Biblia Todo Logo
Bib sou entènèt

- Piblisite -




କଲସୀୟ 1:10 - ପବିତ୍ର ବାଇବଲ (CL) NT (BSI)

10 ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍, ଈଶ୍ଵରଙ୍କ ତତ୍ତ୍ଵଜ୍ଞାନରେ ବଢ଼ି, ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ

Gade chapit la Kopi

ଓଡିଆ ବାଇବେଲ

10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍‍, ଈଶ୍ବରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ଉତ୍ତମକର୍ମର ଫଳରେ ଫଳବାନ ହୁଅ

Gade chapit la Kopi

ପବିତ୍ର ବାଇବଲ

10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ;

Gade chapit la Kopi




କଲସୀୟ 1:10
44 Referans Kwoze  

ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।


ପୁଣି ତାଙ୍କୁ ଯାହା ମଗିବ, ସେ ତାହା ଦାନ କରିବେ, କାରଣ ଆମେ ତାଙ୍କ ଆଜ୍ଞାନୁବର୍ତ୍ତୀ; ଆମ୍ଭମାନଙ୍କ କାର୍ଯ୍ୟରେ ତାଙ୍କୁ ପ୍ରୀତ କରିଛୁ।


ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।


ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ।


ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ଏହି ସଦ୍ଗୁଣଗୁଡ଼ିକ ତୁମର ଆବଶ୍ୟକ; ଏହିସବୁରେ ତୁମ୍ଭେମାନେ ପରିପୂର୍ଣ୍ଣ ହେଲେ, ତୁମେ ପ୍ରାପ୍ତ ହୋଇଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ତୁମକୁ ସକ୍ରିୟ ଓ ଫଳପ୍ରଦ କରି ରଖିବ।


ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛ, ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କର।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରି ଅଣବିଶ୍ୱାସୀମାନଙ୍କ ନିକଟରେ ବିଜ୍ଞତାର ସହ ଆଚରଣ କର।


ତେଣୁ ତୁମେ କିପରି ଆଚରଣ କରିବ, ସେ ବିଷୟରେ ସାବଧାନ ହୁଅ। ଅଜ୍ଞ ଭଳି ନ ହୋଇ ଜ୍ଞାନୀ ଭଳି ଆଚରଣ କର।


ଆମେ ଯାହା ହୋଇ ପାରିଛୁ, କେବଳ ଈଶ୍ୱର ହିଁ ତାହା କରିଛନ୍ତି, ଯେଉଁସବୁ ସତ୍ କର୍ମ ଆମେ କରିବୁ ବୋଲି ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ, ଆମେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମ ଜୀବନରେ ତାହା ସମ୍ଭବ ହୋଇଛି।


ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।


ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।


ପ୍ରଭୁଙ୍କର ସନ୍ତୋଷଭାଜନ ହେବା ପାଇଁ ଶିକ୍ଷା କର।


ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଶାସକ ଓ କର୍ତ୍ତୃପକ୍ଷମାନଙ୍କର ବଶୀଭୂତ ହୋଇ ସେମାନଙ୍କ ଆଦେଶ ପାଳନ କରିବାକୁ ଓ ସମସ୍ତ ସତ୍କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ମଣ୍ଡଳୀର ସଭ୍ୟମାନଙ୍କୁ ସ୍ମରଣ କରାଇଦିଅ।


ସନ୍ତାନଗଣ, ସର୍ବଦା ତୁମ୍ଭମାନଙ୍କ ପିତାମାତାଙ୍କର ବାଧ୍ୟ ହୁଅ। ଏହା ତୁମର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।


ସେଥିପାଇଁ ଆମେ ସମସ୍ତେ ଆମ ବିଶ୍ୱାସରେ ଓ ଈଶ୍ୱରଙ୍କ ପୁତ୍ର ସମ୍ପର୍କୀୟ ଜ୍ଞାନରେ ଐକ୍ୟବଦ୍ଧ ହେବୁ, ଖ୍ରୀଷ୍ଟଙ୍କ ପୂର୍ଣ୍ଣତାପ୍ରାପ୍ତ ହୋଇ ଆମେ ପରିପକ୍ୱ ହେବୁ।


ବିଶ୍ୱାସ ଦ୍ୱାରା ହନୋକ ମୃତ୍ୟୁଭୋଗରୁ ରକ୍ଷା ପାଇଥିଲେଏ। ଈଶ୍ୱର ତାଙ୍କୁ ନିଜ ନିକଟକୁ ନେଇ ଯାଇଥିଲେ ଏବଂ ତାଙ୍କୁ କେହି ଆଉ ଦେଖିପାରି ନ ଥିଲେ। ଧର୍ମଶାସ୍ତ୍ରରେ ଲେଖାଅଛି ଯେ, ହନୋକ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ତାଙ୍କର ସନ୍ତୋଷଭାଜନ ହୋଇଥିଲେ।


ଯୁଦ୍ଧ ଅଭିଯାନରେ ନିବିଷ୍ଟ ଥିବାବେଳେ ସୈନିକ କେବଳ ତା’ର ସେନାପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ତତ୍ପର ଥାଏ। ସେତେବେଳେ ସେ କୌଣସି ବେସାମରିକ କାର୍ଯ୍ୟରେ ମନ ଦିଏ ନାହିଁ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।


ମୁଁ ମୋର ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରେ ଓ ଗୌରବମୟ ପିତା, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ଯେପରି ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ସେହି ଆତ୍ମା ତୁମ୍ଭମାନଙ୍କୁ ଜ୍ଞାନବାନ କରିବେ ଓ ଈଶ୍ୱରଙ୍କୁ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ। ତାହାହେଲେ, ତୁମ୍ଭେମାନେ ତାଙ୍କୁ ଜାଣିପାରିବ।


ସବୁ ପ୍ରକାର ଦାନରେ ତୁମ୍ଭମାନଙ୍କୁ ସମୃଦ୍ଧ କରିବା ପାଇଁ ଈଶ୍ୱର ସକ୍ଷମ; ଫଳରେ ତୁମ୍ଭମାନଙ୍କୁ ସର୍ବଦା ପ୍ରଚାର୍ଯ୍ୟ ମଧ୍ୟରେ ବାସ କରିପାରିବ ଏବଂ ସବୁ ପ୍ରକାର ସତ୍କର୍ମ ନିମନ୍ତେ ଯଥେଷ୍ଟ ଦାନ ଦେଇ ପାରିବ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ପିତା ଅବ୍ରାହାମ ସୁନ୍ନତ ହେବା ପୂର୍ବରୁ ଯେଉଁ ବିଶ୍ୱାସର ପରିଚୟ ଦେଇଥିଲେ, ଯଦି ସୁନ୍ନତ ହୋଇ ନ ଥିବା ଲୋକମାନେ ନିଜ ଜୀବନରେ ସେହି ପ୍ରକାର ବିଶ୍ୱାସ ଦେଖାଇ ପାରିବେ, ଅବ୍ରାହାମ ସେମାନଙ୍କର ମଧ୍ୟ ପିତା।


ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।


ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,


ତୁମର ଦ୍ନେହ ବ୍ୟବହାର ବିଷୟରେ ସେମାନେ ଏଠିକର ମଣ୍ଡଳୀରେ ପ୍ରକାଶ କରିଛନ୍ତି। ମୋର ଅନୁରୋଧ, ତୁମେ ସେମାନଙ୍କ ଯାତ୍ରା ପାଇଁ ସାହାଯ୍ୟ ଦିଅ। ଏହା ଦ୍ୱରା ଈଶ୍ବର ପ୍ରୀତ ହେବେ,


Swiv nou:

Piblisite


Piblisite