Biblia Todo Logo
Bib sou entènèt

- Piblisite -




କଲସୀୟ 2:11 - ପବିତ୍ର ବାଇବଲ (CL) NT (BSI)

11 ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ଵଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;

Gade chapit la Kopi

ଓଡିଆ ବାଇବେଲ

11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆହୁରି ମଧ୍ୟ ତୁମ୍ଭେମାନେ ଶାରୀରିକ ସ୍ୱଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଅହସ୍ତକୃତ ସୁନ୍ନତରେ, ଅର୍ଥାତ୍‍ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ପ୍ରାପ୍ତ ହୋଇଅଛ;

Gade chapit la Kopi

ପବିତ୍ର ବାଇବଲ

11 ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଏକ ଭିନ୍ନ ପ୍ରକାରର ସୁନ୍ନତ ହୋଇଛ। ଏହି ସୁନ୍ନତ କୌଣସି ମଣିଷର ହାତ କରି ନାହିଁ। ଅର୍ଥାତ୍ ତୁମ୍ଭମାନଙ୍କୁ ତୁମ୍ଭର ପାପପୂର୍ଣ୍ଣ ଶକ୍ତିରୁ ମୁକ୍ତ କରାଯାଇଛି। ଖ୍ରୀଷ୍ଟ ଏହିଭଳି ସୁନ୍ନତ କରନ୍ତି।

Gade chapit la Kopi




କଲସୀୟ 2:11
22 Referans Kwoze  

ଯେ ଅନ୍ତରରେ ଇହୁଦୀ, ସେ ହେଉଛି ପ୍ରକୃତ ଇହୁଦୀ। ପ୍ରକୃତ ସୁନ୍ନତ ହୃଦୟର ବିଷୟ; ତାହା ଆଧ୍ୟାତ୍ମିକ, ଆକ୍ଷରିକ ନୁହେଁ। ଏପରି ବ୍ୟକ୍ତି ମନୁଷ୍ୟଠାରୁ ପ୍ରଶଂସା ପାଇ ନ ପାରେ; ସେ ତାହା ପାଏ ଈଶ୍ୱରଙ୍କଠାରୁ।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


ଆମେ ଜାଣୁ, ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ଆମ୍ଭମାନଙ୍କ ପୁରାତନ ବ୍ୟକ୍ତିତ୍ୱ ମୃତ ହୋଇଛି। ତଦ୍ଦ୍ୱାରା ଆମ ପାପ ପ୍ରକୃତି ବିନଷ୍ଟ ହୋଇଛି ଓ ଆମେ ପାପର ଦାସତ୍ୱରୁ ମୁକ୍ତି ପାଇଛୁ,


ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର, ସେମାନେ ସମସ୍ତ ଲାଳସା ଓ କାମନାସକ୍ତ ମନୁଷ୍ୟ ପ୍ରକୃତିକୁ କ୍ରୁଶବିଦ୍ଧ କରିଅଛନ୍ତି।


ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ଯାହା ମନୁଷ୍ୟ ହସ୍ତକୃତ ନୁହେଁ, ଏପରି ଏକ ପବିତ୍ର ସ୍ଥାନକୁ ଖୀଷ୍ଟ ଯାଇଛନ୍ତି। ତାହା କୌଣସି ମୂଳ ବିଷୟରେ ଅନୁରୂପ ନୁହେଁ। ସେ ସ୍ୱର୍ଗକୁ ହିଁ ଯାଇଛନ୍ତି। ସେଠାରେ ସେ ଆମ୍ଭମାନଙ୍କ ସପକ୍ଷେ ବର୍ତ୍ତମାନ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି।


କିନ୍ତୁ ବର୍ତ୍ତମାନ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଆମ୍ଭେମାନେ ପାଇଛୁ, ସେ ସବୁରୁ ମହାଯାଜକ ରୂପେ ଖ୍ରୀଷ୍ଟ ଆସିଛନ୍ତି। ସେ ଯେଉଁ ଉପାସନା ତମ୍ୱୁରେ କାର୍ଯ୍ୟ କରୁଛନ୍ତି, ତାହା ଶ୍ରେଷ୍ଠ ଓ ଅଧିକ ପୂର୍ଣ୍ଣାଙ୍ଗ। ତାହା ମନୁଷ୍ୟନିର୍ମିତ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ। ଅର୍ଥାତ୍ ତାହା ଏହି ଭୌତିକ ଜଗତର ଅଂଶବିଶେଷ ନୁହେଁ।


ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।


ଈଶ୍ୱର ଜଗତ ଓ ସେଥିରେ ଥିବା ପ୍ରତ୍ୟେକ ବିଷୟ ସୃଷ୍ଟି କଲେ। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ମନୁଷ୍ୟ ହସ୍ତନିର୍ମିତ ମନ୍ଦିରମାନଙ୍କରେ ସେ ବାସ କରନ୍ତି ନାହିଁ।


“ତଥାପି ସର୍ବୋପରିସ୍ଥ ଈଶ୍ୱର ଲୋକମାନଙ୍କ ଦ୍ୱାରା ନିର୍ମିତ ଗୃହମାନଙ୍କରେ ବାସ କରନ୍ତି ନାହିଁ। ଏ ସମ୍ପର୍କରେ ଭାବବାଦୀ ଲେଖିଛନ୍ତି;


ଏକ ସପ୍ତାହ ପରେ ଶିଶୁର ସୁନ୍ନତ ହେବା ସମୟରେ ତାଙ୍କର ନାମ ଯୀଶୁ ଦିଆଗଲା। ସେ ର୍ଗଭସ୍ଥ ହେବା ପୂର୍ବରୁ ସ୍ୱର୍ଗଦୂତଙ୍କ ଦ୍ୱାରା ତାଙ୍କର ଏହି ନାମକରଣ ହୋଇଥିଲା।


ସେମାନେ କହିଲେ, “ଆମେ ଶୁଣିଛୁ, ସେ କହୁଥିଲା, ‘ମନୁଷ୍ୟ ହସ୍ତନିର୍ମିତ ଏହି ମନ୍ଦିରକୁ ମୁଁ ଭୂମିସାତ୍ କରି, ତିନିଦିନ ଭିତରେ ମନୁଷ୍ୟ ତିଆରି କରି ନ ଥିବା ଆଉ ଗୋଟିଏ ମନ୍ଦିର ତୋଳି ଦେବି’।”


କେଡ଼େ ହତଭାଗ୍ୟ ମୁଁ! ମୃତ୍ୟୁ ମୁଖକୁ ଟାଣି ନେଉଥିବା ଏହି ଶାରୀରିକ ପ୍ରବୃତ୍ତିରୁ ମୋତେ କିଏ ଉଦ୍ଧାର କରିବ?


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


Swiv nou:

Piblisite


Piblisite