Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:10 - ପବିତ୍ର ବାଇବଲ (CL) NT (BSI)

10 ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେପରି କାଳର ପୂର୍ଣ୍ଣତା ସମ୍ଵନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ଵର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।

Gade chapit la Kopi

ଓଡିଆ ବାଇବେଲ

10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।

Gade chapit la Kopi

ପବିତ୍ର ବାଇବଲ

10 ପରମେଶ୍ୱରଙ୍କର ଯୋଜନା ଥିଲା ଯେ ଉଚିତ୍ ସମୟ ଉପସ୍ଥିତ ହେଲେ, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସ୍ୱର୍ଗ ଓ ପୃଥିବୀର ସମସ୍ତ ବସ୍ତୁଗୁଡ଼ିକୁ ଏକତ୍ର କରିବେ ଓ ଖ୍ରୀଷ୍ଟ ତହିଁର ମସ୍ତକ ସ୍ୱରୂପ ହେବେ।

Gade chapit la Kopi




ଏଫିସୀୟ 1:10
29 Referans Kwoze  

ପୁତ୍ରଙ୍କ ଦ୍ୱାରା ଈଶ୍ୱର ସମସ୍ତ ବିଶ୍ୱକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ସ୍ଥିର କଲେ। କ୍ରୁଶରେ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଈଶ୍ୱର ଶାନ୍ତି ସ୍ଥାପନ କରିଛନ୍ତି ଏବଂ ପୃଥିବୀ ଓ ସ୍ୱର୍ଗରେ ଥିବା ସମସ୍ତ ବିଷୟକୁ ନିଜ ନିକଟକୁ ଫେରାଇ ଆଣିଛନ୍ତି।


ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।


ସେ କହିଲେ, “ଉପଯୁକ୍ତ ସମୟ ଆସିଛି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ! ପାପ ପ୍ରତି ବିମୁଖ ହୋଇ ଏହି ଶୁଭବାର୍ତ୍ତାରେ ବିଶ୍ୱାସ କର।”


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।


ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ପାଦ ତଳେ ରଖିଛନ୍ତି ଏବଂ ସମସ୍ତ ବିଷୟ ଉପରେ ତାଙ୍କୁ ସର୍ବୋପରିସ୍ଥ ପ୍ରଭୁ ରୂପେ ମଣ୍ଡଳୀକୁ ପ୍ରଦାନ କରିଛନ୍ତି।


ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ।


କାରଣ ଈଶ୍ୱର ଆମ୍ଭମାନଙ୍କ ପାଇଁ ଏକ ମହତ୍ତର ପରିକଳ୍ପନା କରିଥିଲେ। ସେମାନେ ଆମ୍ଭମାନଙ୍କ ସହିତ ଯେପରି ସିଦ୍ଧ ହେବେ, ଏହା ହିଁ ଈଶ୍ୱରଙ୍କ ଅଭିପ୍ରାୟ ଥିଲା।


ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।


ସେ ଇହୁଦୀମାନଙ୍କର ସମସ୍ତ ଦଣ୍ଡବିଧାନ ସମ୍ବଳିତ ବ୍ୟବସ୍ଥାକୁ ଉଚ୍ଛେଦ କରି ଇହୁଦୀ ଓ ଅଣଇହୁଦୀ ଜାତିମାନଙ୍କ ମଧ୍ୟରୁ ତାଙ୍କର ସାହଚର୍ଯ୍ୟ ଉପଭୋଗ କରୁଥିବା ଏକ ନୂତନ ମାନବ ଜାତି ସୃଷ୍ଟି କରିଛନ୍ତି। ଏଥିରେ ପୃଥିବୀରେ ଶଶନ୍ତି ସ୍ଥାପିତ ହେବ।


ସେମାନଙ୍କ ପାଇଁ ଏ ସବୁ ଘଟଣା ଅନ୍ୟମାନଙ୍କର ଦୃଷ୍ଟାନ୍ତ ସ୍ୱରୂପ ଘଟିଥିଲା ଏବଂ ଆମକୁ ସତର୍କ କରାଇବା ନିମନ୍ତେ ସେଗୁଡ଼ିକ ଲିଖିତ। କାରଣ ପ୍ରାୟ ଯୁଗାନ୍ତ ସମୟରେ ଆମେ ବାସ କରୁଅଛୁ।


ସବୁ ଜାତିର ଲୋକେ ତାଙ୍କ ସମ୍ମୁଖରେ ଏକତ୍ରିତ ହେବେ। ସେତେବେଳେ ମେଷପାଳକ ଯେପରି ଛେଳି ଓ ମେଣ୍ଢାମାନଙ୍କୁ ଅଲଗା କରିଦିଏ, ମନୁଷ୍ୟପୁତ୍ର ସେପରି ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କରିବେ।


କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।


ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହରେ ମୋତେ ଯେ ଏହି କାର୍ଯ୍ୟ କରିବାକୁ ଦେଇଛନ୍ତି, ଏହା ନିଶ୍ଚୟ ଶୁଣିଛ।


Swiv nou:

Piblisite


Piblisite