Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:15 - ପବିତ୍ର ବାଇବଲ (CL) NT (BSI)

15 ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କିନ୍ତୁ ସତ୍ୟ ଅବଲମ୍ଵନ କରି ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;

Gade chapit la Kopi

ଓଡିଆ ବାଇବେଲ

15 କିନ୍ତୁୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ଵରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;

Gade chapit la Kopi

ପବିତ୍ର ବାଇବଲ

15 ନା! ଆମ୍ଭେ ପ୍ରେମ ସହକାରେ ସତ୍ୟ କହିବା। ଆମ୍ଭେ ପ୍ରତ୍ୟେକ ବିଷୟରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହେବା। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।

Gade chapit la Kopi




ଏଫିସୀୟ 4:15
21 Referans Kwoze  

ପିଲାମାନେ, ଆମର ପ୍ରେମ କେବଳ କଥାରେ ଓ ବାକ୍ୟାଳାପରେ ପ୍ରକାଶ ପାଇଲେ ଯଥେଷ୍ଟ ହେବ ନାହିଁ; ତାହାକୁ କାର୍ଯ୍ୟରେ ଦେଖାଇବାକୁ ହେବ।


ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ସେହି କେବଳ ଏହି ଗୃହକୁ ସନ୍ନିକଟ କରି ରଖନ୍ତି ଏବଂ ପ୍ରଭୁଙ୍କର ନିମନ୍ତେ ଏକ ଉତ୍ସର୍ଗିତ ପବିତ୍ର ମନ୍ଦିର ରୂପେ ସମୃଦ୍ଧ କରନ୍ତି।


ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ରଖିଛନ୍ତି ଏବଂ ସମସ୍ତ ବିଷୟ ଉପରେ ତାଙ୍କୁ ସର୍ବୋପରିସ୍ଥ ପ୍ରଭୁ ରୂପେ ମଣ୍ଡଳୀକୁ ପ୍ରଦାନ କରିଛନ୍ତି।


ମିଥ୍ୟା ଓ କପଟତା, ଈର୍ଷା ଓ ପରନିନ୍ଦା ପରିହାର କର। ନବଜାତ ଶିଶୁ ପରି ହୁଅ। ସର୍ବଦା ବିଶୁଦ୍ଧ ଆଧ୍ୟାତ୍ମିକ ଦୁଗ୍ଧ ପାନ କରିବା ପାଇଁ ତୃଷିତ ହୁଅ। ସର୍ବଦା ବୃଦ୍ଧି ପାଇ ପରିତ୍ରାଣ ପାଇବ।


ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।


ଯୀଶୁ ନିଥ୍‌ନିୟେଲଙ୍କୁ ଆସୁଥିବା ଦେଖି କହିଲେ, “ଏ ଜଣେ ପ୍ରକୃତ ଇଶ୍ରାୟେଲୀୟ। ଏହାଙ୍କଠାରେ ତିଳେ ହେଲେ କପଟତା ନାହିଁ।”


ମଣ୍ଡଳୀ ଉପରେ ଖ୍ରୀଷ୍ଟଙ୍କର ଅଧିକାର ପରି ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଅଛି; ପୁଣି ଖ୍ରୀଷ୍ଟ ହିଁ ତାଙ୍କ ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


ଏ ସମ୍ପର୍କରେ ତୁମ୍ଭମାନେ ପ୍ରତି ମୁ କୌଣସି ନୀତି ନିର୍ଦ୍ଧାରଣ କରୁ ନାହିଁ। କେବଳ ସେବା କାର୍ଯ୍ୟରେ ଅନ୍ୟମାନଙ୍କ ଆଗ୍ରହର ଦୃଷ୍ଟାନ୍ତ ଦେଇ ତୁମ ପ୍ରେମରେ ବାସ୍ତବତା ଜାଣିବାଂ ପାଇଁ ମୁଁ ଚେଷ୍ଟା କରୁଛି।


ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


Swiv nou:

Piblisite


Piblisite