Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:13 - ପବିତ୍ର ବାଇବଲ (CL) NT (BSI)

13 ସେଥିପାଇଁ ଆମେ ସମସ୍ତେ ଆମ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ସମ୍ପର୍କୀୟ ଜ୍ଞାନରେ ଐକ୍ୟବଦ୍ଧ ହେବୁ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାପ୍ରାପ୍ତ ହୋଇ ଆମେ ପରିପକ୍ୱ ହେବୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ଵାସରେ ଓ ଈଶ୍ଵରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ ହେଉ,

Gade chapit la Kopi

ଓଡିଆ ବାଇବେଲ

13 ଶେଷରେ ଯେପରି ଆମ୍ଭମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍‍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,

Gade chapit la Kopi

ପବିତ୍ର ବାଇବଲ

13 ସମସ୍ତ ଲୋକେ ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟକ ସମାନ ବିଶ୍ୱାସ ଓ ସମାନ ଜ୍ଞାନ ସହିତ ଏକତ୍ର ହେବା ପର୍ଯ୍ୟନ୍ତ ଏହି କାମ ଗ୍ଭଲିଥିବା ନିତାନ୍ତ ଆବଶ୍ୟକ, ଯେପର୍ଯ୍ୟନ୍ତ ଆମ୍ଭେ ଖ୍ରୀଷ୍ଟଙ୍କ ସଦୃଶ ସିଦ୍ଧ ଓ ସମ୍ପୂର୍ଣ୍ଣ ନ ହୋଇଛୁ, ସେ ପର୍ଯ୍ୟନ୍ତ ଆମ୍ଭକୁ ବୃଦ୍ଧି ପାଇ ପୂର୍ଣ୍ଣବୟସ୍କ ହେବାକୁ ପଡ଼ିବ।

Gade chapit la Kopi




ଏଫିସୀୟ 4:13
34 Referans Kwoze  

ସେଥିପାଇଁ ଆମେ ପ୍ରତ୍ୟେକଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ। ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରି ଏକ ପରିପକ୍ୱ ବ୍ୟକ୍ତି ରୂପେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ପାଇଁ, ଆମର ସମସ୍ତ ବୁଦ୍ଧିଜ୍ଞାନ ପ୍ରୟୋଗ କରି, ସମସ୍ତଙ୍କୁ ଚେତନା ଓ ଶିକ୍ଷା ଦେଉଅଛୁ।


ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।


ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ଜଳଦୀକ୍ଷା।


ପବିତଆତ୍ମାଙ୍କ ସାହାଯ୍ୟରେ ଶାନ୍ତିରେ ଅବସ୍ଥାନ କରିବା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଏକତା ପ୍ରତିଷ୍ଠିତ ହୋଇଛି, ତାହାକୁ ପ୍ରାଣପଣେ ସୁରକ୍ଷା କର।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ତୁମେ ସମସ୍ତେ ଯେପରି ଉତ୍ସାହିତ ହେବ, ପରସ୍ପର ସହିତ ପ୍ରେମରେ ଆବଦ୍ଧ ହେବ ଓ ପ୍ରକୃତ ଜ୍ଞାନ ଲାଭ କରି ନିଶ୍ଚିତ ଭରସାରୂପ ସମ୍ପଦର ପୂର୍ଣ୍ଣ ଅଧିକାରୀ ହେବ, ଏହା ମୋର ଉଦ୍ଦେଶ୍ୟ। ଏହା ଦ୍ୱାରା ତୁମେ ସମସ୍ତେ ଜାଣିବ ଯେ, ଯୀଶୁ ଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ସେହି ନିଗୂଢ଼ ତତ୍ତ୍ୱ।


ଅନ୍ୟ ପକ୍ଷରେ ଗୁରୁପାକ ଖାଦ୍ୟ ବୟସ୍କ ଲୋକମାନଙ୍କ ନିମନ୍ତେ; ସେମାନେ ଜୀବନର ବିଭିନ୍ନ ଅନୁଭୂତି ଦ୍ୱାରା ଭଲ ଓ ମନ୍ଦର ପ୍ରଭେଦ ଜାଣନ୍ତି।


କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।


ଭାଇମାନେ, ଚିନ୍ତାଧାରାରେ ଶିଶୁ ପରି ହୁଅ ନାହିଁ। ମନ୍ଦ ବିଷୟ ପ୍ରତି ଶିଶୁ ପରି ହୁଅ; କିନ୍ତୁ ବୁଦ୍ଧି ବିଚାରରେ ତୁମ୍ଭେମାନେ ପୂର୍ଣ୍ଣ ବୟସ୍କ ହେବା ଉଚିତ୍।


ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର; ମଣ୍ଡଳୀ ଦ୍ୱାରା ଖ୍ରୀଷ୍ଟଙ୍କ କାର୍ଯ୍ୟର ପୂର୍ଣ୍ଣତା ସାଧିତ ହୁଏ; ପୁଣି ଖ୍ରୀଷ୍ଟ ସମସ୍ତ ବିଷୟ ସମ୍ପୂର୍ଣ୍ଣର୍ କରନ୍ତି।


ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି।


ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ।


ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣି ପାରୁଛୁ।”


ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।


ହେ ମୋର ପ୍ରିୟ ପିଲାମାନେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଅନୁରୂପ କରି ଗଢ଼ିବା ପାଇଁ ମୁଁ ପୁନର୍ବାର ପ୍ରସବ ବେଦନାର ଯନ୍ତ୍ରଣା ଅନୁଭବ କରୁଛି।


ମୁଁ ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରେ ଓ ଗୌରବମୟ ପିତା, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଯେପରି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ସେହି ଆତ୍ମା ତୁମ୍ଭମାନଙ୍କୁ ଜ୍ଞାନବାନ କରିବେ ଓ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ। ତାହାହେଲେ, ତୁମ୍ଭେମାନେ ତାଙ୍କୁ ଜାଣିପାରିବ।


ଏବେ ମୋର ଏକାନ୍ତ ଇଚ୍ଛା - ମୁଁ ଯେପରି ଖ୍ରୀଷ୍ଟଙ୍କୁ ଜାଣିବି ଓ ତାଙ୍କ ପୁନରୁତ୍ଥାନର ଶକ୍ତି ଅନୁଭବ କରିବି; ତାଙ୍କ କ୍ଲେଶଭୋଗର ସମବେଦନା ଅନୁଭବ କରି ମୃତ୍ୟୁରେ ମଧ୍ୟ ତାଙ୍କ ପରି ହେବି


ଏହିପରି ସେ ଆମକୁ ତାଙ୍କ ପ୍ରତିଜ୍ଞାନୁସାରେ ଅତି ଶ୍ରେଷ୍ଠ ଓ ମୂଲ୍ୟବାନ ଦାନ ଦେଇଛନ୍ତି। ଏହିସବୁ ଦାନ ସାହାଯ୍ୟରେ ତୁମ୍ଭେମାନେ ଏହି ଜଗତର ଧ୍ୱଂସକାରୀ କାମନାରୁ ଉଦ୍ଧାର ପାଇ ଐଶ୍ୱରିକ ସ୍ୱଭାବର ଅଂଶୀ ହୋଇ ପାରିବ।


Swiv nou:

Piblisite


Piblisite