Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:3 - ପବିତ୍ର ବାଇବଲ (CL) NT (BSI)

3 ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ, ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ଵଭାବତଃ କ୍ରୋଧର ପାତ୍ର ଥିଲୁ;

Gade chapit la Kopi

ଓଡିଆ ବାଇବେଲ

3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଲାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ଅନାଜ୍ଞାବହ ସନ୍ତାନମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନଯାପନ କରି ଶାରୀରିକ ଓ ମନର କାମନା ପୂର୍ଣ୍ଣ କରୁଥିଲୁ, ପୁଣି, ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ;

Gade chapit la Kopi

ପବିତ୍ର ବାଇବଲ

3 ଅତୀତରେ ଆମ୍ଭେ ସମସ୍ତେ ସେହିଭଳି ଜୀବନଯାପନ କରୁଥିଲୁ। ଆମ୍ଭେ ଆମ୍ଭର ପାପଭରା ମନୋଭାବର କାମନା ସବୁ ପୂରଣ କରିବାରେ ଚେଷ୍ଟିତ ଥିଲୁ। ଯାହା ଆମ୍ଭ ଦେହ ଗ୍ଭହୁଁଥିଲା ଓ ମନ ଭାବୁଥିଲା, ସେହି କାର୍ଯ୍ୟ କରୁଥିଲୁ। ଆମ୍ଭେ ମନ୍ଦଲୋକ ଥିଲୁ। ଆମ୍ଭର ପାପପୂର୍ଣ୍ଣ ଜୀବନ ଲାଗି ଆମ୍ଭେମାନେ ଅନ୍ୟମାନଙ୍କ ପରି ପରମେଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଦଣ୍ଡ ଭୋଗ କରିଥା’ନ୍ତୁ।

Gade chapit la Kopi




ଏଫିସୀୟ 2:3
54 Referans Kwoze  

ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ତୁମ ମର ଶରୀର ଉପରେ ପାପ ଆଉ ରାଜତ୍ୱ ନ କରୁ; ତୁମ୍ଭେମାନେ ଆଉ କୌଣସି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।


ଏହି ଜଗତର ଯେଉଁସବୁ ଶାରୀରିକ ବିଷୟ ଉପଭୋଗ କରିବାକୁ ମନୁଷ୍ୟ ଲାଳାୟିତ, ଲୋକେ ଯେଉଁ ସବୁ ସୁଦୃଶ୍ୟ ବିଷୟ ନେଇ ଲୋକେ ଗର୍ବ କରନ୍ତି, ତାହା ସବୁ ପରମ ପିତାଙ୍କର ଦାନ ନୁହେଁ- ସେ ସବୁ କେବଳ ଏହି ଜଗତର ସମ୍ପଦ।


ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।


ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।


ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?


ମୁଁ ଜାଣେ, ମୋ' ଭିତରେ ଅର୍ଥାତ୍ ମୋର ମାନବ ପ୍ରକୃତିରେ କୌଣସି ଉତ୍ତମତା ନାହିଁ, କାରଣ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା ଥିଲେ ସୁଦ୍ଧା ତା’ କରିପାରେ ନାହିଁ।


କିନ୍ତୁ ସାଂସାରିକ ଚିନ୍ତା, ଅର୍ଥଲୋଭ ଓ ନାନା ପ୍ରକାର ଲାଳସା ସେମାନଙ୍କ ମନକୁ ଘାରି ପକାଇବାରୁ ସେହି ବାର୍ତ୍ତା ଫଳପ୍ରଦ ହୁଏ ନାହିଁ।


ଅଣଇହୁଦୀମାନେ ପୂର୍ବେ ଈଶ୍ୱରଙ୍କ ଅବାଧ୍ୟ ଥିଲେ; କିନ୍ତୁ ବର୍ତ୍ତମାନ ଇହୁଦୀମାନଙ୍କ ଅବାଧ୍ୟତା ହେତୁ ଅଣଇହୁଦୀମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି।


ଈଶ୍ୱର ମଧ୍ୟ ଠିକ୍ ସେହିପରି କରିଛନ୍ତି। ସେ ଚାହୁଁଥିଲେ, ତାଙ୍କର କ୍ରୋଧ ପ୍ରଦର୍ଶନ କରିବାକୁ ଓ ପରାକ୍ରମ ପ୍ରକାଶ କରିବାକୁ। କିନ୍ତୁ ଯେଉଁମାନେ ତାଙ୍କ କ୍ରୋଧର ପାତ୍ର ହୋଇ ବିନଷ୍ଟ ହେବା ସୁନିଶ୍ଚିତ ଥିଲା, ସେମାନଙ୍କ ପ୍ରତି ଈଶ୍ୱର ଅତୀବ ସହନଶୀଳ ହେଲେ।


ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।


ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।


ସେମାନେ ତୁମ୍ଭମାନଙ୍କର ଲଜ୍ଜା ଓ କଳଙ୍କ ସ୍ୱରୂପ। ସେମାନଙ୍କ ଚୁକ୍ଷୁ କାମୁକତାରେ ପୂର୍ଣ୍ଣ। ସେମାନଙ୍କର ପାପ-କ୍ଷୁଧା କେବେ ପୂର୍ଣ୍ଣ। ସେମାନଙ୍କର ଦୁର୍ବଳମନା ଲୋକମାନଙ୍କୁ ଫାନ୍ଦରେ ପକାନ୍ତି। ଲୋଭାସକ୍ତ ହେବାରେ ସେମାନେ ଅଭ୍ୟସ୍ତ। ସେମାନେ ଈଶ୍ୱରଙ୍କ ଅଭିଶାପର ପାତ୍ର।


ଧନସମ୍ପତ୍ତିର ଲୋଭ ମନୁଷ୍ୟକୁ ଅନେକ ପରୀକ୍ଷା ଓ କୁଚକ୍ରାନ୍ତ ଭିତରକୁ ଟାଣିନିଏ; ତା’ ମନରେ ବହୁ ତୁଚ୍ଛ ଅନିଷ୍ଟକର ଲାଳସା ଜାଗ୍ରତ କରି ତାକୁ ଧ୍ୱଂସ ଓ ସର୍ବନାଶ ଆଡ଼କୁ କଢ଼ାଇ ନିଏ।


କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।


ତେଣୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି ଓ ସେମାନେ ନିଜ ନିଜର କାମନା ଅନୁଯାୟୀ କଳୁଷିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି - ସେମାନେ ପରସ୍ପର ସହିତ ଲଜ୍ଜାଜନକ ସମ୍ପର୍କ ରଖନ୍ତି।


କିନ୍ତୁ ଏହାକୁ ଏକ ନୂତନ ଆଜ୍ଞା ରୂପେ ଏଠାରେ ମୁଁ ଉଲ୍ଲେଖତ କରୁଛି, କାରଣ ଏହାର ବାସ୍ତବତା କେବଳ ଖ୍ରୀଷ୍ଟଙ୍କଠାରେ ରୂପାୟିତ ହୋଇଛି ଏବଂ ପ୍ରକୃତ ଆଲୋକ ଏବେ ପ୍ରକଶଶମାନ।


ଅତୀତରେ ସ୍ୱଇଚ୍ଛାରେ ନିଜ ପଥରେ ଯିବା ପାଇଁ ଈଶ୍ୱର ଲୋକମାନଙ୍କୁ ଛାଡ଼ି ଦେଇଥିଲେ।


ଅଣଇହୁଦୀମାନଙ୍କର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ସେମାନେ ସ୍ୱଭାବତଃ ବ୍ୟବସ୍ଥାର ବିଧିବିଧାନ ପାଳନ କରନ୍ତି, ତାହା ହିଁ ସେମାନଙ୍କର ବ୍ୟବସ୍ଥା ସ୍ୱରୂପ।


ଖ୍ରୀଷ୍ଟଙ୍କ ପ୍ରାଣବଳି ଦ୍ୱାରା ଈଶ୍ୱର ଆମକୁ ଧାର୍ମିକ ରୂପେ ଗ୍ରହଣ କରିଛନ୍ତି। ତାହାହେଲେ ଈଶ୍ୱରଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖ୍ରୀଷ୍ଟ କେତେ ମନୋଯୋଗୀ ନ ହେବେ।


ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?


ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।


ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।


ତେଣୁ ଆମେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହୋଇ ଜାଗ୍ରତ ଓ ସଚେତନ ହୋଇ ରହିବା।


Swiv nou:

Piblisite


Piblisite