Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:29 - ପବିତ୍ର ବାଇବଲ (CL) NT (BSI)

29 (କେହି କେବେ ଆପଣା ଶରୀରକୁ ଘୃଣା କରେ ନାହିଁ। ବରଂ ଶରୀରର ଭରଣ ପୋଷଣ କରେ ଓ ତାହାର ଯତ୍ନ ନିଏ - ଖ୍ରୀଷ୍ଟ ଯେପରି ମଣ୍ଡଳୀର ଯତ୍ନ ନିଅନ୍ତି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ, ଖ୍ରୀଷ୍ଟ ମଧ୍ୟ ମଣ୍ତଳୀ ପ୍ରତି ସେହିପରି କରନ୍ତି,

Gade chapit la Kopi

ଓଡିଆ ବାଇବେଲ

29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ; ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀ ପ୍ରତି ସେହିପରି କରନ୍ତି,

Gade chapit la Kopi

ପବିତ୍ର ବାଇବଲ

29 କୌଣସି ଲୋକ ନିଜ ଶରୀରକୁ କେବେ ହେଲେ ଘୃଣା କରେ ନାହିଁ। ପ୍ରତ୍ୟେକ ଲୋକ ନିଜର ଶରୀର ପାଇଁ ଖାଦ୍ୟ ଖାଏ ଓ ଶରୀରର ଯତ୍ନ ନିଏ। ଠିକ୍ ଏହି କଥା ଖ୍ରୀଷ୍ଟ ମଣ୍ଡଳୀ ପାଇଁ ମଧ୍ୟ କରନ୍ତି।

Gade chapit la Kopi




ଏଫିସୀୟ 5:29
13 Referans Kwoze  

ଧର୍ମଶାସ୍ତ୍ରରେ କୁହାଯାଇଥିବା ଅନୁଯାୟୀ: “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ଛାଡ଼ି ଆପଣା ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେ ଦୁହେଁ ମିଶି ଏକ ହେବେ।”


“ହେ ଯିରୂଶାଲମ, ହେ ଯିରୂଶାଲମ। ତୁମେ ଭାବବାଦୀମାନଙ୍କୁ ହତ୍ୟା କରୁଛ ଓ ଈଶ୍ୱରପ୍ରେରିତ ବାର୍ତ୍ତାବହମାନଙ୍କୁ ପଥର ଫୋପାଡ଼ି ମାରୁଛ। କୁକୁଡ଼ା ତା’ ଡ଼େଣା ତଳେ ଛୁଆମାନଙ୍କୁ ଧରି ରଖିବା ପରି, ତୁମ ଲୋକମାନଙ୍କୁ ମୋ’ ବାହୁ ଛାୟାତଳେ ରକ୍ଷା କରିବା ପାଇଁ ମୁଁ କେତେଥର ଚେଷ୍ଟା କରିଛି। କିନ୍ତୁ ତୁମେ ମୋତେ ତାହା କରିବାକୁ ଦେଇ ନାହଁ।


ବିବେକହୀନ, ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ। ଅନ୍ୟମାନଙ୍କ ପ୍ରତି ସେମାନଙ୍କର ତିଳେ ହେଲେ ଦୟା ଅନୁକମ୍ପା ନାହିଁ।


“ଉଡ଼ନ୍ତା ପକ୍ଷୀମାନଙ୍କୁ ଲକ୍ଷ୍ୟ କର। ସେମାନେ ବିହନ ବୁଣନ୍ତି ନାହିଁ। ଫସଲ ଅମଳ କରି ଗୋଲାରେ ସଞ୍ଚୟ କରନ୍ତି ନାହିଁ। ତଥାପି ପିତା ଈଶ୍ୱର ସେମାନଙ୍କ ଯତ୍ନ ନେଇ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କଠାରୁ ଅଧିକ ମୂଲ୍ୟବାନ୍ ନୁହଁ?


ସ୍ୱାମୀମାନେ ନିଜ ଶରୀର ତୁଲ୍ୟ ମନେ କରି ନିଜ ସ୍ତ୍ରୀକୁ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ନିଜକୁ ପ୍ରେମ କରେ।


କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)


Swiv nou:

Piblisite


Piblisite