Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:27 - ପବିତ୍ର ବାଇବଲ (CL) NT (BSI)

27 ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଯେପରି ମଣ୍ତଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ , ଆଉ ସେହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

27 ଯେପରି ସମ୍ପୂର୍ଣ୍ଣ ମହିମା (ସୌନ୍ଦର୍ଯ୍ୟ) ର ସହିତ ମଣ୍ଡଳୀକୁ ନିଜଠାରେ ତାହାଙ୍କ କନ୍ୟା ରୂପେ ଉପସ୍ଥାପିତ କରାଇପାରନ୍ତି, ଏଥିନିମନ୍ତେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ। ମଣ୍ଡଳୀ ମଧ୍ୟରେ ଯେପରି କୌଣସି ମନ୍ଦ କର୍ମ, ପାପ କି ଭୁଲ୍ କାର୍ଯ୍ୟ ଦେଖା ନ ଯାଏ, ମାତ୍ର ତହା ପବିତ୍ର, ନିଖୁଣ ଓ ନିନ୍ଦାଶୂନ୍ୟ ହୋଇପାରେ, ଏଥିପାଇଁ ସେ ଆପଣାର ପ୍ରାଣ ଦେଲେ।

Gade chapit la Kopi




ଏଫିସୀୟ 5:27
21 Referans Kwoze  

କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


କିନ୍ତୁ ତାହା ନିର୍ଦ୍ଦୋଷ, ନିଷ୍ଳକଙ୍କ ମେଷଶାବକ ତୁଲ୍ୟ ଖ୍ରୀଷ୍ଟଙ୍କ ଆତ୍ମବଳିର ଅମୂଲ୍ୟ ରକ୍ତ।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ତୁମ୍ଭମାନଙ୍କ ସମ୍ବନ୍ଧରେ ଏକ ଐଶ୍ୱରିକ ଈର୍ଷାଭାବ ମୋ’ ଅନ୍ତରରେ ଅଛି। କାରଣ ତୁମ୍ଭେମାନେ ପବିତ୍ୟ କୁମାରୀ ପରି। ଏକମାତ୍ର ବର ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ମିଳନ କରାଉ ଦେବା ନିମନ୍ତେ ମୁଁ ପ୍ରତିଜ୍ଞା କରିଅଛି।


ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।


ଆମେ ଜାଣୁ, ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ଜୀବତ କରି ଅଛନ୍ତି। ସେହି ଈଶ୍ୱର, ଯୀଶୁଙ୍କ ସହିତ ଆମକୁ ମଧ୍ୟ ଜୀବିତ କରିବେ ଓ ତୁମ୍ଭମାନଙ୍କ ସହିତ ଆମକୁ ତାଙ୍କ ସମୀପକୁ ନେଇ ଯିବେ।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।


Swiv nou:

Piblisite


Piblisite