେ। ସେହି ସବୁ ଜ୍ଞାନ ଖ୍ରୀଷ୍ଟଙ୍କ ଶିକ୍ଷାରୁ ଆସି ନ ଥାଏ। ତାହା ମନୁଷ୍ୟ ସମାଜର ପାରମ୍ପରିକ ଶିକ୍ଷା ଓ ବିଶ୍ୱସ ଉପରେ କର୍ତ୍ତୃତ୍ୱ କରୁଥିବା ଅଶରୀରୀ ଶକ୍ତିମାନଙ୍କ ଶିକ୍ଷାର ଫଳ।


ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।


ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।


ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, କେହି ଯେପରି ତୁମକୁ ପ୍ରତାରଣା ନ କରେ।


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।


ଏହିପରି କହି ତୁମ୍ଭମାନଙ୍କୁ କେହି କୌଣସି ପ୍ରକାରେ ପ୍ରତାରଣା ନ କରୁ। ଈଶ୍ୱରଙ୍କ ବିରୁଦ୍ଧରେ ଅନ୍ତିମ ବିଦ୍ରୋହ ନ ଘଟିବା ପର୍ଯ୍ୟନ୍ତ ଓ ସେହି ନରକଗାମୀ “ପାପାତ୍ମା” ଆତ୍ମପ୍ରକାଶ ନ କରିବା ପର୍ଯ୍ୟନ୍ତ ସେହି ଦିନ ଆସିବ ନାହିଁ।


କେହି ତୁମ୍ଭମାନଙ୍କୁ ଯେପରି ବାକ୍ ଚାତୁରୀରେ ପ୍ରତାରିତ ନ କରେ, ସେଥିପାଇଁ ମୁଁ ଏହା କହି ରଖୁଛି।


ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।


ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି।


ଅତଏବ ଆମେ ଦେଖୁଛୁ ଯେ, ସେମାନଙ୍କ ଅବିଶ୍ୱାସ ଯୋଗୁଁ ସେମାନେ ସେହି ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


Swiv nou:

Piblisite


Piblisite