Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:24 - ପବିତ୍ର ବାଇବଲ (CL) NT (BSI)

24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କଠାରେ ବଶୀଭୂତ, ସ୍ତ୍ରୀମାନେ ଠିକ୍ ସେହିପରି ନିଜ ନିଜ ସ୍ୱାମୀ ନିକଟରେ ସମ୍ପୂର୍ଣ୍ଣଭାବେ ବଶୀଭୂତା ହୁଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ହଁ, ମଣ୍ତଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତା, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ଵାମୀର ବଶୀଭୂତା ହେଉନ୍ତୁ।

Gade chapit la Kopi

ଓଡିଆ ବାଇବେଲ

24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବସୀଭୂତା ହେଉନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ।

Gade chapit la Kopi

ପବିତ୍ର ବାଇବଲ

24 ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ ଅଟେ, ସେହିପରି ହେ ପତ୍ନୀମାନେ, ତୁମ୍ଭେମାନେ ପ୍ରତ୍ୟେକ କଥାରେ ନିଜ ପତିଙ୍କର ବଶୀଭୂତା ହେବା ଉଚିତ୍।

Gade chapit la Kopi




ଏଫିସୀୟ 5:24
10 Referans Kwoze  

କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।


ସକଳ ବିଷୟରେ ସତ୍କର୍ମ ସାଧନ କରି ତୁମେ ନିଜ ଜୀବନରେ ଆଦର୍ଶ ଦେଖାଅ। ଆନ୍ତରିକତା ଓ ଗାମ୍ଭୀର୍ଯ୍ୟ ସହ ସଂଯତ ଭାଷାରେ ଶିକ୍ଷା ଦାନ କର - ତାହାହେଲେ, କେହି ତୁମକୁ କଟୁ ସମାଲୋଚନା କରିପାରିବେ ନାହିଁ ଏବଂ ତୁମ ଶତ୍ରୁମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଅଯଥା ଅଭିଯୋଗ ଆଣି ନ ପାରି ଲଜ୍ଜିତ ହେବେ।


ସନ୍ତାନଗଣ, ସର୍ବଦା ତୁମ୍ଭମାନଙ୍କ ପିତାମାତାଙ୍କର ବାଧ୍ୟ ହୁଅ। ଏହା ତୁମର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।


ଦାସମାନେ ମୁନିବମାନଙ୍କର ବାଧ୍ୟ ହୋଇ ସବୁ ବିଷୟରେ ସେମାନଙ୍କୁ ଆପ୍ୟାୟିତ କରନ୍ତୁ; ମୁନିବମାନଙ୍କର କଥାରେ ପ୍ରତିବାଦ କରନ୍ତୁ ନାହିଁ।


ହେ କ୍ରୀତଦାସଗଣ, ସବୁ ବିଷୟରେ ତୁମ ମୁନିବମାନଙ୍କର ବାଧ୍ୟ ହୁଅ। କେବଳ ସେମାନେ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି ରଖିଥିବା ସମୟରେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ହେତୁ ସରଳ ହୃଦୟରେ ଏହା କର।


ବାସ୍ତରି ଜଣ ମହାଆନନ୍ଦରେ ଫେରି ଆସିଲେ। ସେମାନେ କହିଲେ, “ପ୍ରଭୁ ଆପଣଙ୍କ ନାମରେ ଆଦେଶ ଦେବାରୁ ଭୂତମାନେ ମଧ୍ୟ ଆମ କଥା ମାନିଲେ।”


ମଣ୍ଡଳୀ ଉପରେ ଖ୍ରୀଷ୍ଟଙ୍କର ଅଧିକାର ପରି ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଅଛି; ପୁଣି ଖ୍ରୀଷ୍ଟ ହିଁ ତାଙ୍କ ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।


ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।


Swiv nou:

Piblisite


Piblisite