Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:32 - ପବିତ୍ର ବାଇବଲ (CL) NT (BSI)

32 ଶାସ୍ତ୍ରର ଏହି ଅଂଶରେ ଏକ ନିଗୂଢ଼ ସତ୍ୟ ପ୍ରକାଶିତ ହୋଇଛି: ଏହା ଖ୍ରୀଷ୍ଟ ଓ ମଣ୍ଡଳୀ ପ୍ରତି ପ୍ରଯୁଜ୍ୟ ବୋଲି ମୁଁ ବୁଝିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଏହା ଗୋଟିଏ ଅତି ନିଗୂଢ଼ ତତ୍ତ୍ଵ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ତଳୀ ସମ୍ଵନ୍ଧରେ ଏହା କହୁଅଛି।

Gade chapit la Kopi

ଓଡିଆ ବାଇବେଲ

32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଏହା ଗୋଟିଏ ଅତି ନିଗୂଢ଼ତତ୍ତ୍ୱ, କିନ୍ତୁ ମୁଁ ଖ୍ରୀଷ୍ଟ ଓ ମଣ୍ଡଳୀ ସମ୍ବନ୍ଧରେ ଏହା କହୁଅଛି।

Gade chapit la Kopi

ପବିତ୍ର ବାଇବଲ

32 ଏହି ସତ୍ୟଟି ଅତି ମହତ୍ତ୍ୱପୂର୍ଣ୍ଣ। ଖ୍ରୀଷ୍ଟ ଓ ମଣ୍ଡଳୀ ବିଷୟରେ ମୁଁ ଏହା କହୁଅଛି।

Gade chapit la Kopi




ଏଫିସୀୟ 5:32
14 Referans Kwoze  

ପୁଣି ଏକ ପବିତ୍ର ନଗରୀ, ନୂତନ ଯିରୁଶାଲମ, କନ୍ୟା ବେଶରେ ସଜ୍ଜିତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ପୃଥିବୀ ଉପରକୁ ଅବତରଣ କଲା।


ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।


ତୁମେ ସମସ୍ତେ ଯେପରି ଉତ୍ସାହିତ ହେବ, ପରସ୍ପର ସହିତ ପ୍ରେମରେ ଆବଦ୍ଧ ହେବ ଓ ପ୍ରକୃତ ଜ୍ଞାନ ଲାଭ କରି ନିଶ୍ଚିତ ଭରସାରୂପ ସମ୍ପଦର ପୂର୍ଣ୍ଣ ଅଧିକାରୀ ହେବ, ଏହା ମୋର ଉଦ୍ଦେଶ୍ୟ। ଏହା ଦ୍ୱାରା ତୁମେ ସମସ୍ତେ ଜାଣିବ ଯେ, ଯୀଶୁ ଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ସେହି ନିଗୂଢ଼ ତତ୍ତ୍ୱ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି।


ମୋ’ ପାଇଁ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାରର ନିଗୂଢ଼ ତତ୍ତ୍ୱ ଜଣାଇବାକୁ ଓ ନିର୍ଭୀକଭାବେ ତାହା ଘୋଷଣା କରିବାକୁ ଈଶ୍ୱର ମୋ’ ମୁଖରେ ଉପଯୁକ୍ତ ବାର୍ତ୍ତା ଦେବେ।


ମଣ୍ଡଳୀର ଦୀକନମାନେ ମଧ୍ୟ ସଚରିତ୍ର ଓ କର୍ତ୍ତବ୍ୟପରାୟଣ ହେବା ଆବଶ୍ୟକ। ସେମାନେ ମଦ୍ୟପ ବା ଧନଭୋଲୀ ହୋଇ ନ ଥିବେ।


ଧର୍ମଶାସ୍ତ୍ରରେ କୁହାଯାଇଥିବା ଅନୁଯାୟୀ: “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ଛାଡ଼ି ଆପଣା ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେ ଦୁହେଁ ମିଶି ଏକ ହେବେ।”


କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।


Swiv nou:

Piblisite


Piblisite