Biblia Todo Logo
Bib sou entènèt

- Piblisite -




ଏଫିସୀୟ 3:11 - ପବିତ୍ର ବାଇବଲ (CL) NT (BSI)

11 ଈଶ୍ୱର ତାଙ୍କର ଅନନ୍ତକାଳୀନ ଉଦ୍ଦେଶ୍ୟ ଅନୁଯାୟୀ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଏହା ସାଧନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତଦନୁସାରେ ମଣ୍ତଳୀ ଦ୍ଵାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ ସ୍ଵର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;

Gade chapit la Kopi

ଓଡିଆ ବାଇବେଲ

11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ;

Gade chapit la Kopi

ପବିତ୍ର ବାଇବଲ

11 ସମୟର ପ୍ରାରମ୍ଭରୁ ପରମେଶ୍ୱରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମେଳ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ଏହା ସମ୍ପନ୍ନ କଲେ।

Gade chapit la Kopi




ଏଫିସୀୟ 3:11
12 Referans Kwoze  

ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


ସମସ୍ତ ବିଷୟ ଈଶ୍ୱରଙ୍କ ପରିକଳ୍ପନା ଓ ନିଷ୍ପତ୍ତି ଅନୁଯାୟୀ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧନ ଲାଗି, ଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କର ନିଜ ଲୋକ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ଏମାନଙ୍କ ମଧ୍ୟରୁ ଜଣେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ମନୋନୀତ ହେଲା। ରିବିକାଙ୍କୁ ଈଶ୍ୱର କହିଲେ, “ଜ୍ୟେଷ୍ଠ ଭ୍ରାତା କନିଷ୍ଠର ସେବା କରିବ।” ସେମାନେ ଜନ୍ମ ହେବା ଆଗରୁ, କେହି କିଛି ସତ୍ ବା ଅସତ୍ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ଏହା କହିଥିଲେ। ସେମାନଙ୍କ କର୍ମ ଫଳରୁ ନୁହେଁ, କେବଳ ଈଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେମାନେ ମନୋନୀତ ହେଲେ।


ଈଶ୍ୱର ତାଙ୍କ ଅସୀମ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଯାହା ସଙ୍କଳ୍ପ କରିଥିଲେ, ତାହା ସାଧନ କରିଛନ୍ତି ଏବଂ ତାହାକୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ଯେଉଁ ଗୁପ୍ତ ପରିକଳ୍ପନା କରିଥିଲେ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।


ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।


ଏହି କାରଣରୁ ତୁମ ପରି ଅଣଇହୁଦୀମାନଙ୍କ ପାଇଁ ଖ୍ରୀଷ୍ଟ ଯୀଶୁଙ୍କ ହେତୁ ବନ୍ଦୀ ହୋଇଥିବା ମୁଁ ପାଉଲ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛି।


Swiv nou:

Piblisite


Piblisite