Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:31 - ପବିତ୍ର ବାଇବଲ (CL) NT (BSI)

31 ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ।

Gade chapit la Kopi

ଓଡିଆ ବାଇବେଲ

31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୁର ହେଉ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;

Gade chapit la Kopi

ପବିତ୍ର ବାଇବଲ

31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ।

Gade chapit la Kopi




ଏଫିସୀୟ 4:31
62 Referans Kwoze  

କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ କ୍ରୋଧ, ହିଂସା, ଘୃଣାଭାବ ପ୍ରଭୃତି ବର୍ଜନ କରିବାକୁ ହେବ। ତୁମେ ଅପବାଦସୂଚକ କଥା ବା ଅଶ୍ଳୀଳ ଭାଷା ଆଦୌ କୁହ ନାହିଁ।


ଅତଏବ, ସବୁ ପ୍ରକାର ଅସତ୍ ବିଷୟରୁ ନିବୃତ୍ତ ହୁଅ।


ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।


ହେ ସ୍ୱାମୀମାନେ, ତୁମ୍ଭମାନଙ୍କର ସ୍ତ୍ରୀମାନଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ରୁକ୍ଷ ଆଚରଣ କର ନାହିଁ।


କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।


ତୁମେ କ୍ରୋଧାନ୍ୱିତ ହୋଇ ପାପ କର ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ତୁମର କ୍ରୋଧ ଶାନ୍ତ ହେଉ।


ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।


ଭାଇମାନେ, ପରସ୍ପରକୁ ସମାଲୋଚନା କର ନାହିଁ। ବିଶ୍ୱାସୀ ଭାଇର ବିଚାର କର ଯିଏ ତାହାର ଗ୍ଳାନ କରେ, ସେ ବ୍ୟବସ୍ଥା ବିଚାର କର, ତେବେ ତୁମ୍ଭେମାନେ ତାହା ପାଳନ କରୁନାହିଁ, ବରଂ ତାହାର ବଚାରକ ହେଉଛ।


ଈଶ୍ୱରଙ୍କ କାର୍ଯ୍ୟର ଦାୟିତ୍ୱରେ ଥିବା ମଣ୍ଡଳୀର ବିଶପ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରହିବା ଆବଶ୍ୟକ। ସେ ଉଦ୍ଧତ ବା କ୍ଷଣକୋପୀ ହୋଇ ନ ଥିବେ, ମଦ୍ୟପ, ଉଗ୍ରସ୍ୱଭାବ ବା ଅର୍ଥଲିପ୍ସୁ ହୋଇ ନ ଥିବେ।


ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ।


କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।


ଭାଇମାନେ, ଚିନ୍ତାଧାରାରେ ଶିଶୁ ପରି ହୁଅ ନାହିଁ। ମନ୍ଦ ବିଷୟ ପ୍ରତି ଶିଶୁ ପରି ହୁଅ; କିନ୍ତୁ ବୁଦ୍ଧି ବିଚାରରେ ତୁମ୍ଭେମାନେ ପୂର୍ଣ୍ଣ ବୟସ୍କ ହେବା ଉଚିତ୍।


ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।


ତେଣୁ ଆସ, ଆମେ ପାପ ଓ ଦୁଷ୍ଟତାରୂପ ପୁରୁଣା ଖମୀର ପରିତ୍ୟାଗ କରିବା ଏବଂ ଖମୀର ଶୂନ୍ୟ ରୋଟୀ ଦ୍ୱାରା ଅର୍ଥାତ୍ ସତ୍ୟତା ଓ ସରଳତାରୂପ ରୋଟୀ ଦ୍ୱାରା ଏହି ଉତ୍ସବ ପାଳନ କରିବା।


ସେମାନଙ୍କ କଥା ତିକ୍ତତା ଓ ଅଭିଶାପରେ ପୂର୍ଣ୍ଣ।


ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।


ଯେ ତା’ ଭାଇକୁ ଘୃଣା କରେ, ସେ ଜଣେ ନରହନ୍ତା। ନରହନ୍ତାର ଅନନ୍ତ ଜୀବନରେ ଅଧିକାର ନାହିଁ ବୋଲି ତୁମେ ଜାଣିଛ।


ବୟସ୍କା ସ୍ତ୍ରୀମାନଙ୍କୁ ପବିତ୍ର ଜୀବନଯାପନ କରିବାକୁ ଶିକ୍ଷା ଦିଅ। ସେମାନେ ପର କୁତ୍ସା ରଟନା ନ କରନ୍ତୁ, ନିଶା ସେବନରେ ଆସକ୍ତ ନ ହୁଅନ୍ତୁ।


ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।


ସେ ମଦ୍ୟପ ବା ଉଗ୍ର ପ୍ରକୃତିର ଲୋକ ନ ହୋଇ, ସୁଶୀଳ ଓ ଶାନ୍ତିପ୍ରିୟ ଥିବେ। ତାଙ୍କର ବିଷୟାସକ୍ତି ନ ଥିବ।


ସମଗ୍ର ନଗରରେ ଉତ୍ତେଜନା ଖେଳିଗଲା। ଲୋକମାନେ ପାଉଲଙ୍କୁ ମନ୍ଦିର ବାହାକୁ ଘୋଷାଡ଼ି ଆଣିଲେ। ମନ୍ଦିରର କବାଟଗୁଡ଼ିକ ବନ୍ଦ କରି ଦିଆଗଲା।


ସେମାନେ ହେବେ ନିର୍ଦ୍ଦୟ, ହିଂସ୍ରକ ଓ ଭୟଙ୍କର; ସମସ୍ତ ଉତ୍ତମ ବିଷୟକୁ ଘୃଣା କରିବେ।


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।


Swiv nou:

Piblisite


Piblisite