Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:14 - ପବିତ୍ର ବାଇବଲ (CL) NT (BSI)

14 କାରଣ ଇହୁଦୀ ଓ ଅଣଇହୁଦୀମାନଙ୍କୁ ଏକ କରି, ଖ୍ରୀଷ୍ଟ ନିଜେ ଆମ ମଧ୍ୟରେ ଶାନ୍ତି ସ୍ଥାପନ କରିଛନ୍ତି। ସେମାନଙ୍କୁ ପୃଥକ୍ କରି ପରସ୍ପରର ଶତ୍ରୁ ରୂପେ ରଖିଥିବା ପ୍ରାଚୀରକୁ ସେ ତାଙ୍କର ନିଜ ଶରୀର ଦ୍ୱାରା ଭାଙ୍ଗିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ଵରୂପ ମଧ୍ୟବର୍ତ୍ତୀ ବିଚ୍ଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।

Gade chapit la Kopi




ଏଫିସୀୟ 2:14
28 Referans Kwoze  

ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।


ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।


ପୁତ୍ରଙ୍କ ଦ୍ୱାରା ଈଶ୍ୱର ସମସ୍ତ ବିଶ୍ୱକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ସ୍ଥିର କଲେ। କ୍ରୁଶରେ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଈଶ୍ୱର ଶାନ୍ତି ସ୍ଥାପନ କରିଛନ୍ତି ଏବଂ ପୃଥିବୀ ଓ ସ୍ୱର୍ଗରେ ଥିବା ସମସ୍ତ ବିଷୟକୁ ନିଜ ନିକଟକୁ ଫେରାଇ ଆଣିଛନ୍ତି।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁଭୋଗ କରିଛ ଓ ଏହି ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କ କବଳରୁ ମୁକ୍ତି ଲାଭ କରିଛ। ତେବେ କାହିଁକି ତୁମ୍ଭେମାନେ ଜାଗତିକମନା ଲୋକଙ୍କ ପରି ଜୀବନ କାଟୁଛ? କାହିଁକି ତୁମ୍ଭେମାନେ ଏହିପରି ନିୟମସବୁ ପାଳନ କର, ଯଥା


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


ତୁମ୍ଭେମାନେ ଜାଣିଛ ଯେ ଈଶ୍ୱର ଇଶ୍ରାଏଲୀୟମାନଙ୍କ ନିକଟକୁ ଯେଉଁ ବାର୍ତ୍ତା ପ୍ରେରଣ କରିଥିଲେ, ତାହା ହିଁ ଯୀଶୁଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶାନ୍ତିର ବାର୍ତ୍ତା।


“ତୁମ୍ଭେମାନେ ଭଲ ରୂପେ ଜାଣ, ଜଣେ ଇହୁଦୀ ତା’ର ଧର୍ମବିଶ୍ୱାସ ଅନୁଯାୟୀ ଅଣଇହୁଦୀ ଲୋକମାନଙ୍କ ସହିତ ମିଳାମିଶା କରିପାରେ ନାହିଁ। କିନ୍ତୁ ଈଶ୍ୱର ମୋତେ ଜଣାଇଛନ୍ତି, କାହାରିକୁ ଅଶୁଚି ବା ଅପବିତ୍ର ମନେ କରିବା ଉଚିତ ନୁହେଁ।


ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।


“ସର୍ବୋଚ୍ଚ ସ୍ୱର୍ଗରେ ଈଶ୍ୱରଙ୍କ ମହିମା; ପୃଥିବୀରେ ଯେଉଁମାନେ ତାଙ୍କର ପ୍ରୀତିଭାଜନ, ସେମାନଙ୍କ ମନରେ ଶାନ୍ତି।”


ମୋର ଆହୁରି ଅନ୍ୟ ମେଷ ଅଛନ୍ତି, ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ।


ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”


ଆଉ ଅବ୍ରାହାମ ତାଙ୍କୁ ଯୁଦ୍ଧଲବ୍ଧ ଧନର ଏକ ଦଶମାଂଶ ଦାନ କରିଥିଲେ। (ମଲ୍‌କି-ସେଦଙ୍କ ନାମର ପ୍ରଥମ ଅର୍ଥ ହେଉଛି “ଧାର୍ମିକ ରାଜା”, ସେ ଶାଲେମର ରାଜା ହୋଇଥିବାରୁ ତାଙ୍କର ନାମର ଅନ୍ୟ ଅର୍ଥ “ଶାନ୍ତି ରାଜା”।)


ତାହାଙ୍କ ନିୟନ୍ତ୍ରଣରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏକତ୍ର ସଂଯୋଜିତ ହୁଅନ୍ତି ଏବଂ ସେଥିରେ ଥିବା ଗ୍ରନ୍ଥିମାନଙ୍କ ସାହାଯ୍ୟରେ ସମୁଦାୟ ଶରୀର ସଙ୍ଗଠିତ ହୁଏ। ତେଣୁ ପ୍ରତ୍ୟେକ ଅବୟବ ନିଜର କାର୍ଯ୍ୟ ଯଥାଯଥ ଭାବରେ ନିର୍ବାହ କରିବା ଦ୍ୱାରା ସମଗ୍ର ଶରୀର ବୃଦ୍ଧି ପାଇ ସୁଗଠିତ ହୁଏ।


ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”


ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।


ସେଥିଲାଗି ଖ୍ରୀଷ୍ଟ ଆସିଥିଲେ ଓ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିବା ଅଣଇହୁଦୀ ଓ ତାଙ୍କ ନିକଟବର୍ତ୍ତୀ ଇହୁଦୀମାନଙ୍କ ମଧ୍ୟରେ ସୁସମାଚାର ଘୋଷଣା କରିଥିଲେ।


Swiv nou:

Piblisite


Piblisite