Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:18 - ପବିତ୍ର ବାଇବଲ (CL) NT (BSI)

18 ଏବଂ ସେମାନଙ୍କର ମନ ଅନ୍ଧକାରାଚ୍ଛନ୍ନ। ଈଶ୍ୱର ପଦତ୍ତ ଜୀବନରେ ସେମାନଙ୍କର କୌଣସି ଅଂଶ ନାହିଁ। କାରଣ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଓ ଅବାଧ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସେମାନେ ଆପଣାମାନଙ୍କଠାରେ ଥିବା ଅଜ୍ଞାନତା ହେତୁ ଓ ନିଜ ନିଜ ହୃଦୟର ଜଡ଼ତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି ଈଶ୍ଵରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

18 ସେମାନେ ଆପଣାମାନଙ୍କ ଠାରେ ଥିବା ମୁର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ୱରଙ୍କଠାରୁ ବିଛିନ୍ନ ହୋଇଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ

18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ।

Gade chapit la Kopi




ଏଫିସୀୟ 4:18
34 Referans Kwoze  

କାରଣ ସେମାନେ ସ୍ଥଳ ବୁଦ୍ଧି। ସେମାନେ କାନ ବନ୍ଦ କରି ଦେଇଛନ୍ତି ଓ ଆଖି ବୁଜି ଦେଇଛନ୍ତି। ତା’ନ ହୋଇଥିଲେ ସେମାନେ ଦେଖି ପାରିଥାନ୍ତେ ଏବଂ ସେମାନେ ମୋ’ ନିକଟକୁ ଫେରି ଯାଆନ୍ତେ ଓ ସେମାନଙ୍କୁ ମୁଁ ସୁସ୍ଥ କରି ଦେଇଥାନ୍ତି। (ଏ କଥା ଈଶ୍ୱର କହିଛନ୍ତି)’


ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।


“ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରି କରି ଦେଇଛନ୍ତି। ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ, ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ‘ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ’ ନିକଟକୁ ଫେରି ଆସୁ ନାହାନ୍ତି’।”


ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।


କିନ୍ତୁ ଯେଉଁ ବ୍ୟକ୍ତି ତା’ଭାଇକୁ ଘୃଣା କରେ, ତା’ର ଅବସ୍ଥିତି ଅନ୍ଧକାର ମଧ୍ୟରେ, ସେ ଅନ୍ଧକାରରେ ବିଚରଣ କରେ, ତା’ର ଗନ୍ତବ୍ୟ ପଥ ସେ ଜାଣିପାରେ ନାହିଁ, ଆମା ଅନ୍ଧକାର ତାକୁ ଦୃଷ୍ଟିହୀନ କରି ରଖିଛି।


ଅତୀତରେ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ନ ଥିଲ, ତେଣୁ ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେହିଭଳି ମିଥ୍ୟା ଦେବଦେବୀମାନଙ୍କର ଦାସ ଥିଲ।


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍‍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।


ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


ନିଶ୍ଚିତଭାବେ ଜାଣିଛ, ଯେ ତୁମ୍ଭେମାନେ ଅନ୍ଧର ପଥ ପ୍ରଦର୍ଶକ, ଅନ୍ଧକାରରେ ଥିବା ଲୋକମାନଙ୍କ ପାଇଁ ଆଲୋକ ସ୍ୱରୂପ,


ଯୀଶୁ ସେମାନଙ୍କ ଆଡ଼କୁ ରାଗି ଚାହିଁଲେ ଏବଂ ସେମାନଙ୍କ ଠିନ ହୃଦୟ ଦେଖି ଦୁଃଖିତ ହେଲେ। ତା’ପରେ ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ହାତ ବଢ଼ାଇବା ମାତ୍ରେ ସୁସ୍ଥ ହୋଇଗଲା।


ପ୍ରକୃତରେ ସେମାନଙ୍କର ବୋଧଶକ୍ତି ଲୋପ ପାଇଥିଲା। ଏବେ ମଧ୍ୟ ପୁରାତନ ନିୟମ ପାଠ କରିବର ସମୟରେ ସେମାନଙ୍କର ସମ୍ମୁଖରେ ସେହି ଆବରଣ ରହୁଛି। ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା କେବଳ ସେହି ଆବରଣ ଉନ୍ମୋଚିତ ହୁଏ।


“ତେଣୁ ଭାଇମାନେ, ତୁମ୍ଭେମାନେ ଓ ତୁମ ନେତୃବର୍ଗ ଯୀଶୁଙ୍କ ପ୍ରତି ଯାହା କର, ତାହା ଅଜ୍ଞତାବଶତଃ କରିଛ - ଏହା ମୁଁ ଜାଣେ।


ତେବେ କ’ଣ ହେଲା? ଇଶ୍ରାଏଲୀୟମାନେ ଯାହା ଖୋଜୁଥିଲେ, ତାହା ପାଇଲେ ନାହିଁ। କେବଳ ଈଶ୍ୱର ମନୋନୀତ କରିଥିବା ଗୋଟିଏ ଛୋଟ ଦଳ ତା’ର ସନ୍ଧାନ ପାଇଲେ। ଅନ୍ୟ କେହି ଈଶ୍ୱରଙ୍କ ଆହ୍ୱାନ ପ୍ରତି ମନୋଯୋଗ କଲେ ନାହିଁ।


ଜଗତର କୌଣସି ଅଧିପତି ଏହି ଜ୍ଞାନର ପରିଚୟ ପାଇ ନ ଥିଲେ। ଯଦି ତାହା ପାଇଥା’ନ୍ତେ, ତେବେ ସେମାନେ ମହାମହିମ ପ୍ରଭୁଙ୍କୁ କ୍ରୁଶାର୍ପଣ କରି ନ ଥାନ୍ତେ।


ତୁମ୍ଭମାନଙ୍କର ଅବାଧ୍ୟତା ଓ ପାପ ହେତୁ ଅତୀତରେ ଆଧ୍ୟାତ୍ମିକଭାବେ ମୃତ ଥିଲ।


ସେ ନିଜେ ନାନା ପ୍ରକାର ଦୋଷ ଦୁର୍ବଳତାରେ ପୂର୍ଣ୍ଣ ହୋଇଥିବାରୁ ଦୋଷତ୍ରୁଟି କରୁଥିବା ନିର୍ବୋଧ ଲୋକମାନଙ୍କ ପ୍ରତି ସେ ସହନଶୀଳ ହୁଅନ୍ତି।


କିନ୍ତୁ ଦ୍ୱିତୀୟ ପ୍ରକୋଷ୍ଠ ଭିତରକୁ କେବଳ ମହାଯାଜକଙ୍କ ଯିବାର ଅଧିକାର ଅଛି, ସେ ସେଠାକୁ ବର୍ଷକୁ ଥରେ ମାତ୍ର ଯାଆନ୍ତି। ସେ ନିଜ ପାଇଁ ଏବଂ ଲୋକମାନେ ଅଜ୍ଞାନତାବଶତଃ କରିଥିବା ପାପ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ସଙ୍ଗରେ ରକ୍ତ ନେଇ ଯାଇ ଥାଆନ୍ତି।


ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


Swiv nou:

Piblisite


Piblisite