Biblia Todo Logo
Bib sou entènèt

- Piblisite -




ଏଫିସୀୟ 2:11 - ପବିତ୍ର ବାଇବଲ (CL) NT (BSI)

11 ନିଜର ଅତୀତ ଅବସ୍ଥା ସ୍ମରଣ କର: ଜାତିରେ ତୁମ୍ଭେମାନେ ଅଣଇହୁଦୀ ଥିଲ, ନିଜକୁ “ସୁନ୍ନତ୍” ବୋଲାଉଥିବା ଇହୁଦୀମାନେ ତୁମ୍ଭମାନଙ୍କୁ “ଅସୁନ୍ନତ୍” କହନ୍ତି। (ଏହା କେବଳ ଏକ ଶାରୀରିକ ଅବସ୍ଥାକୁ ବୁଝାଏ।)

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅତଏବ, ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ଵନ୍ଧରେ ବିଜାତି ଥିଲ ଓ ଶାରୀରିକଭାବେ ହସ୍ତକୃତ ସୁନ୍ନତି ଲୋକମାନଙ୍କ ଦ୍ଵାରା ଅସୁନ୍ନତି ବୋଲି ଖ୍ୟାତ ହେଉଥିଲ,

Gade chapit la Kopi

ଓଡିଆ ବାଇବେଲ

11 ଅତଏବ ତୁମ୍ଭେମାନେ ପୁର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୂଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,

Gade chapit la Kopi

ପବିତ୍ର ବାଇବଲ

11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ” ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି।

Gade chapit la Kopi




ଏଫିସୀୟ 2:11
29 Referans Kwoze  

ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।


ତୁମ୍ଭମାନଙ୍କର ପାପ ହେତୁ ଏବଂ ତୁମ୍ଭେମାନେ ବ୍ୟବସ୍ଥାବିହୀନ ଅଣଇହୁଦୀ ଥିବାରୁ ଏକଦା ତୁମ୍ଭେମାନେ ଆଧ୍ୟାତ୍ମିକଭାବେ ମୃତ ଥିଲ; କିନ୍ତୁ ଈଶ୍ୱର ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କୁ ସଞ୍ଜୀବିତ କରାଇଛନ୍ତି। ଈଶ୍ୱର ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା କରିଛନ୍ତି।


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ଏକ ସମୟରେ ଅସତ୍ ଚିନ୍ତା ଓ ଅସତ୍ କାର୍ଯ୍ୟ କରୁଥିବାରୁ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଦୂରରେ ଥିଲ ଓ ତାଙ୍କର ଶତ୍ରୁ ଥିଲ।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ଯେଉଁମାନେ ବାହ୍ୟିକ ବିଷୟରେ ଦେଖେଇ ହୁଅନ୍ତି ଓ ବଡ଼ାଇ କରନ୍ତି, ସେମାନେ ହିଁ ତୁମ୍ଭମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ନିର୍ଯ୍ୟାତନା ଭୋଗ ନ କରିବା ଉଦ୍ଦେଶ୍ୟରେ ସେମାନେ ଏହା କରୁଅଛନ୍ତି।


ତୁମ୍ଭେମାନେ ଜାଣ ଯେ, ଅଣବିଶ୍ୱାସୀ ଥିଲାବେଳେ, ନିର୍ଜୀବ ପ୍ରତିମାମାନଙ୍କୁ ପୂଜା କରି ତୁମ୍ଭେମାନେ ବିପଥଗାମୀ ହୋଇଥିଲ।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


ବାସ୍ତବିକ୍ ଆମେ ଜନ୍ମରୁ ଇହୁଦୀ; ତଥାକଥିତ “ପାପୀ ଅଣଇହୁଦୀ” ନୋହୁଁ।


ଯଦି ସୁନ୍ନତ ହୋଇ ନ ଥବା ଜଣେ ଅଣଇହୁଦୀ ବ୍ୟବସ୍ଥାର ବିଧିବିଧାନ ସବୁ ପାଳନ କରୁଥାଏ, ଈଶ୍ୱର ତାକୁ


ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ,


ଉଦ୍ୟାନରେ ଯତ୍ନ ନିଆଯାଉଥିବା ଗୋଟିଏ ଜୀତ ବୃକ୍ଷର କେତୋଟି ଶାଖା ଛିନ୍ନ କରାଯାଇ, ଜଙ୍ଗଲୀ ଜୀତ ବୃକ୍ଷ ତୁଲ୍ୟ। ତୁମ୍ଭେମାନେ ବର୍ତ୍ତମାନ ଇହୁଦୀମାନଙ୍କର ବଳିଷ୍ଠ ଆଧ୍ୟାତ୍ମିକ ଜୀବନର ଅଂଶୀଦାର ହୋଇଛ।


ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


ସେମାନେ ଉତ୍ତର ଦେଲେ, ‘କେହି ତ ଆମକୁ କାମରେ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲା, ‘ଆଚ୍ଛା, ତେବେ ତୁମେ ସବୁ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର।’


Swiv nou:

Piblisite


Piblisite