Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:25 - ପବିତ୍ର ବାଇବଲ (CL) NT (BSI)

25 ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଅତଏବ, ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।

Gade chapit la Kopi

ଓଡିଆ ବାଇବେଲ

25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।

Gade chapit la Kopi

ପବିତ୍ର ବାଇବଲ

25 ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ।

Gade chapit la Kopi




ଏଫିସୀୟ 4:25
42 Referans Kwoze  

ପରସ୍ପରକୁ ମିଥ୍ୟା କୁହ ନାହିଁ, କାରଣ ତୁମ୍ଭେମାନେ ପୁରାତନ ସ୍ୱଭାବ ଓ ତା’ର ଆଚରଣ ପରିତ୍ୟାଗ କରିଛ,


ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।


ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


କେତେକ ଶଠ ମିଥ୍ୟାବାଦୀ ଏ ଭଳି ଶିକ୍ଷା ଦେବାରେ ଲାଗିଛନ୍ତି - ସେମାନଙ୍କ ବିବେକ ପୋଡ଼ି ଭସ୍ମ ହୋଇଯାଇଛି।


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


ନରହତ୍ୟା, ଲମ୍ପଟତା, ଅସ୍ୱାଭାବିକ, କାମୁକତା, ମନୁଷ୍ୟ ଅପହରଣ ଓ ମିଥ୍ୟା ସାକ୍ଷ୍ୟ ଦାନରେ ଯେଉଁମାନେ ଅଭ୍ୟସ୍ତ, ସ୍ଥୂଳତଃ ଯେଉଁମାନେ ସମସ୍ତ ସତ୍ଶିକ୍ଷାରେ ବିରୁଦ୍ଧାଚରଣ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟବସ୍ଥା ଉଦ୍ଦିଷ୍ଟ।


ତାଙ୍କ ନିକଟରେ ତୁମ୍ଭମାନଙ୍କ ପାଇଁ ମୁଁ ଦର୍ପ କରିଛି। ଆଉ ସେଥିପାଇଁ ମୋ’ ମୁଣ୍ଡ ତଳକୁ ହୋଇଯାଇ ନାହିଁ। ଯେପରି ତୁମ୍ଭମାନଙ୍କ ନିକଟରେ ଆମେ ସବୁବେଳେ ସତ କହି ଆସିଛୁ, ସେହିପରି ତିତସଙ୍କ ନିକଟରେ ଆମେ କରିଥିବା ଦର୍ପ, ମିଥ୍ୟା ବୋଲି ପ୍ରମାଣିତ ହୋଇ ନାହିଁ।


କ୍ରୀଟର ଅଧିବାସୀମାନଙ୍କ ସମ୍ବନ୍ଧରେ ସେମାନଙ୍କର ଜଣେ ଲେଖକ କହିଛନ୍ତି: “କ୍ରୀଟୀୟମାନେ ସର୍ବଦା ମିଥ୍ୟାବାଦୀ, ସେମାନେ ହିଂସ୍ରପଶୁବତ୍; ଶ୍ରମକାତର ଓ ଉଦରମ୍ଭରି।”


ଆମେ ଅନେକ ହେଲେ ମଧ୍ୟ ରୋଟୀ ଏକ ହେବାରୁ ଆମେ ଏକ ଶରୀର ହେଉ, କାରଣ ଆମେ ସମସ୍ତେ ସେହି ଏକ ରୋଟୀରେ ଅଂଶ ଗ୍ରହଣ କରିଥାଉ।


ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।


କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


ସମସ୍ତ ତିକ୍ତତା, ଉତ୍ତେଜନା ଓ କ୍ରୋଧ ପରିହାର କର। ତିରସ୍କାର କିମ୍ବା ପରନିନ୍ଦା କର ନାହିଁ। କାହା ପ୍ରତି ଘୃଣାଭାବ ପୋଷଣ କର ନାହିଁ।


କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ କ୍ରୋଧ, ହିଂସା, ଘୃଣାଭାବ ପ୍ରଭୃତି ବର୍ଜନ କରିବାକୁ ହେବ। ତୁମେ ଅପବାଦସୂଚକ କଥା ବା ଅଶ୍ଳୀଳ ଭାଷା ଆଦୌ କୁହ ନାହିଁ।


ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ଅତଏବ, ସବୁ ପ୍ରକାର ଅସତ୍ ବିଷୟରୁ ନିବୃତ୍ତ ହୁଅ।


Swiv nou:

Piblisite


Piblisite