Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:14 - ପବିତ୍ର ବାଇବଲ (CL) NT (BSI)

14 ଈଶ୍ୱର ତାଙ୍କ ଲୋକମାନଙ୍କୁ ଯେଉଁସବୁ ବିଷୟ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେ ସବୁ ଯେ ଆମେ ପାଇବା, ପବିତ୍ର ଆତ୍ମା ତାହାର ଜାମିନଦାର ସ୍ୱରୂପ। ଈଶ୍ୱର ତାଙ୍କ ଲୋକମାନଙ୍କୁ ସ୍ୱାଧୀନତାର ପରିପୂର୍ଣ୍ଣତା ପ୍ରଦାନ କରିବେ, ଏହି ନିଶ୍ଚିତ ବୋଧ ପାଇ, ଆସ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଈଶ୍ଵରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ଵର ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନା ସ୍ଵରୂପ।

Gade chapit la Kopi

ଓଡିଆ ବାଇବେଲ

14 ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଈଶ୍ବରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କ ଅଧିକାରର ବଇନାସ୍ୱରୂପ।

Gade chapit la Kopi

ପବିତ୍ର ବାଇବଲ

14 ପରମେଶ୍ୱର ନିଜ ଲୋକଙ୍କୁ ଯେସମସ୍ତ ବିଷୟ ଦେବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି, ତାହା ଯେ ଆମ୍ଭେମାନେ ନିଶ୍ଚିତ ରୂପେ ପାଇବା, ଏଥିପାଇଁ ପବିତ୍ରଆତ୍ମା ହେଉଛନ୍ତି ପରମେଶ୍ୱରଙ୍କ ନିର୍ଭରଯୁକ୍ତ ପ୍ରତିଶୃତି। ଯେଉଁମାନେ ପରମେଶ୍ୱରଙ୍କର ଲୋକ ଅଟନ୍ତି, ସେମାନଙ୍କ ନିମନ୍ତେ ଏହା ପୂର୍ଣ୍ଣ ସ୍ୱାଧୀନତା ଆଣିଦେବ। ଏହାର ଉଦ୍ଦେଶ୍ୟ ପରମେଶ୍ୱରଙ୍କ ମହିମାର ପ୍ରଶଂସା ହେବ।

Gade chapit la Kopi




ଏଫିସୀୟ 1:14
18 Referans Kwoze  

ଈଶ୍ୱର ଆମକୁ ଏହି ପ୍ରତିଭୂ ସ୍ୱରୂପ ତାଙ୍କର ପବିତ୍ରଆତ୍ମାଙ୍କୁ ସେ ଆମକୁ ଦାନ କରିଛନ୍ତି।


ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”


ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।


ଆସ, ଯେଉଁମାନେ ସର୍ବପ୍ରଥମେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଥିଲୁ, ସମସ୍ତେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବା।


“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ହାତରେ ଓ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାକ୍ୟ ନିକଟରେ ସମର୍ପଣ କରୁଛି; ସେହି ବାକ୍ୟ ତୁମ୍ଭମାନଙ୍କୁ ବଳିଷ୍ଠ କରିବା ପାଇଁ ଓ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଆଶୀର୍ବାଦ ତୁମକୁ ଦେବା ପାଇଁ ସମର୍ଥ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ଏହିସବୁ ଘଟଣାର ସୂତ୍ରପାତ ହେଲେ, ମସ୍ତକ ଉତ୍ତୋଳନ କରି ଉଦ୍ଧ୍ୱର୍ ଦୃଷ୍ଟି କର, କାରଣ ତୁମ୍ଭମାନଙ୍କର ପରିତ୍ରାଣ ସନ୍ନିକଟ।”


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ସମସ୍ତ ବିଷୟ ଈଶ୍ୱରଙ୍କ ପରିକଳ୍ପନା ଓ ନିଷ୍ପତ୍ତି ଅନୁଯାୟୀ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧିତ ହୁଏ; ଆଦ୍ୟରୁ ନିରୂପିତ ନିଜର ଉଦ୍ଦେଶ୍ୟ ସାଧନ ଲାଗି, ଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କର ନିଜ ଲୋକ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି।


Swiv nou:

Piblisite


Piblisite