Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:5 - ପବିତ୍ର ବାଇବଲ (CL) NT (BSI)

5 ତାଙ୍କ ପ୍ରେମ ହେତୁ, ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମକୁ ତାଙ୍କର ସନ୍ତାନ ରୂପେ ଗ୍ରହଣ କରିବାକୁ ନିରୂପଣ କରିଥିଲେ; ଏହା ହିଁ ଥିଲା ତାଙ୍କର ଆନନ୍ଦ ଓ ଅଭିପ୍ରାୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ସେ ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ଵଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ,

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ସେ ଆମ୍ଭମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୁର୍ବରୁ ନିରୂପଣ କଲେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ;

Gade chapit la Kopi

ପବିତ୍ର ବାଇବଲ

5 ସେ ଆମ୍ଭମାନଙ୍କ ସୃଷ୍ଟି ପୂର୍ବରୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ନିଜର ସନ୍ତାନ କରିବାକୁ ସ୍ଥିର କରିଥିଲେ। ଏହା ତାହାଙ୍କର ଇଚ୍ଛା ଓ ଆନନ୍ଦ ଥିଲା।

Gade chapit la Kopi




ଏଫିସୀୟ 1:5
32 Referans Kwoze  

ସମସ୍ତ ବିଷୟ ଈଶ୍ୱରଙ୍କ ପରିକଳ୍ପନା ଓ ନିଷ୍ପତ୍ତି ଅନୁଯାୟୀ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧନ ଲାଗି, ଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କର ନିଜ ଲୋକ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି।


ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।


କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।


ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”


ଯେ ବିଜୟୀ ହୋଇ ରହିବ, ମୁଁ ତାକୁ ଏହି ପୁରସ୍କାର ଦେବି - ମୁଁ ତା’ର ଈଶ୍ୱର ହେବି ଓ ସେ ମୋର ସନ୍ତାନ ହେବ।


ଈଶ୍ୱର ତାଙ୍କ ଅସୀମ ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଦ୍ୱାରା ଯାହା ସଙ୍କଳ୍ପ କରିଥିଲେ, ତାହା ସାଧନ କରିଛନ୍ତି ଏବଂ ତାହାକୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ଯେଉଁ ଗୁପ୍ତ ପରିକଳ୍ପନା କରିଥିଲେ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।


ଛିନ୍ନଭିନ୍ନ ହୋଇଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଗୋଟିଏ ଗୋଷ୍ଠୀରେ ଏକତ୍ରିତ କରାଇବା ପାଇଁ ଯୀଶୁ ମୃତ୍ୟୁବରଣ କରିବେ।


ସେଥିପାଇଁ ଆମେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କୁ ଯେଉଁ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆହ୍ୱାନ କରିଛନ୍ତି, ତାହା କରିବା ପାଇଁ ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ। ତାଙ୍କ ଶକ୍ତିରେ ସେ ତୁମର ସମସ୍ତ ସତ୍ କାମନା ପୂରଣ କରି ତୁମ୍ଭମାନଙ୍କର ବିଶ୍ୱାସକୁ ପରିପକ୍ୱ କରନ୍ତୁ।


ସେହି ସମୟରେ ଯୀଶୁ ପବିତ୍ରଆତ୍ମାଙ୍କ ଦ୍ୱାରା ଆନନ୍ଦରେ ପରିପୂର୍ଣ୍ଣ ହୋଇ କହିଲେ, “ହେ ପିତା, ସ୍ୱର୍ଗ ଓ ପୃଥିବୀର ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଛି, ତୁମେ ବିଜ୍ଞ ଓ ଜ୍ଞାନବାନ ଲୋକମାନଙ୍କଠାରୁ ଯାହା ଗୁପ୍ତ ରଖିଛ, ତାହା ଅଜ୍ଞାନମାନଙ୍କ ନିକଟରେ ପ୍ରକାଶ କରିଛି। ହଁ ପିତା, ଏହା ହିଁ ତୁମର ମହତ୍ ଇଚ୍ଛା।


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ହଁ ପିତା , ତୁମ ଇଚ୍ଛାନୁଯାୟୀ ଏସବୁ ଘଟି ଯାଉଛି।


ବିଚାର ଦିନରେ ନୀନିବୀର ଲୋକମାନେ ତୁମ୍ଭମାନଙ୍କୁ ଦୋଷୀ କରିବେ, କାରଣ ଯୂନସଙ୍କ ପ୍ରଚାର ଶୁଣିବା ପରେ ସେମାନେ ସେମାନଙ୍କ ପାପରୁ ମନ ଫେରାଇଲେ; ମୁଁ ନିଶ୍ଚିତଭାବେ କହୁଛି, ଯୂନସଙ୍କ ଅପେକ୍ଷା ଅଧିକ ମହତ ବିଷୟମାନ ଏଠାରେ ଅଛି।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଶିଷ୍ୟ ରୂପେ ଆହୂତ ପାଉଲ ଓ ଆମ ଭ୍ରାତା ସୋସ୍ଥିନା -


କିନ୍ତୁ ତାଙ୍କର ସେହି ପୁତ୍ର ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ। ଯୋସେଫ ସେହି ପୁତ୍ରଙ୍କୁ ଯୀଶୁ ନାମ ଦେଲେ।


“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।


ଅଣଇହୁଦୀମାନେ ଏହା ଶୁଣି ଆନନ୍ଦିତ ହେଲେ ଓ ପ୍ରଭୁଙ୍କର ବାର୍ତ୍ତା ପାଇଁ ଧନ୍ୟବାଦ ଦେଲେ। ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେମାନେ ସେହି ବାର୍ତ୍ତାରେ ବିଶ୍ୱାସ କଲେ।


କାରଣ ଈଶ୍ୱରଙ୍କର ନିଷ୍ପତ୍ତି ଅନୁଯାୟୀ ପୁତ୍ର ନିଜେ ଈଶ୍ୱରଙ୍କ ପୂର୍ଣ୍ଣ ସ୍ୱଭାବ ଧାରଣ କରିଛନ୍ତି।


ଆହୁରି ମଧ୍ୟ, ଈଶ୍ୱର ନାନା ଅଲୌକିକ କାର୍ଯ୍ୟ ଓ ଅପୂର୍ବ ଘଟଣା ଦ୍ୱରା ସେହି ସବୁ ବାର୍ତ୍ତା ସତ୍ୟ ବୋଲି ନିଦର୍ଶନ ଦେଇଛନ୍ତି ଏବଂ ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଦାନସମୂହ ବିତରଣ କରିଛନ୍ତି।


Swiv nou:

Piblisite


Piblisite