Biblia Todo Logo
Bib sou entènèt

- Piblisite -




କଲସୀୟ 1:16 - ପବିତ୍ର ବାଇବଲ (CL) NT (BSI)

16 କାରଣ ତାଙ୍କ ଦ୍ୱାରା ଈଶ୍ୱର ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ଦୃଶ୍ୟ ଓ ଅଦୃଶ୍ୟ ପଦାର୍ଥ, ଅପାର୍ଥିବ ଶକ୍ତସମୂହ, କର୍ତ୍ତାଗଣ, ଶାସକ ବର୍ଗ ଓ ସମସ୍ତ ଅଧିକାରୀମାନଙ୍କୁ ସୃଷ୍ଟି କଲେ। ତାଙ୍କ ଦ୍ୱାରା ଓ ତାଙ୍କ ନିମନ୍ତେ ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ଵର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ଵାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ଵ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ଵାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;

Gade chapit la Kopi

ଓଡିଆ ବାଇବେଲ

16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି;

Gade chapit la Kopi

ପବିତ୍ର ବାଇବଲ

16 ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ, ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।

Gade chapit la Kopi




କଲସୀୟ 1:16
29 Referans Kwoze  

ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


ସଚରାଚର ସମସ୍ତଙ୍କର ସୃଷ୍ଟିକର୍ତ୍ତା ଈଶ୍ବର ତାଙ୍କର ଅଗଣିତ ସନ୍ତାନମାନଙ୍କୁ ଯୀଶୁଙ୍କ ଗୌରବରେ ଭାଗୀ କରାଇବା ନିମନ୍ତେ, ମୃତ୍ୟୁଭୋଗ ଦ୍ୱାରା ଯୀଶୁଙ୍କୁ ସିଦ୍ଧ କରି ଯଥୋଚିତ କାର୍ଯ୍ୟ କରିଛନ୍ତି। କାରଣ ଯୀଶୁ ହିଁ ପରିତ୍ରାଣ ପଥରେ ସେମାନଙ୍କୁ କଢ଼ାଇ ନିଅନ୍ତି।


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ଖ୍ରୀଷ୍ଟ, ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟମାନ ପ୍ରତିରୂପ। ସେ ପ୍ରଥମ ଜାତ ପୁତ୍ର ଓ ସମସ୍ତ ସୃଷ୍ଟି ଅପେକ୍ଷା ଶ୍ରେଷ୍ଠ।


ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମେ ଜୀବନର ପୂର୍ଣ୍ଣତା ଲାଭ କରିପାରିବ। ଅନ୍ୟ ସମସ୍ତ ଶକ୍ତି ଓ ଆଧିପତ୍ୟ ଉପରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ହିଁ ସର୍ବୋଚ୍ଚ।


ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।


ପୁତ୍ରଙ୍କ ଦ୍ୱାରା ଈଶ୍ୱର ସମସ୍ତ ବିଶ୍ୱକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ସ୍ଥିର କଲେ। କ୍ରୁଶରେ ତାଙ୍କର ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଈଶ୍ୱର ଶାନ୍ତି ସ୍ଥାପନ କରିଛନ୍ତି ଏବଂ ପୃଥିବୀ ଓ ସ୍ୱର୍ଗରେ ଥିବା ସମସ୍ତ ବିଷୟକୁ ନିଜ ନିକଟକୁ ଫେରାଇ ଆଣିଛନ୍ତି।


ସେହି ଖ୍ରୀଷ୍ଟ ବର୍ତ୍ତମାନ ସ୍ୱର୍ଗଦୂତ ଓ ସମସ୍ତ ସ୍ୱର୍ଗୀୟ ଅଧିପତି ଓ ଶକ୍ତିପୁଞ୍ଜ ଉପରେ ରାଜତ୍ୱ କରୁଛନ୍ତି।


ପୁଣି ସେହି କ୍ରୁଶ ଉପରେ ଖ୍ରୀଷ୍ଟ ସମସ୍ତ ପ୍ରକାର ଶକ୍ତି ଓ ଆଧିପତ୍ୟରୁ ନିଜକୁ ମୁକ୍ତ କରିଛନ୍ତି ଓ ସେମାନଙ୍କୁ ବନ୍ଦୀ କରି ନିଜର ବିଜୟ ଶୋଭା ଯାତ୍ରାରେ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଉପହାସ୍ୟ କରିଛନ୍ତି।


କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।


ମୁଁ ନିଶ୍ଚିତଭାବେ ଜାଣେ ଯେ ତାଙ୍କ ପ୍ରେମରୁ ଆମେ କେବେ ବିଚ୍ଛିନ୍ନ ହେବା ନାହିଁ। ମୃତ୍ୟୁ ବା ଜୀବନ, ସ୍ୱର୍ଗଦୂତ ବା ଆକାଶମଣ୍ଡଳର କୌଣସି ଅଧିପତି ବା ଶକ୍ତି, ବର୍ତ୍ତମାନ ବା ଭିବଷ୍ୟତ୍,


ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ।


ଆମ ବିଖ୍ୟାଦ ଇହୁଦୀ ପୂର୍ବପୁରୁଷମାନଙ୍କର ସେମାନେ ବଂଶଧର ଏବଂ ମାନବ ରୂପେ ଖ୍ରୀଷ୍ଟ ସେହି ବଂଶରୁ ଜାତ। ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ ହୁଅନ୍ତୁ।


Swiv nou:

Piblisite


Piblisite