Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:21 - ପବିତ୍ର ବାଇବଲ (CL) NT (BSI)

21 ଖ୍ରୀଷ୍ଟ ସମସ୍ତ ସ୍ୱର୍ଗୀୟ ଶାସକ, କ୍ଷମତାସମ୍ପନ୍ନ ଅଧିକାରୀ, ଶକ୍ତିଧର ଓ ଅଧିପତିମାନଙ୍କ ଉପରେ ଶାସନ କରନ୍ତି, ଇହଲୋକ ଓ ପରଲୋକର କ୍ଷମତାସୂଚକ ସମସ୍ତ ଉପାଧି ଅପେକ୍ଷା ତାଙ୍କର ଉପାଧି ସର୍ବୋକ୍ରୃଷ୍ଟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ଵର୍ଗରେ ଆପଣା ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରାଇଲେ,

Gade chapit la Kopi

ଓଡିଆ ବାଇବେଲ

21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶ ନ କରାଇଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ,

Gade chapit la Kopi

ପବିତ୍ର ବାଇବଲ

21 ପରମେଶ୍ୱର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପଦ ଦେଇଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାରରେ ଥିବା ଯେକୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ।

Gade chapit la Kopi




ଏଫିସୀୟ 1:21
20 Referans Kwoze  

ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମେ ଜୀବନର ପୂର୍ଣ୍ଣତା ଲାଭ କରିପାରିବ। ଅନ୍ୟ ସମସ୍ତ ଶକ୍ତି ଓ ଆଧିପତ୍ୟ ଉପରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ହିଁ ସର୍ବୋଚ୍ଚ।


ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


ସେ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଯେପରି ଶ୍ରେଷ୍ଠ, ତାଙ୍କର ନାମ ମଧ୍ୟ ସେହିପରି ସେମାନଙ୍କ ନାମ ଅପେକ୍ଷା ମହତ୍ତର,


କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”


ପୁଣି ସେହି କ୍ରୁଶ ଉପରେ ଖ୍ରୀଷ୍ଟ ସମସ୍ତ ପ୍ରକାର ଶକ୍ତି ଓ ଆଧିପତ୍ୟରୁ ନିଜକୁ ମୁକ୍ତ କରିଛନ୍ତି ଓ ସେମାନଙ୍କୁ ବନ୍ଦୀ କରି ନିଜର ବିଜୟ ଶୋଭା ଯାତ୍ରାରେ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଉପହାସ୍ୟ କରିଛନ୍ତି।


ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।


କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।


ତେଣୁ ଆମେ ଯେଉଁ ଧର୍ମବିଶ୍ୱାସକୁ ସ୍ୱୀକାର କରୁଛୁ, ତାହା ଦୁଢ଼ଭାବେ ଧରି ରଖିବାକୁ ହେବ; କାରଣ ଆମର ଶ୍ରେଷ୍ଠ ମହାଯାଜକ, ଈଶ୍ୱରତନୟ ଯୀଶୁ, ଈଶ୍ୱରଙ୍କ ଶ୍ରାଛାମୁକୁ ଯାଇଛନ୍ତି।


କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।


ଈଶ୍ୱର ଯେଉଁ ନୂତନ ଜଗତ ସୃଷ୍ଟି କରିବେ ଓ ଯେଉଁ ଜଗତର କଥା ଆମ୍ଭେମାନେ କହୁଛୁ, ତାହାର ଅଧିପତି ଭାବରେ ସେ ସ୍ୱର୍ଗଦୂତମାନଙ୍କୁ ନିଯୁକ୍ତ କରି ନାହାଁନ୍ତି।


ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


Swiv nou:

Piblisite


Piblisite