Biblia Todo Logo
Bib sou entènèt

- Piblisite -




ଏଫିସୀୟ 1:1 - ପବିତ୍ର ବାଇବଲ (CL) NT (BSI)

1 ଈଶ୍ୱରଙ୍କ ଅଭିମତ ଅନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିବା ପାଉଲ, ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ବିଶ୍ୱସ୍ତ ଜୀବନ ଯାପନ କରୁଥିବା ଏଫିସୀର ଈଶ୍ୱରଭକ୍ତମାନଙ୍କ ନିକଟକୁ ଲେଖିଥିବା ଏହି ପତ୍ର:-

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପାଉଲ, ଈଶ୍ଵରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ଵାସୀମାନଙ୍କ ନିକଟକୁ ଲେଖୁଅଛି।

Gade chapit la Kopi

ଓଡିଆ ବାଇବେଲ

1 ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ |

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି।

Gade chapit la Kopi

ପବିତ୍ର ବାଇବଲ

1 ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ପାଉଲଙ୍କଠାରୁ ପତ୍ର। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଏଫିସୀୟଠାରେ ରହୁଥିବା ପରମେଶ୍ୱରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସୀ ଲୋକଙ୍କ ପ୍ରତି ମୁଁ ପ୍ରେରିତ ହୋଇଛି।

Gade chapit la Kopi




ଏଫିସୀୟ 1:1
27 Referans Kwoze  

କଲସୀରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟବିଶ୍ୱାସୀ ଭ୍ରାତାମାନଙ୍କ ନିକଟକୁ ଏହି ପତ୍ର ଲେଖୁଛନ୍ତି। ଆମ୍ଭମାନଙ୍କର ପିତା ଈଶ୍ୱର, ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


ମୁଁ ପ୍ରେରିତ ଶିଷ୍ୟ ପାଉଲ ଓ ଏଠାରେ ଥିବା ସମସ୍ତ ଭାଇମାନେ ଗାଲାତୀୟ ମଣ୍ଡଳୀମାନଙ୍କୁ ଅଭିବାଦନ ଜଣାଉଅଛୁ। ପ୍ରେରିତ ଶିଷ୍ୟ ହେବା ପାଇଁ ମୁଁ ମନୁଷ୍ୟଠାରୁ କିମ୍ବା ମନୁଷ୍ୟର ମଧ୍ୟସ୍ଥତାରେ ଆହ୍ୱାନ ପାଇ ନାହିଁ - ଏହି ଆହ୍ୱାନ, ସ୍ୱୟଂ ପିତା ଈଶ୍ୱରଙ୍କଠାରୁ ଓ ସେ ଯାହାଙ୍କୁ ମୃତ୍ୟୁରୁ ଉଠାଇ ଅଛନ୍ତି, ସେହି ଯୀଶୁ ଖ୍ରୀଷ୍ଟଙ୍କଠାରୁ ପାଇଛି।


ଖ୍ରୀଷ୍ଟଯୀଶୁଙ୍କ ଦାସ ଓ ଈଶ୍ୱରପ୍ରଦତ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରେରିତ ଶିଷ୍ୟରୂପେ ଆହୂତ ପାଉଲଙ୍କ ପତ୍ର:


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ମୋର ଅବସ୍ଥା ସମ୍ବନ୍ଧରେ ତୁମ୍ଭେମାନେ ଯେପରି ଜାଣି ପାରିବ, ସେଥିପାଇଁ ଆମ ପ୍ରିୟ ଭାଇ ଓ ପ୍ରଭୁଙ୍କ କାର୍ଯ୍ୟ କରୁଥିବା ବିଶ୍ୱସ୍ତ ସେବକ ତୁଖିୟ ମୋ’ ବିଷୟରେ ତୁମ୍ଭମାନଙ୍କୁ ସବୁ କଥା କହିବେ।


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”


ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।


ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।


ସେ ଓ ତାଙ୍କ ପରିବାରର ସମସ୍ତେ ଜଳଦୀକ୍ଷା ନେବା ପରେ ଆମକୁ ନିମନ୍ତ୍ରଣ କରି କହିଲେ, “ପ୍ରଭୁଙ୍କଠାରେ ପ୍ରକୃତରେ ମୋର ବିଶ୍ୱାସ ଅଛି ବୋଲି ଯଦି ଆପଣମାନେ ମନେ କରନ୍ତି, ତେବେ ଆସି ମୋ’ ଘରେ ରହନ୍ତୁ।” ସେ ଏହିପରି ଭାବରେ ତାଙ୍କ ଘରକୁ ଯିବା ପାଇଁ ଆମକୁ ପ୍ରବର୍ତ୍ତାଇଲେ।


ମୁଁ ଜାଣେ, ତୁମେ ଶୟତାନର ସିଂହାସନ ନିକଟରେ ବାସ କରୁଅଛ। କିନ୍ତୁ ତୁମେ ମୋ’ ପ୍ରତି ବିଶ୍ୱସ୍ତ, ଏପରି କି ଶୟତାନର ବାସସ୍ଥଳୀରେ ଯେତେବେଳେ ମୋର ଜଣେ ବିଶ୍ୱସ୍ତ ଦାସ ଆଣ୍ଟିପାସ୍‌ଙ୍କୁ ହତ୍ୟା କରାଗଲା, ସେତେବେଳେ ସୁଦ୍ଧା ତୁମର ବିଶ୍ୱାସ ପରିତ୍ୟାଗ କରି ନ ଥିଲ।


କଠିନ ପରିଶ୍ରମ କରି ଆମେ ଦିନକୁ ଦିନ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଉଛୁ। କେହି ଆମକୁ ଅଭିଶାପ ଦେଲେ, ଆମେ ତାକୁ ଆଶୀର୍ବାଦ କରୁ। ନିର୍ଯ୍ୟାତିତ ହେଲେ, ସହ୍ୟ କରୁ।


ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।


ସେମାନେ ଏଫିସସ୍ରେ ପହଞ୍ଚିବା ପରେ ପାଉଲ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ବିଦାୟ ଦେଲେ। ସେ ସେଠାରେ ସମାଜ ଗୃହକୁ ଯାଇ ଇହୁଦୀମାନଙ୍କ ସହିତ ଧର୍ମାଲୋଚନା କଲେ।


ବିଦାୟ ନେବା ସମୟରେ ସେ ସେମାନଙ୍କୁ କହିଲେ, “ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।” ତା’ପରେ ସେ ଜାହାଜ ଯୋଗେ ଏଫିସସ୍ ଛାଡ଼ିଲେ।


ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।


ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।


ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିବା ସମୟଠାରୁ ତୁମ୍ଭମାନଙ୍କ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଆସୁଛି।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ଏକ ହେବା ଦ୍ୱାରା ତାଙ୍କ ସହିତ ସ୍ୱର୍ଗରେ କର୍ତ୍ତୃତ୍ୱ କରିବା ପାଇଁ ସେ ଆମ୍ଭମାନଙ୍କୁ ମଧ୍ୟ ଉତ୍ଥିତ କରିଛନ୍ତି।


ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।


ଏକଦା ଦୂରରେ ଥିଲ; ବର୍ତ୍ତମାନ ଯୀଶୁଙ୍କ ସହିତ ଏକ ହୋଇ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ନିକଟବର୍ତ୍ତୀ ହୋଇଅଛ।


Swiv nou:

Piblisite


Piblisite