Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:6 - ପବିତ୍ର ବାଇବଲ (CL) NT (BSI)

6 ସମସ୍ତ ମାନବ ଜାତିର ଈଶ୍ୱର ଓ ପିତା ଏକ; ସେ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ବିଦ୍ୟମାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

6 ପରମେଶ୍ୱର ଜଣେ ଓ ସେ ହେଉଛନ୍ତି ପ୍ରତ୍ୟେକ ବିଷୟର ପିତା। ସେ ସମସ୍ତଙ୍କୁ ଶାସନ କରନ୍ତି, ଓ ସମସ୍ତଙ୍କର ସ୍ୱାମୀ ଅଟନ୍ତି। ସେ ସବୁଠାରେ ଓ ସମସ୍ତଙ୍କ ଅନ୍ତରରେ ଅଛନ୍ତି।

Gade chapit la Kopi




ଏଫିସୀୟ 4:6
31 Referans Kwoze  

ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ଯେ କେହି ଈଶ୍ୱରଙ୍କ ଆଜ୍ଞା ପାଳନ କରେ, ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ: ତା’ ଅନ୍ତରରେ ଈଶ୍ୱର ବାସ କରୁଛନ୍ତି। ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ ବାସ କରୁଛନ୍ତି, ଏ କଥା ଆମ୍ଭମାନଙ୍କୁ ପ୍ରଦତ୍ତ ତାଙ୍କର ଆତ୍ମାଙ୍କ ସାହାଯ୍ୟରେ ଆମେ ଜାଣି ପାରୁଛୁ।


ଏଣୁ ଏହିପରି ପ୍ରାର୍ଥନା କରିବା ତୁମ୍ଭମାନଙ୍କର ଉଚିତ୍: ‘ହେ ଆମର ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ନାମ ସମ୍ମାନିତ ହେଉ।


ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”


କାର୍ଯ୍ୟ କରିବାର ଶକ୍ତି ବିଭିନ୍ନ ଧରଣର, କିନ୍ତୁ ଏକ ଈଶ୍ୱର ସେହିସବୁ ଶକ୍ତି ଯୋଗାଇ ଥାଆନ୍ତି।


ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ଶାନ୍ତି, ପ୍ରେମ ଓ ବିଶ୍ୱାସ ପ୍ରଦାନ କରନ୍ତୁ।


ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କ ବିଶ୍ୱାସ ବଳରେ ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରିବେ। ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କର ମୂଳଦୁଆ ପ୍ରେମରେ ସ୍ଥାପିତ ଓ ଦୃଢ଼ୀଭୂତ ହେବ।


ତାହାଙ୍କ ସାହଚର୍ଯ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ୟ ସମସ୍ତଙ୍କ ସହିତ ଆତ୍ମାରୂପୀ ଈଶ୍ୱରଙ୍କ ଅଧିଷ୍ଠାନ ନିମନ୍ତେ ଏକ ଆବାସ ସ୍ୱରୂପ ନିର୍ମିତ ହୋଇଅଛ।


ମୁଁ ସେମାନଙ୍କୁ ତୁମର ପରିଚୟ ଦେଇଛି ଏବଂ ସବୁବେଳେ ଦେଉଥିବି; ତାହାଦ୍ୱାରା ମୋ’ ପାଇଁ ତୁମର ପ୍ରେମ ସେମାନେ ଅନୁଭବ କରିବେ ଏବଂ ମୋତେ ସେମାନଙ୍କ ଅନ୍ତରରେ ରଖିବେ।”


ଯୀଶୁ କହିଲେ, “ଯେ ମୋତେ ପ୍ରେମ କରେ, ସେ ମୋ’ ବାକ୍ୟ ପାଳନ କରିବ। ତା’ହେଲେ ମୋ’ ପିତା ତାକୁ ପ୍ରେମ କରିବେ ଏବଂ ମୋ’ ପିତା ଓ ମୁଁ ଆସି ତା’ ଅନ୍ତରରେ ବାସ କରିବୁ।


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ଖ୍ରୀଷ୍ଟ ସମସ୍ତ ସ୍ୱର୍ଗୀୟ ଶାସକ, କ୍ଷମତାସମ୍ପନ୍ନ ଅଧିକାରୀ, ଶକ୍ତିଧର ଓ ଅଧିପତିମାନଙ୍କ ଉପରେ ଶାସନ କରନ୍ତି, ଇହଲୋକ ଓ ପରଲୋକର କ୍ଷମତାସୂଚକ ସମସ୍ତ ଉପାଧି ଅପେକ୍ଷା ତାଙ୍କର ଉପାଧି ସର୍ବୋକ୍ରୃଷ୍ଟ।


Swiv nou:

Piblisite


Piblisite