Biblia Todo Logo
Bib sou entènèt

- Piblisite -




କଲସୀୟ 3:4 - ପବିତ୍ର ବାଇବଲ (CL) NT (BSI)

4 ଖ୍ରୀଷ୍ଟ ହିଁ ତୁମର ଜୀବନ ଏବଂ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ଗୌରବର ଅଂଶୀ ହୋଇ ପ୍ରକାଶିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆମ୍ଭମାନଙ୍କର ଜୀବନ ସ୍ଵରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭମାନଙ୍କର ଜୀବନ ସ୍ୱରୂପ ଯେ ଖ୍ରୀଷ୍ଟ, ଯେତେବେଳେ ସେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ସହିତ ଗୌରବରେ ପ୍ରକାଶିତ ହେବ।

Gade chapit la Kopi

ପବିତ୍ର ବାଇବଲ

4 ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।

Gade chapit la Kopi




କଲସୀୟ 3:4
36 Referans Kwoze  

ଯୀଶୁ କହିଲେ; “ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋ’ଠାରେ ବିଶ୍ୱାସ କରେ, ସେ ମଲେ ମଧ୍ୟ ବଞ୍ଚିବ।


ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।


ଯେଉଁ ଶକ୍ତି ବଳରେ ସେ ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ସେହି ଶକ୍ତି ପ୍ରୟୋଗ କରି ସେ ଆମର ଦୁର୍ବଳ ମରଶରୀରକୁ ତାଙ୍କର ଗୌରବମୟ ଶରୀର ସଦୃଶ କରିବେ।


“ପିତା! ତୁମେ ସେମାନଙ୍କୁ ମୋ’ ହାତରେ ଦେଇଛ। ମୁଁ ଚାହେଁ; ଯେଉଁଠାରେ ମୁଁ ରହିବି, ସେମାନେ ସେଠାରେ ମୋ’ ସଙ୍ଗରେ ରହି ତୁମେ ମୋତେ ଦେଇଥିବା ଗୌରବ ଦେଖନ୍ତୁ, କାରଣ ଜଗତର ସୃଷ୍ଟି ପୂର୍ବରୁ ତୁମେ ମୋତେ ପ୍ରେମ କରିଥିଲ।


ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।


ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।


ସମାଧି ଦିଆଯାଉଥିବା ଶରୀର ନଶ୍ୱର। କିନ୍ତୁ ପୁନରୁତ୍ଥିତ ଶରୀର ଅବିନଶ୍ୱର।


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ଯେ କେହି ସେହି ପୁତ୍ରଙ୍କ ସହିତ ସଂଯୁକ୍ତ ହୁଏ, କେବଳ ସେ ହିଁ ଉକ୍ତ ଅନନ୍ତ ଜୀବନ ଲାଭ କରିପାରିବ। ପୁତ୍ରଙ୍କଠାରେ ସଂଯୁକ୍ତ ହୋଇ ନ ଥିବା କୌଣସି ବ୍ୟକ୍ତି ସେହି ଜୀବନ ପ୍ରାପ୍ତ ହୋଇପାରିବ ନାହିଁ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ସେହି ସମୟରେ ଈଶ୍ୱରଙ୍କ ଭକ୍ତମାନେ ସ୍ୱର୍ଗରାଜ୍ୟରେ ସୂର୍ଯ୍ୟପରି ତେଜସ୍କର ହେବେ। ଶୁଣିବା ପାଇଁ ଆଗ୍ରହ ଥିଲେ କାନ ଦେଇ ଶଉଣ।


ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।


ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ମୁଁ ଯାଇ ତୁମ ପାଇଁ ସ୍ଥାନ ପ୍ରସ୍ତୁତ କରିବା ପରେ, ଫେରିଆସି ତୁମ୍ଭମାନଙ୍କୁ ମୋ’ ନିକଟକୁ ନେଇଯିବି। ତା’ହେଲେ ମୋର ରହିବା ସ୍ଥାନରେ ତୁମ୍ଭେମାନେ ମଧ୍ୟ ରହିବ।


ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମ୍ଭେମାନେ ଯେଉଁ ଜୀବନ ଲାଭ କରିଛୁ, ତାହା ଘୋଷଣା କରିବାକୁ ଈଶ୍ୱରଙ୍କ ଅଭିମତ ଅନୁଯାୟୀ ମୁଁ ଜଣେ ଶିଷ୍ୟ ରୂପେ ପ୍ରେରିତ ହୋଇଛି।


ତା’ପରେ ଆମେ ଯେଉଁମାନେ ସେହି ସମୟରେ ଜୀବିତ ରହିଥିବୁ, ମେଘମାଳାରେ ସେମାନଙ୍କ ସଙ୍ଗରେ ଉତ୍ଥାପିତ ହୋଇ ମହାଶୂନ୍ୟରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ। ତା’ପରେ ଆମ୍ଭେମାନେ ଚିରକାଳ ପ୍ରଭୁଙ୍କ ସଙ୍ଗରେ ରହିବୁ।


ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆବବିର୍ଭାବର ଅପେକ୍ଷାରେ ଥିବା ସମୟରେ ତୁମ୍ଭମାନଙ୍କର କୌଣସି ଆତ୍ମିକ ଆଶୀର୍ବାଦର ଅଭାବ ହୋଇ ନାହିଁ।


ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ପ୍ରଭୁ ଯୀଶୁଙ୍କ ପୁନରାଗମନ ପର୍ଯ୍ୟନ୍ତ ତୁମକୁ ଦିଆଯାଇଥିବା ଆଜ୍ଞାଗୁଡ଼ିକୁ ବିଶ୍ୱସ୍ତଭାବେ ପାଳନ କର।


ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ।


ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।


ଯେଉଁ ଗୌରବମୟ ଭବିଷ୍ୟତରେ ଆମେମାନେ ପ୍ରବେଶ କରିବା, ତା’ ତୁଳନାରେ ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ସେହି ସମୟରେ ଈଶ୍ୱର ତାଙ୍କ ସନ୍ତାନମାନଙ୍କୁ ପ୍ରକାଶ କରିବେ।


ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି,


Swiv nou:

Piblisite


Piblisite