Biblia Todo Logo
Bib sou entènèt

- Piblisite -




ଏଫିସୀୟ 4:10 - ପବିତ୍ର ବାଇବଲ (CL) NT (BSI)

10 ତେଣୁ ଯିଏ ଅବତରଣ କରିଥିଲେ, ସମଗ୍ର ବିଶ୍ୱକୁ ତାଙ୍କର ଉପସ୍ଥିତିରେ ପରିପୂର୍ଣ୍ଣ କରିବା ପାଇଁ ସେ ପୁଣି ସ୍ୱର୍ଗଲୋକରେ ବହୁ ଉଦ୍ଧ୍ୱର୍କୁ ଆରୋହଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ଵର୍ଗର ଊର୍ଦ୍ଧ୍ଵକୁ ଆରୋହଣ କଲେ।)

Gade chapit la Kopi

ଓଡିଆ ବାଇବେଲ

10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ମଧ୍ୟ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ଆରୋହଣ କଲେ।)

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)

Gade chapit la Kopi

ପବିତ୍ର ବାଇବଲ

10 ଯେଉଁ ଖ୍ରୀଷ୍ଟ ନୀଚ୍ଚକୁ ଆସିଥିଲେ ସେ ହିଁ ଉଚ୍ଚକୁ ଗଲେ। ସେ ଉଚ୍ଚତମ ଆକାଶକୁ ଗଲେ ଯେପରି ସେ ନିଜକୁ ପୂର୍ଣ୍ଣ କରନ୍ତି।

Gade chapit la Kopi




ଏଫିସୀୟ 4:10
24 Referans Kwoze  

ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


କେବଳ ମାନବରୂପୀ ଖ୍ରୀଷ୍ଟଙ୍କଠାରେ ଐଶ୍ୱରିକ ସ୍ୱଭାବ ପୂର୍ଣ୍ଣମାତ୍ରାରେ ନିହିତ ଅଛି।


କାରଣ ଈଶ୍ୱରଙ୍କର ନିଷ୍ପତ୍ତି ଅନୁଯାୟୀ ପୁତ୍ର ନିଜେ ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱଭାବ ଧାରଣ କରିଛନ୍ତି।


“ମନେରଖ, ବର୍ତ୍ତମାନ ଜୀବିତ ଥିବା ଲୋକମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁଭୋଗ କରିବା ପୂର୍ବରୁ ଏହି ସମସ୍ତ ବିଷୟ ଘଟିଯିବ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


ହଁ, ତୁମ୍ଭେମାନେ ତାଙ୍କ ପ୍ରେମର ପରିସର ଜାଣି ପାରିବ, ଯଦ୍ୟପି ଏହା କେବେହେଁ ପୂର୍ଣ୍ଣମାତ୍ରାରେ ଜାଣି ହୁଏନା। ଏହି ପ୍ରକାରେ ତୁମ୍ଭେମାନେ ଈଶ୍ୱରଙ୍କ ସ୍ୱଭାବର ପରିପୂର୍ଣ୍ଣତା ଉପଲବ୍ôଧ କରିପାରିବ।


ଏହା କହିବା ପରେ ଯୀଶୁଙ୍କୁ ସ୍ୱର୍ଗକୁ ନୀତ ହେବା ସେମାନେ ଦେଖିଲେ ଏବଂ ଖଣ୍ଡେ ମେଘର ଅନ୍ତରାଳରେ ସେ ସେମାନଙ୍କୁ ଦୃଷ୍ଟିରୁ ଅନ୍ତର୍ହିତ ହେଲେ।


ଆମ୍ଭମାନଙ୍କ କଥାର ସାରମର୍ମ ହେଉଛି, ଆମେ ଯେଉଁ ମହାଯାଜକଙ୍କୁ ପାଇଛୁ, ସେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।


ବହୁପୂର୍ବେ ସମସ୍ତ ଭାବବାଦୀମାନଙ୍କୁ ମୁଖରେ ଈଶ୍ୱର ଘୋଷଣା କରିଥିଲେ ଯେ, ମସୀହଙ୍କୁ ଦୁଃଖଭୋଗ କରିବାକୁ ହେବ। ଏହିପରି ଭାବର ବର୍ତ୍ତମାନ ତାହା ସଫଳ ହୋଇଛି।


ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।


“ହେ ଗାଲିଲୀୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟକୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି। କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମ୍ଭେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରି ଆସିବେ।”


ଏହି ଘଟଣା ଦ୍ୱାରା ଶାସ୍ତ୍ରୋକ୍ତ ଭବିଷ୍ୟବାଣୀ ସଫଳ ହେଲା। “ତାଙ୍କର ଗୋଟିଏ ହେଲେ ଅସ୍ଥି ଭଗ୍ନ ହେବ ନାହିଁ।”


ଯୀଶୁ ଜାଣିପାରିଲେ, ସବୁ ବିଷୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ଶାସ୍ତ୍ରୋକ୍ତ ଭବିଷ୍ୟବାଣୀକୁ ସଫଳ କରିବା ପାଇଁ ସେ କହିଲେ: “ମୋତେ ତୃଷା ହେଉଅଛି।”


ସୈନିକମାନେ ପରସ୍ପରକୁ କହିଲେ, “ଏହାକୁ ଚିରିବା ନାହିଁ। ଗୁଲିବାଣ୍ଟରେ ଯିଏ ପାଇବ, ସେ ତାକୁ ନେବ।” ଏହି ଘଟଣାରେ ଶାସ୍ତ୍ରଲିଖିତ ଗୋଟିଏ କଥା ସଫଳ ହେଲା: “ସେମାନେ ମୋର ବସ୍ତ୍ର ସବୁ ଭାଗବାଣ୍ଟ କରି ନେଲେ, ମୋର ଉତ୍ତରୀୟ ପାଇଁ ଗୁଲିବାଣ୍ଟ କଲେ।” ସୈନିକମାନେ ଠିକ୍ ଏହିପରି କଲେ।


ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ଖ୍ରୀଷ୍ଟାଶ୍ରିତ ଜଣେ ବ୍ୟକ୍ତି ଚଉଦ ବର୍ଷ ତଳେ ତୃତୀୟ ସ୍ୱର୍ଗକୁ ଯାଇଥିଲେ (ସେ ସୁଶରୀରରେ ଯାଇଥିଲେ କିମ୍ବା ସ୍ୱପ୍ନ ଦେଖିଥିଲେ, ମୁଁ ଜାଣେ ନାହିଁ, ତାହା କେବଳ ଈଶ୍ୱର ଜାଣନ୍ତି)।


Swiv nou:

Piblisite


Piblisite