Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:20 - ପବିତ୍ର ବାଇବଲ (CL) NT (BSI)

20 ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ଵୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;

Gade chapit la Kopi

ଓଡିଆ ବାଇବେଲ

20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେହି କୋଣର ପ୍ରଧାନ ପ୍ରସ୍ତର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର;

Gade chapit la Kopi

ପବିତ୍ର ବାଇବଲ

20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି।

Gade chapit la Kopi




ଏଫିସୀୟ 2:20
20 Referans Kwoze  

“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।


ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।


ମଣ୍ଡଳୀରେ ଈଶ୍ୱର ପ୍ରଥମତଃ ପ୍ରେରିତ ଶିଷ୍ୟମାନଙ୍କୁ, ଦ୍ୱିତୀୟତଃ ଭବିଷ୍ୟତ୍ବକ୍ତାମାନଙ୍କୁ, ତୃତୀୟତଃ ଶିକ୍ଷାଗୁରୁମାନଙ୍କୁ ନିଯୁକ୍ତ କରି ଅଛନ୍ତି। ତା’ପରେ ଅଲୌକିକ କାର୍ଯ୍ୟସାଧନକାରୀ, ରୋଗ ସୁସ୍ଥକାରୀ, ସାହାଯ୍ୟକାରୀ, ପ୍ରଶାସନ କାର୍ଯ୍ୟରେ ଦକ୍ଷ ଏବଂ ବିଭିନ୍ନ ଭାଷାରେ କଥା କହିବା ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଅଛନ୍ତି।


ଯୀଶୁ ସେମାନଙ୍କୁ କହିଲେ, “ଏହି ଶାସ୍ତ୍ର କଥା କଅଣ ତୁମ୍ଭେମାନେ ପଢ଼ି ନାହଁ? ‘ଯେଉଁ ପଥରଟିକୁ ଗୃହ ନିର୍ମାଣକାରୀମାନେ ଅଦରକାରୀ ବୋଲି ଛାଡ଼ି ଦେଇଥିଲେ, ତାହା ହିଁ ଶ୍ରେଷ୍ଠ ‘କୋଣ-ପଥର’ ସ୍ୱରୂପେ ବ୍ୟବହୃତ ହେଲା। ପ୍ରଭୁ ନିଜେ ଏହା କହିଛନ୍ତି। ପ୍ରଭୁଙ୍କ କାର୍ଯ୍ୟ ସବୁ କେଡ଼େ ଚମକ୍ରାର’।”


ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।


ଅତୀତରେ ମାନବ ଜାତିକୁ ଏହି ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ କୁହାଯାଇ ନ ଥିଲା। କିନ୍ତୁ ଈଶ୍ୱର ବର୍ତ୍ତମାନ ତାଙ୍କର ପବିତ୍ର ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କୁ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରିଛନ୍ତି।


ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।


ଶାସ୍ତ୍ରରେ ଏହିପରି ଲେଖାଅଛି: “ଆମ୍ଭେ ଏକ ବହୁମୂଲ୍ୟ ପ୍ରସ୍ତର ମୋନାୀତ କଲୁ; ତାହା ଆମ୍ଭେ ସିୟୋନର କୋଣ ପ୍ରସ୍ତର ରୂପେ ସ୍ଥାପନ କରୁଛୁ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କେବେ ନିରାଶ ହେବ ନାହିଁ।”


Swiv nou:

Piblisite


Piblisite