Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:20 - ପବିତ୍ର ବାଇବଲ (CL) NT (BSI)

20 ବର୍ତ୍ତମାନ, ଆମ୍ଭମାନଙ୍କ ମଧ୍ୟରେ ସକ୍ରିୟ ଥିବା ସେହି ଶକ୍ତି ଦ୍ୱାରା ହିଁ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରି ତାଙ୍କୁ ସ୍ୱର୍ଗଲୋକରେ ନିଜ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ କରାଇ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସେହି ଶକ୍ତି ସେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ଵ, ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,

Gade chapit la Kopi

ଓଡିଆ ବାଇବେଲ

20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ପୁଣି, ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ,

Gade chapit la Kopi

ପବିତ୍ର ବାଇବଲ

20 ଏହି ଶକ୍ତି ହେଉଛି ସେହି ଶକ୍ତି, ଯେଉଁ ଶକ୍ତି ବଳରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଥିଲେ। ସ୍ୱର୍ଗ ରାଜ୍ୟରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କ ଡାହାଣ ପଟରେ ବସାଇ ଅଛନ୍ତି।

Gade chapit la Kopi




ଏଫିସୀୟ 1:20
33 Referans Kwoze  

କିନ୍ତୁ ଖୀଷ୍ଟ ପାପର ପ୍ରାୟଶ୍ଚିତ ସ୍ୱରୂପେ ଚିରକାଳ ପାଇଁ ଗୋଟିଏ ମାତ୍ର ବଳି ଉତ୍ସର୍ଗ କରିଛନ୍ତି। ତା’ପରେ ସେ ଯାଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


ସେମାନଙ୍କୁ ଏହି ସବୁ କଥା କହିବା ପରେ ପ୍ରଭୁ ଯୀଶୁ ସ୍ୱର୍ଗକୁ ଉନ୍ନୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେଲେ।


ତାଙ୍କଠାରେ ଈଶ୍ୱରଙ୍କ ମହିମାର ତେଜ ପ୍ରତିଫଳିତ ଓ ସମ୍ପୂର୍ଣ୍ଣ ଐଶ୍ୱରିକତ୍ପ ସନ୍ନିବେଶିତ। ପୁଣି ସେ ନିଜର ବାକ୍ୟ ବଳରେ ସମଗ୍ର ବିଶ୍ୱଜଗତକୁ ପିୟତ୍ରଣ କରୁଛନ୍ତି। ସେ ମନୁଷ୍ୟ ଜାତି ନିକନ୍ତେ ପାପ କ୍ଷମା ସାଧନ କରି ସ୍ୱର୍ଗରେ ପରାତ୍ପର ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବେଶନ କରିଛନ୍ତି।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଉତ୍ଥାପିତ ହୋଇଛ। ତେଣୁ ସ୍ୱର୍ଗସ୍ଥ ବିଷୟ ପ୍ରତି ମନୋନିବେଶ କର, କାରଣ ଖ୍ରୀଷ୍ଟ ସ୍ୱର୍ଗରେ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।


ଏବେ ମୋର ଏକାନ୍ତ ଇଚ୍ଛା - ମୁଁ ଯେପରି ଖ୍ରୀଷ୍ଟଙ୍କୁ ଜାଣିବି ଓ ତାଙ୍କ ପୁନରୁତ୍ଥାନର ଶକ୍ତି ଅନୁଭବ କରିବି; ତାଙ୍କ କ୍ଲେଶଭୋଗର ସମବେଦନା ଅନୁଭବ କରି ମୃତ୍ୟୁରେ ମଧ୍ୟ ତାଙ୍କ ପରି ହେବି


ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।


ଇଶ୍ରାୟେଲର ଲୋକମାନଙ୍କୁ ଅନୁତାପ କରି ପାପ କ୍ଷମା ପାଇବାର ସୁଯୋଗ ଦେବା ପାଇଁ ଈଶ୍ୱର ତାଙ୍କୁ ନେତା ଓ ପରିତ୍ରାଣକର୍ତ୍ତା ରୂପେ ଉଠାଇଛନ୍ତି ଓ ତାଙ୍କର ଦକ୍ଷିଣ ପାଶ୍ୱର୍ରେ ରଖିଛନ୍ତି।


ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ସେହି। ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇଥିବା ଦେଖିବ ଓ ସେ ସ୍ୱର୍ଗରୁ ମେଘମାଳାରେ ଆସିବା ମଧ୍ୟ ଦେଖିବ।”


ଯୀଶୁ ଉତ୍ତର ଦେଲେ, “ତୁମେ ଠିକ୍ କହିଛ। କିନ୍ତୁ ମୁଁ ତୁମ ସମସ୍ତଙ୍କୁ କହୁଛି, ଶୀଘ୍ର ମନୁଷ୍ୟପୁତ୍ର ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବାକୁ ଯାଉଛନ୍ତି, ପୁଣି ତାଙ୍କୁ ସ୍ୱର୍ଗରେ ମେଘମାଳା ସହିତ ଓହ୍ଲାଇ ଆସିବା ତୁମେ ଦେଖିବ।”


ତାଙ୍କୁ ଦେଖିବା ମାତ୍ରେ ମୁଁ ମୃତବତ୍ ତାଙ୍କ ପାଦ ତଳେ ପଡ଼ିଗଲି। ସେ ତାଙ୍କ ଡ଼ାହାଣ ହାତ ମୋ’ ଉପରେ ରଖି କହିଲେ, “ଭୟ କର ନାହିଁ, ମୁଁ ଆଦି ଓ ଅନ୍ତ


ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।


ଯେ ନିଜର ପ୍ରାଣବଳି ଦ୍ୱାରା ମେମଷମାନଙ୍କର ‘ପ୍ରଧାନ ମେଷପାଳକ’ ହୋଇଛନ୍ତି, ଆମ୍ଭମାନଙ୍କର ସେହି ପ୍ରଭୁ ଯୀଶୁଙ୍କୁ ଈଶ୍ୱର ମୃତ୍ୟରୁ ପୁନରୂତ୍ଥିତ କରିଛନ୍ତି। ସେହି ଯୀଶୁଙ୍କୁ ପ୍ରାଣବଳିର ରକ୍ତରେ ଏକ ଚିରସଥାୟୀ ଚୁକ୍ତି ମୁଦ୍ରାଙ୍କିତ ହୋଇଛି। ଶାନ୍ତିଦାତା ଈଶ୍ୱର ତାଙ୍କର ଇଚ୍ଛା ପାଳନ କରିବା ପାଇଁ ତୁମମାନଙ୍କର ପ୍ରୟୋଜନ ଅନୁସାରେ ସମସ୍ତ ଉତ୍ତମ ବିଷୟ ଦାନ କରନ୍ତୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କ ଜୀବନରେ ତାଙ୍କର ସନ୍ତୋଷଜନକ କାର୍ଯ୍ୟ ସାଧନ କରନ୍ତୁ। ଯୁଗେ ଯୁଗେ ଖ୍ରୀଷ୍ଟଙ୍କର ମହିମା ହୋଉ। ଆମେନ୍।


କିନ୍ତୁ ଆମେ ଦେଖୁଛୁ, କିପରି ଯୀଶୁ କ୍ଷଣକାଳ ପାଇଁ ସ୍ୱର୍ଗଦୂତମାନଙ୍କଠାରୁ ଅଳ୍ପ ନ୍ୟୁନ କରାଯାଇଥିଲେ, ଯେପରି କି ଈଶ୍ୱରଙ୍କ ଅନୁଗ୍ରହରୁ ସେ ସମସ୍ତଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିବେ। ତାଙ୍ମକର ଦେହି ମୃତ୍ୟଭୋଗ ଯୋଗୁଁ ଆମେ ତାଙ୍କୁ ବର୍ତ୍ତମାନ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ ହୋଇଥିବା ଦେ୍ୁଛୁ।


ଧନ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱର। କାରଣ ସେ ଆମକୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ କରାଇ ସ୍ୱର୍ଗଲୋକର ସମସ୍ତ ଆଧ୍ୟାତ୍ମିକ ଆଶୀଷ ପ୍ରଦାନ କରିଛନ୍ତି।


କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।


ପ୍ରଭୁ ଯେ ମୃତମାନଙ୍କୁ ଉତ୍ଥିତ କରାନ୍ତି, ଏହା ବିଶ୍ୱାସ କରିବା ଅସମ୍ଭବ ବୋଲି ଆପଣମାନେ କାହିଁକି ମନେ କରୁଛନ୍ତି?


କିନ୍ତୁ ଈଶ୍ୱର ତିନି ଦିନ ଭିତରେ ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରି ପ୍ରତ୍ୟକ୍ଷ କରାଇଲେ -


ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


ପିତା ଈଶ୍ୱର ଓ ମୁଁ ଏକ।”


ମୋ’ ଜୀବନକୁ ଅନ୍ୟ କେହି ନେଇ ପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।”


କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।


Swiv nou:

Piblisite


Piblisite