Biblia Todo Logo
Bib sou entènèt

- Piblisite -




ଏଫିସୀୟ 5:19 - ପବିତ୍ର ବାଇବଲ (CL) NT (BSI)

19 ଭଜନ, ସ୍ତୁତିଗାନ ଓ ଭକ୍ତି ଗୀତ ଦ୍ୱାରା ପରସ୍ପରକୁ ଉତ୍ସାହିତ କର। ହୃଦୟର କୃତଜ୍ଞତା ସହ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଓ ଭଜନ ଗାନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ଵାରା ପରସ୍ପରକୁ ଉତ୍ସାହ ଦିଅ, ପୁଣି ତୁମ୍ଭମାନଙ୍କ ହୃଦୟରେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର,

Gade chapit la Kopi

ଓଡିଆ ବାଇବେଲ

19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;

Gade chapit la Kopi

ପବିତ୍ର ବାଇବଲ

19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।

Gade chapit la Kopi




ଏଫିସୀୟ 5:19
16 Referans Kwoze  

ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ଭାଇମାନେ, ତୁମ୍ଭମାନଙ୍କୁ ମୋର କହିବାର ଉଦ୍ଦେଶ୍ୟ; ଉପାସନା କରିବା ନିମନ୍ତେ ସମବେତ ହେବା ସମୟରେ କେହି ଜଣେ ଗୀତ ଗାଉ, ଆଉ ଜଣେ ଶିକ୍ଷା ଦେଉ, କେହି ଜଣେ ଈଶ୍ୱରଙ୍କ ପ୍ରତ୍ୟାଦେଶ ପ୍ରକାଶ କରୁ, ଆଉ ଜଣେ ଅଲୌକିକ ଭାଷାରେ କଥା କହୁ ଏବଂ ଆଉ କେହି ଏହି ଅଜଣା ଭାଷାର ଅର୍ଥ ବୁଝାଇ ଦେଉ। ଏହିସବୁ ମଣ୍ଡଳୀର ପୁଷ୍ଟିସାଧନ ନିମନ୍ତେ କରାଯିବା ଆବଶ୍ୟକ।


ମଧ୍ୟରାତ୍ରି ସମୟରେ ପାଉଲ ଓ ଶୀଲା ପ୍ରାର୍ଥନା କରୁଥିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଥିଲେ ଓ ଅନ୍ୟ ବନ୍ଦୀମାନେ ଏହା ଶୁଣୁଥିଲେ।


ତୁମ୍ଭମାନଙ୍କ ମଧ୍ୟରୁ କେହି କ’ଣ ଦୁର୍ଦ୍ଦଶାଗ୍ରସ୍ତ? ସେ ପ୍ରାର୍ଥନା କରୁ। କେହି କ’ଣ ଉଲ୍ଲସିତ? ସେ ସ୍ତୁତିପ୍ରଶଂସା ଗାନ କରୁ।


ଏହାପରେ ସେମାନେ ଗୋଟିଏ ସ୍ତୋତ୍ର ଗାନ କରି ଜୀତ ପର୍ବତକୁ ଗଲେ।


‘ଈଶ୍ୱର କହୁଛନ୍ତି, ଏହି ଲୋକମାନେ କେବଳ କଥାରେ ମୋତେ ସମ୍ମାନ ଦିଅନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ’ଠାରୁ ବହୁତ ଦୂରରେ।


ତେବେ ମୁଁ କ’ଣ କରିବି? ମୁଁ ମୋ’ ଆତ୍ମାର ପ୍ରେରଣାରେ ପ୍ରାର୍ଥନା କରିବି, କିନ୍ତୁ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ପ୍ରୟୋଗ କରି ମଧ୍ୟ ପ୍ରାର୍ଥନା କରିବି। ମୁଁ ମୋର ଆତ୍ମାର ପ୍ରେରଣାରେ ଗୀତ ଗାଇବି, କିନ୍ତୁ ତାହା ସହିତ ମନ ଧ୍ୟାନ ଦେଇ ଗୀତ ଗାଇବି।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


Swiv nou:

Piblisite


Piblisite