Biblia Todo Logo
Bib sou entènèt

- Piblisite -




ଏଫିସୀୟ 3:6 - ପବିତ୍ର ବାଇବଲ (CL) NT (BSI)

6 ସେହି ନିଗୂଢ଼ ତତ୍ତ୍ୱ ହେଉଛି, ସୁସମାଚାର ଯୋଗୁଁ ଇହୁଦୀମାନଙ୍କ ସହିତ ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ ହୋଇଛନ୍ତି। ସେମାନେ ସେହି ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଈଶ୍ୱର ଦେଇଥିବା ପ୍ରତିଜ୍ଞାର ଅଂଶୀଦାର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଅର୍ଥାତ୍, ସୁସମାଚାର ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;

Gade chapit la Kopi

ଓଡିଆ ବାଇବେଲ

6 ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୂଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;

Gade chapit la Kopi

ପବିତ୍ର ବାଇବଲ

6 ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।

Gade chapit la Kopi




ଏଫିସୀୟ 3:6
17 Referans Kwoze  

ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ଯାହା ଆମେ ବାସ୍ତବରେ ଦେଖଛୁ ଓ ଶୁଣିଛୁ, କେବଳ ସେହି କଥା ତୁମ୍ଭମାନଙ୍କ ନିକଟରେ ଘୋଷଣା କରି କହୁଛୁ। ଏହି ଶୁଣି ପିତା ଈଶ୍ୱର ସ ତାଙ୍କ ପୁତ୍ର ଯୀଶୁ ଖ୍ର୍ରୀଷ୍ଟଙ୍କ ସହିତ ଆମର ଯେଉଁ ସାହାଚର୍ଯ୍ୟ ଅଛି, ସେଥିରେ ତୁମ୍ଭେମାନେ ଭାଗୀ ହେବ


ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)


ଏହିପରି ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖ ନାହିଁ।


ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।


ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।


ଈଶ୍ୱର ତାଙ୍କର ଗୁପ୍ତ ଯୋଜନା ପ୍ରକାଶ କରି ମୋତେ ଜଣାଇଛନ୍ତି। (ଏ ବିଷୟରେ ମୁଁ ସଂକ୍ଷିପ୍ତଭାବେ ଲେଖୁଛି।


Swiv nou:

Piblisite


Piblisite