Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:13 - ପବିତ୍ର ବାଇବଲ (CL) NT (BSI)

13 ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତାହାଙ୍କଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍, ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ଵାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ଵାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;

Gade chapit la Kopi

ଓଡିଆ ବାଇବେଲ

13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତାହାଙ୍କ ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ, ଅର୍ଥାତ୍‍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ;

Gade chapit la Kopi

ପବିତ୍ର ବାଇବଲ

13 ତୁମ୍ଭମାନଙ୍କ ପାଇଁ ମୁକ୍ତି ଆଣି ଦେଉଥିବା ସୁସମାଗ୍ଭରର ସ‌ତ୍‌‌ଶିକ୍ଷା ତୁମ୍ଭେ ଶୁଣିଲ। ସୁସମାଗ୍ଭର ଶୁଣିଲା ପରେ ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲ। ପରମେଶ୍ୱର ପବିତ୍ରଆତ୍ମାଙ୍କୁ ପ୍ରଦାନ କରି ତୁମ୍ଭ ଉପରେ ତାହାଙ୍କର ବିଶେଷ ଚିହ୍ନ ଦେଇ ଚିହ୍ନିତ କଲେ। ଏହା କରିବା ଦ୍ୱାରା ସେ ଆଗରୁ ଦେଇଥିବା ପ୍ରତିଶୃତି ରକ୍ଷା କରିଥିଲେ।

Gade chapit la Kopi




ଏଫିସୀୟ 1:13
38 Referans Kwoze  

ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ଆମେ କାହିଁକି ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥାଉ, ତାହାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଆମେ ଯେତେବେଳେ ତୁମ୍ଭମାନଙ୍କ ନିକଟକୁ ଈଶ୍ୱରଙ୍କ ବାର୍ତ୍ତା ଆଣିଥିଲୁ, ତୁମ୍ଭେମାନେ ତାହା ମନୁଷ୍ୟର ବାର୍ତ୍ତା ବୋଲି ମନେ ନ କରି, ଈଶ୍ୱରଙ୍କ ବାର୍ତ୍ତା ରୂପେ ଶୁଣିଥିଲ ଓ ଗ୍ରହଣ କରିଥିଲ। ପ୍ରକୃତରେ ତାହା ଈଶ୍ୱରଙ୍କର ବାର୍ତ୍ତା ଓ ତୁମ୍ଭମାନଙ୍କ ପରି ବିଶ୍ୱାସୀମାନଙ୍କ ଅନ୍ତକରଣରେ ତାହା ସକ୍ରିୟ ହୋଇ ରହେ।


ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।


ସମସ୍ତ ମାନବ ଜାତିର ମୁକ୍ତି ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହ ପ୍ରକାଶ କରିଛନ୍ତି।


ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।


ସେହି ସୁସମାଚାର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ତାହା ପ୍ରଥମତଃ ଇହୁଦୀ ଓ ତା’ପରେ ଅଣଇହୁଦୀ ବିଶ୍ୱାସୀମାନଙ୍କର ପରିତ୍ରାଣ ସାଧନ ପାଇଁ ଈଶ୍ୱରଙ୍କ ମହାଶକ୍ତି ସ୍ୱରୂପ।


ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।


ଯେଉଁ ସହାୟକ ପବିତ୍ରଆତ୍ମାଙ୍କୁ ଈଶ୍ୱର ମୋ’ ସ୍ଥାନରେ ପଠାଇବେ, ସେ ସମସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବେ ଏବଂ ମୁଁ କହିଥିବା ସମସ୍ତ ବିଷୟକୁ ସ୍ମରଣ କରାଇଦେବେ।


ଈଶ୍ୱର ମୋଶାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି।


ଆଉ ମୋର ପିତା ଯାହା ପ୍ରତିଜ୍ଞା କରିଛନ୍ତି, ମୁଁ ନିଜେ ତାହା ତୁମ୍ଭମାନଙ୍କ ନିକଟକୁ ପଠାଇବି, କିନ୍ତୁ ଉଦ୍ଧ୍ୱର୍ରୁ ସେହି ଶକ୍ତି ଆସିବା ପର୍ଯ୍ୟନ୍ତ ଏହି ନଗରରେ ତୁମ୍ଭେମାନେ ଅପେକ୍ଷା କରି ରୁହ।”


ପୂର୍ବେ ତୁମ୍ଭମାନେ ଈଶ୍ୱରଙ୍କ ଦୟା ସମ୍ବନ୍ଧରେ ଅଜ୍ଞ ଥିଲ, ର୍ବତ୍ତମାନ ତାଙ୍କ ଦୟାର ପାତ୍ର ହୋଇଛ।


କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।


ସେମାନେ ଏକତ୍ରିତ ଥିବା ସମୟରେ ଯୀଶୁ ସେମାନଙ୍କୁ ଏହି ଆଜ୍ଞା ଦେଲେ: “ଯିରୂଶାଲମ ପରିତ୍ୟାଗ କର ନାହିଁ। ପିତା ତୁମ୍ଭମାନଙ୍କୁ ଯାହା ପ୍ରଦାନ କରିବେ ବୋଲି ପ୍ରତିଜ୍ଞା କରିଛନ୍ତି ଏବଂ ଯେଉଁ ଦାନ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଥିଲି, ତାହା ପାଇବା ପର୍ଯ୍ୟନ୍ତ ଅପେକ୍ଷା କର।


“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


“ଅବ୍ରହାମଙ୍କ ବଂଶଜ ହେ ଇଶ୍ରାଏଲୀୟ ଭାଇମାନେ ଓ ଈଶ୍ୱରଙ୍କ ଉପାସନା କରୁଥିବା ଏଠାରେ ଉପସ୍ଥିତ ଅଣଇହୁଦୀ ଲୋକମାନେ, ଆମକୁ ହିଁ ଏହି ପରିତ୍ରାଣର ବାର୍ତ୍ତା ପ୍ରଦତ୍ତ ହୋଇଛି।


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ତୁମ୍ଭେମାନେ ଅସତ୍ ହେଲେ ସୁଦ୍ଧା ତୁମ ପିଲାମାନଙ୍କୁ ଉତ୍ତମ ବିଷୟ ଦେବାକୁ ଜାଣ, ତା’ ହେଲେ ସ୍ୱର୍ଗସ୍ଥ ପିତା, ତାଙ୍କଠାରେ ନିବେଦନ କରୁଥିବା ଲୋକଙ୍କୁ କେତେ ଅଧିକ ରୂପେ ପବିତ୍ରଆତ୍ମାଙ୍କୁ ନ ଦେବେ?”


ପୁଣି ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଚିରଞ୍ଜୀବୀ ଈଶ୍ୱରଙ୍କ ମୋହର ନେଇ ପୂର୍ବ ଦିଗରୁ ଆସୁଛନ୍ତି। ଏହି ଦୂତ ପୃଥିବୀ ଓ ସମୁଦ୍ରକୁ ବିନଷ୍ଟ କରିବା ପାଇଁ ଈଶ୍ୱର ଯେଉଁ ଚାରି ଦୂତଙ୍କୁ କ୍ଷମତା ଦେଇଥିଲେ,


ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।


ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।


ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ।


ତୁମେ ଲଜ୍ଜାବୋଧ ନ କରି ଯଥାଶକ୍ତି ନିର୍ଭୁଲ ଭାବରେ ଈଶ୍ୱରଙ୍କ ସତ୍ୟବାର୍ତ୍ତା ପରିବେଷଣ କର; ତାହାହେଲେ, ଜଣେ ବିଶ୍ୱସ୍ତ କର୍ମୀ ରୂପେ ତୁମେ ଈଶ୍ୱରଙ୍କ ପୂର୍ଣ୍ଣ ସମର୍ଥନ ଲାଭ କରିବ।


ତୁମ୍ଭେମାନେ ନିଶ୍ଚିତଭାବେ ତାଙ୍କ ବିଷୟ ଶୁଣିଛ ଓ ତାଙ୍କର ଅନୁଗାମୀ ରୂପେ ଯୀଶୁଙ୍କ ସମ୍ପର୍କରେ ସତ୍ୟ ଶିକ୍ଷା ପାଇଛ।


ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।


ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ, ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


Swiv nou:

Piblisite


Piblisite