Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:11 - ପବିତ୍ର ବାଇବଲ (CL) NT (BSI)

11 ସେ ହିଁ ମାନବ ଜାତିକୁ ବହୁ ବର ଦାନ କରି ଯାଇଛନ୍ତି। କେତେକଙ୍କୁ ପ୍ରେରିତ ଶିଷ୍ୟ, ଆଉ କେତେକଙ୍କୁ ଭାବବାଦୀ, କେତେକଙ୍କୁ ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକରୂପେ ନିଯୁକ୍ତ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେ କାହାକାହାକୁ ପ୍ରେରିତ, କାହାକାହାକୁ ଭାବବାଦୀ, କାହାକାହାକୁ ସୁସମାଚାର ପ୍ରଚାରକ, ପୁଣି କାହାକାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

11 ଏବଂ ସେହି ଖ୍ରୀଷ୍ଟ ଲୋକମାନଙ୍କୁ ଦାନ ଦେଲ ଅର୍ଥାତ୍ କେତେକ ଲୋକଙ୍କୁ ସେ ପ୍ରେରିତ ହେବା ପାଇଁ, କେତେକଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତା ହେବା ପାଇଁ, କେତେକଙ୍କୁ ସୁସମାଗ୍ଭର କହିବା ପାଇଁ ଓ କେତେକଙ୍କୁ ପରମେଶ୍ୱରଙ୍କ ଲୋକମାନଙ୍କର ଯତ୍ନ ନେବା ପାଇଁ ଓ ଶିକ୍ଷା ଦେବା ପାଇଁ।

Gade chapit la Kopi




ଏଫିସୀୟ 4:11
19 Referans Kwoze  

ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।


କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ସଂଯତ କରି ରଖ; ଶୁଭ ବାର୍ତ୍ତାର ପ୍ରଚାରକ ଓ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ରୂପେ ତୁମେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ରୁହ।


ଏବଂ ମୁଁ ଯେଉଁସବୁ ଆଜ୍ଞା ଦେଇଛି, ତାହା ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ। ପୁଣି ମନେରଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ଚିରକାଳ ତୁମ୍ଭମାନଙ୍କ ସଙ୍ଗରେ ରହିବି।”


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ଧର୍ମଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ ଅଛି - “ଯେତେବେଳେ ସେ ଉଦ୍ଧ୍ୱର୍କୁ ଆରୋହଣ କଲେ, ତାଙ୍କ ସହିତ ଅନେକ ବନ୍ଦୀଙ୍କୁ ସେ ନେଇଗଲେ, ପୁଣି ମାନବ ଜାତିକୁ ଅନେକ ବର ଦାନ କଲେ।”


ଅତୀତରେ ମାନବ ଜାତିକୁ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ କୁହାଯାଇ ନ ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ ତାଙ୍କର ପବିତ୍ର ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରିଛନ୍ତି।


ଯଦି ସେବା କରିବା ପାଇଁ ସେହି ଶକ୍ତି ପାଇଛୁ, ଆମେ ସେବା କରିବାକୁ ହେବ; ଶିକ୍ଷା ଦେବା ପାଇଁ ଶକ୍ତି ପାଇଥିଲେ, ଶିକ୍ଷା ଦେବାକୁ ହେବ।


ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।


ହେ ସ୍ୱର୍ଗଲୋକ! ସେ ଧ୍ୱଂସ ପାଇ ଥିବାରୁ ଆନନ୍ଦ ଉଲ୍ଲାସ କର। ହେ ସାଧୁବୃନ୍ଦ; ପ୍ରେରିତଶିଷ୍ୟ ଓ ଭାବବାଦୀଗଣ! ଉଲ୍ଲସିତ ହୁଅ, କାରଣ ତୁମ୍ଭମାନଙ୍କ ପ୍ରତି ସେ ଯାହା କରିଥିଲା, ସେଥିପାଇଁ ଈଶ୍ୱର ତାକୁ ଶାସ୍ତି ଦେଇଛନ୍ତି।


ପରଦିନ ଆମେ ସେହି ସ୍ଥାନ ଛାଡ଼ି ସିସେରିଆରେ ପହଞ୍ଚିଲୁ। ସେଠାରେ ଆମେ ପ୍ରଚାରକ ଫିଲିପ୍ପଙ୍କ ଘରେ ରହିଲୁ, ଯିରୂଶାଲମରେ ସେବକ ରୂପେ ମନୋନୀତ ହୋଇଥିବା ସାତଜଣଙ୍କ ମଧ୍ୟରୁ ସେ ଜଣେ ଥିଲେ।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।


ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷମାନେ ତୁମ୍ଭମାନଙ୍କୁ ଯାହା କହି ଯାଇଛନ୍ତି, ତାହା ସ୍ମରଣ କର।


ଆତ୍ମିକ ଦାନ ବିଭିନ୍ନ ପ୍ରକାର, କିନ୍ତୁ ସେହି ଏକ ଆତ୍ମା ସେସବୁ ପ୍ରଦାନ କରନ୍ତି।


Swiv nou:

Piblisite


Piblisite