Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:3 - ପବିତ୍ର ବାଇବଲ (CL) NT (BSI)

3 ଧନ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱର। କାରଣ ସେ ଆମକୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରାଇ ସ୍ୱର୍ଗଲୋକର ସମସ୍ତ ଆଧ୍ୟାତ୍ମିକ ଆଶୀଷ ପ୍ରଦାନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ଵର୍ଗରେ ଆଶୀର୍ବାଦ କରିଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

3 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ପରମେଶ୍ୱର ଆମ୍ଭକୁ ସ୍ୱର୍ଗରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ଦେଇଛନ୍ତି।

Gade chapit la Kopi




ଏଫିସୀୟ 1:3
39 Referans Kwoze  

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।


ଆସନ୍ତୁ, ଆମ୍ଭମାନେଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା, କରୁଣାସାଗର ଓ ସମସ୍ତ ସାହାଯ୍ୟରେ ଉତ୍ସ, ଈଶ୍ୱରଙ୍କୁ କୃତଜ୍ଞତା ଜଣାଇବା।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ଏକ ହେବା ଦ୍ୱାରା ତାଙ୍କ ସହିତ ସ୍ୱର୍ଗରେ କର୍ତ୍ତୃତ୍ୱ କରିବା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟ ଉତ୍ଥିତ କରିଛନ୍ତି।


ବର୍ତ୍ତମାନ, ଆମ୍ଭମାନଙ୍କ ମଧ୍ୟରେ ସକ୍ରିୟ ଥିବା ସେହି ଶକ୍ତି ଦ୍ୱାରା ହିଁ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରି ତାଙ୍କୁ ସ୍ୱର୍ଗଲୋକରେ ନିଜ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ କରାଇ ଅଛନ୍ତି।


କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।


ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।


ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।


ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।


ମୁଁ ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରେ ଓ ଗୌରବମୟ ପିତା, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଯେପରି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ସେହି ଆତ୍ମା ତୁମ୍ଭମାନଙ୍କୁ ଜ୍ଞାନବାନ କରିବେ ଓ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ। ତାହାହେଲେ, ତୁମ୍ଭେମାନେ ତାଙ୍କୁ ଜାଣିପାରିବ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


କାରଣ ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନିଷ୍ଠାପ ଥିଲେ ସୁଦ୍ଧା, ଈଶ୍ୱର ତାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଆମେ ଯେପିର ତାଙ୍କ ସହିତ ଯଂଯୁକ୍ତ ହୋଇ ଈଶ୍ୱରଙ୍କ ଧାର୍ମିକତାର ଅଂଶୀ ହୋଇ ପାରିବା।


ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।


ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ସମସ୍ତେ ମିଳିତ ଭାବରେ ଏକ ସ୍ୱରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତା ଈଶ୍ୱରଙ୍କ ପ୍ରଶଂସା କର।


ସେମାନଙ୍କର ଯାଜକୀୟ କାର୍ଯ୍ୟ ବସ୍ଥୁତଃ ସ୍ୱର୍ଗୀୟବିଷୟରେ ଅନୁକରଣ ଓ ଛାୟାମାତ୍ର। ମୋଶାଙ୍କ ସମୟରୁ ଏପରି ହୋଇ ଆସୁଛି। ମୋଶା ଯେତେବେଳେ ଉପାସନା ପାଇଁ ଏକ ତମ୍ବୁ ନିର୍ମାଣ କରିବାକୁ ଯାଉଥିଲେ, ଈଶ୍ୱର ତାଙ୍କୁ କହିଥିଲେ, “ଦେଖ, ପବିର୍ତ ଉପରେ ତୁମକୁ ଯେଉଁ ନମୁନା ଦେଖାଇ ଦିଆଯାଇଛି ଅବିକଳ ସେହି ଅନୁସାରେ ସମସ୍ତ ବିଷୟ ନିର୍ମାଣ କର।”


ପୁଣି ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ପ୍ରକାଶ୍ୟରେ ସ୍ୱୀକାର କରି ପିତା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ଯେଉଁ ବଷୟଗୁଡ଼ିକ ସ୍ୱର୍ଗୀୟ ମୂଳ ବିଷୟରେ ଅନୁରୂପ ମାତ୍ର, ସେହି ସବୁ ରକ୍ତ ଦ୍ୱାରା ପବିତ୍ରୀକୃତ ହେବାର ପ୍ରୟୋଜନ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ନିମନ୍ତେ ମହତ୍ତର ବଳିଦାନ ଆବଶ୍ୟକ।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ସେହିଦିନ ଆସିଲେ, ତୁମ୍ଭେମାନେ ଜାଣିବ; ମୁଁ ପିତାଙ୍କଠାରେ, ତୁମ୍ଭେମାନେ ମୋ’ଠାରେ ଓ ମୁଁ ତୁମ୍ଭମାନଙ୍କଠାରେ ବିଦ୍ୟମାନ।


ଶିମିୟୋନ୍ ଶିଶୁଙ୍କୁ କୋଳ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ:


Swiv nou:

Piblisite


Piblisite