Biblia Todo Logo
Bib sou entènèt

- Piblisite -




କଲସୀୟ 2:7 - ପବିତ୍ର ବାଇବଲ (CL) NT (BSI)

7 ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ଵାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ।

Gade chapit la Kopi

ଓଡିଆ ବାଇବେଲ

7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତାହାଙ୍କଠାରେ ବଦ୍ଧମୂଳ ଓ ଗୁନ୍ଥା ହୋଇ ପ୍ରାପ୍ତ ଶିକ୍ଷା ଅନୁସାରେ ବିଶ୍ୱାସରେ ନିଷ୍ଠାବାନ ହୋଇ ଅଧିକରୁ ଅଧିକ ଧନ୍ୟବାଦ ଦିଅ।

Gade chapit la Kopi

ପବିତ୍ର ବାଇବଲ

7 ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।

Gade chapit la Kopi




କଲସୀୟ 2:7
31 Referans Kwoze  

ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କ ବିଶ୍ୱାସ ବଳରେ ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରିବେ। ମୁଁ ପ୍ରାର୍ଥନା କରେ, ଯେପରି ତୁମ୍ଭମାନଙ୍କର ମୂଳଦୁଆ ପ୍ରେମରେ ସ୍ଥାପିତ ଓ ଦୃଢ଼ୀଭୂତ ହେବ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ସର୍ବଦା ସବୁ ବିଷୟ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ।


ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଅତଏବ ଆସ, ଆମେ ଯଈଶୁଙ୍କୁ ମଧ୍ୟସ୍ଥତାରେ ଈଶ୍ୱରଙ୍କୁ ଆମର ପ୍ରଶଂସାରୂପ ବଳି ଉତ୍ସର୍ଗ କରିବା। ଏହି ବଳି ଯୀଶୁଙ୍କୁ ‘ପ୍ରଭୁ’ ବୋଲି ସ୍ୱୀକାର କରୁଥିବା ଓଷ୍ଠଧର ସ୍ୱାରା ଉଓôର୍ଗିତ।


ତୁମ୍ଭେମାନେ ବାକ୍ୟ ବା କାର୍ଯ୍ୟରେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ନୂତନ ଜୀବନରେ ବ୍ୟକ୍ତିଗତ ସମ୍ପର୍କ


ସମସ୍ତ ପରିସ୍ଥିତିରେ କୃତଜ୍ଞ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରୁଥିବାରୁ, ତୁମଠାରୁ ଈଶ୍ୱର ଏହା ହିଁ ଅପେକ୍ଷା କରନ୍ତି।


ସେ ଗଭୀର କରି ଖୋଳି ପଥର ଉପରେ ମୂଳଦୁଆ ପକାଇ ଗୃହ ନିର୍ମାଣ କରିବା ଲୋକ ପରି। ନଦୀରେ ବନ୍ୟା ଆସି ଘରକୁ ଧକ୍କା ଦେଲା, କିନ୍ତୁ ତାହା ସୁଦୃଢ଼ ହୋଇ ଥିବାରୁ ତାହାକୁ ଟଳାଇ ପାରିଲା ନାହିଁ।


ତୁମ୍ଭେମାନେ ନିଶ୍ଚିତଭାବେ ତାଙ୍କ ବିଷୟ ଶୁଣିଛ ଓ ତାଙ୍କର ଅନୁଗାମୀ ରୂପେ ଯୀଶୁଙ୍କ ସମ୍ପର୍କରେ ସତ୍ୟ ଶିକ୍ଷା ପାଇଛ।


କିନ୍ତୁ ବନ୍ଧୁଗଣ, ତୁମ୍ଭେମାନେ ପବିତ୍ର ଧର୍ମବିଶ୍ୱାସର ଭିତ୍ତି ଉପରେ ନିଜ ନିଜ ଜୀବନ ଗଠନ କରିବାରେ ଲାଗି ରୁହ।


ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟଠାରେ ତୁମ୍ଭମାନଙ୍କର ଓ ଆମ ଜୀବନକୁ ଏକୀଭୂତ କରି ସୁରକ୍ଷା କରିଛନ୍ତି।


ସେମାନ ନିର୍ଲ୍ଲଜ ଭାବରେ ସୁରାପାନରେ ମତ୍ତ ହୋଇ, ତୁମ୍ଭମାନଙ୍କ ପ୍ରୀତି ଭୋଜନରେ କଳଙ୍କ ସ୍ୱରୂପ ହେଉଛନ୍ତି। ସେମ।।ନେ କେବଳ ନିଜ ପ୍ରତି ମନୋଯୋଗୀ। ସେମାନେ ବୃଷ୍ଟିପାତ କରୁ ନ ଥିବା ବାୟୁରେ ଚଳିତ ମେଘ ତୂଲ୍ୟ। ସେମାନେ ଶରତ ଋତୁରେ ଫଳଶୂନ୍ୟ ବୃକ୍ଷ ଓ ମୂଳୋତ୍ପାଟିତ ଶୁଷ୍କ ବୃକ୍ଷ ସଦୃଶ।


ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


Swiv nou:

Piblisite


Piblisite