Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:28 - ପବିତ୍ର ବାଇବଲ (CL) NT (BSI)

28 ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

28 ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।

Gade chapit la Kopi

ଓଡିଆ ବାଇବେଲ

28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥି ନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

28 ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।

Gade chapit la Kopi

ପବିତ୍ର ବାଇବଲ

28 ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା'ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।

Gade chapit la Kopi




ଏଫିସୀୟ 4:28
33 Referans Kwoze  

ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


ଦରିଦ୍ରମାନଙ୍କ ପ୍ରତି ଯିହୁଦାର ଦରଦ ଥିବାରୁ ଯେ ସେ ଏ କଥା କହିଥିଲା, ତା’ ନୁହେଁ। ସେ ଥିଲା ଗୋଟିଏ ଚୋର। ତା’ ଦାୟିତ୍ୱରେ ଥିବା ଟଙ୍କା ଥଳୀରୁ ସେ କିଛି କିଛି ଆତ୍ମସାତ୍ କରୁଥିଲା।


ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”


କାରଣ ଦାନ କରିବାର ଆଗ୍ରହ ଥିହେଲ, ମନୁଷ୍ୟ ତା’ର ସାମର୍ଥ୍ୟ ଅନୁଯାୟୀ ଯାହା ଦାନ କରେ , ଈଶ୍ୱର ଗ୍ରହଣ କରିନ୍ତି। ତା’ର ସମ୍ବଳର ସୀମା ବାହାରେ ସେ କିଛି ଦେଉ ବୋଲି ଈଶ୍ୱର ଚାହାନ୍ତି ନାହିଁ।


ସେମାନେ ଉତ୍କଟ କ୍ଳେଶ ମଧ୍ୟଦେଇ ପରୀକ୍ଷିତ ହୋଇଛନ୍ତି ଏବଂ ସେମାନେ ଅତିଶୟ ଦରିଦ୍ର ହେଲେ ସୁଦ୍ଧା, ଚରମ ବଦାନ୍ୟତା ଦ୍ୱାରା ନିଜ ମନର ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କରିଛନ୍ତି।


ଖ୍ରୀଷ୍ଟବିଶ୍ୱାସୀମାନଙ୍କର ଅଭାବ ମୋଚନ କର। ଆତିଥ୍ୟପରାୟଣ ହୁଅ।


ଯିହୁଦା ହାତରେ ଟଙ୍କା ଥଳୀ ଥିବାରୁ କେତେକ ଶିଷ୍ୟ ବିଚାରିଲେ, ଉତ୍ସବ ପାଇଁ କିଛି ଦରକାରୀ ଜିନିଷ କିଣିବାକୁ କିମ୍ବା ଗରିବମାନଙ୍କୁ କିଛି ଦାନ ଦେବା ପାଇଁ ଯୀଶୁ ତାକୁ ନିର୍ଦ୍ଦେଶ ଦେଇଛନ୍ତି।


ଯେଉଁସବୁ କାର୍ଯ୍ୟ ଦ୍ୱାରା ତୁମ୍ଭେମାନେ ପାପରୁ ମନ ଫେରାଇଛ ବୋଲି ପ୍ରମାଣିତ ହେବ, ସେହିସବୁ କାର୍ଯ୍ୟ କର। ଅବ୍ରାହାମ୍ ତୁମର ପୂର୍ବପୁରୁଷ ବୋଲି ଗର୍ବ କରି ପରସ୍ପର ମଧ୍ୟରେ କଥା ବାର୍ତ୍ତା କର ନାହିଁ। ମୁଁ କହୁଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମ୍‌ଙ୍କ ନିମନ୍ତେ ବଂଶଧର ଉତ୍ପନ୍ନ କରିପାରନ୍ତି।


କଠିନ ପରିଶ୍ରମ କରି ଆମେ ଦିନକୁ ଦିନ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଉଛୁ। କେହି ଆମକୁ ଅଭିଶାପ ଦେଲେ, ଆମେ ତାକୁ ଆଶୀର୍ବାଦ କରୁ। ନିର୍ଯ୍ୟାତିତ ହେଲେ, ସହ୍ୟ କରୁ।


ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।


ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


Swiv nou:

Piblisite


Piblisite