Biblia Todo Logo
Bib sou entènèt

- Piblisite -




କଲସୀୟ 1:8 - ପବିତ୍ର ବାଇବଲ (CL) NT (BSI)

8 ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ଦେଇଥିବା ପ୍ରେମ ସମ୍ବନ୍ଧରେ ସେ ଆମ୍ଭମାନଙ୍କୁ କହିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେ ମଧ୍ୟ ଆତ୍ମାଙ୍କ ଦତ୍ତ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେ ମଧ୍ୟ ଆତ୍ମାରେ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

8 ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।

Gade chapit la Kopi




କଲସୀୟ 1:8
7 Referans Kwoze  

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ପବିତ୍ରଆତ୍ମା ପ୍ରଦତ୍ତ ପ୍ରେମ ସକାଶେ ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ନିମନ୍ତେ ନିଷ୍ଠାର ସହ ପ୍ରାର୍ଥନା କର।


ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦାନ କରିଛନ୍ତି, ତାହା ଆମ୍ଭମାନଙ୍କୁ କାପୁରୁଷ କରି ଦିଏ ନାହିଁ, ବରଂ ତଦ୍ଦ୍ୱାରା ଆମେ ଶକ୍ତି, ପ୍ରେମ ଓ ଆତ୍ମସଂଯମରେ ପରିପୂର୍ଣ୍ଣ ହେଉ।


କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଯାହା ଲୁକ୍କାୟିତ ଅଛି, ତାହା ପ୍ରକାଶ ପାଇବ; ଯାହା ଆବୃତ ହୋଇ ରହିଛି, ତାହା ଅନାବୃତ ହେବ।


Swiv nou:

Piblisite


Piblisite