Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:8 - ପବିତ୍ର ବାଇବଲ (CL) NT (BSI)

8 ଶାଉଲ ଉଠି ଆଖି ଖୋଲିଲେ, କିନ୍ତୁ ତାଙ୍କୁ କିଛି ଦେଖାଗଲା ନାହିଁ। ତେଣୁ ସେମାନେ ତାଙ୍କ ହାତ ଧରି ଦାମାସ୍କସ୍ ପର୍ଯ୍ୟନ୍ତ ବାଟ କଢ଼ାଇ ନେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାଙ୍କ ହାତ ଧରି ତାଙ୍କୁ ଦାମାସ୍କସ୍କୁ ଘେନିଗଲେ।

Gade chapit la Kopi

ଓଡିଆ ବାଇବେଲ

8 ପୁଣି,ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ । ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେସକକୁ ଘେନିଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ଶାଉଲ ଭୂମିରୁ ଉଠି ଯେତେବେଳେ ଆପଣା ଆଖି ଫିଟାଇଲେ, ସେତେବେଳେ ସେ କିଛି ଦେଖି ପାରିଲେ ନାହିଁ। ଏଣୁ ସେମାନେ ତାହାଙ୍କ ହାତ ଧରି ତାହାଙ୍କୁ ଦମ୍ମେଶକ ସହରକୁ ଘେନିଗଲେ।

Gade chapit la Kopi

ପବିତ୍ର ବାଇବଲ

8 ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖି ପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମେସକକୁ ନେଇଗଲେ।

Gade chapit la Kopi




ପ୍ରେରିତ 9:8
10 Referans Kwoze  

ଆଲୋକର ପ୍ରଖର ତେଜରେ ମୁଁ ଅନ୍ଧ ହୋଇ ଯାଇଥିଲି। ସେଥିପାଇଁ ମୋର ସହଯାତ୍ରୀମାନେ ମୋ’ ହାତ ଧରି ମୋତେ ଦାମାସ୍କସ୍କୁ ନେଇଗଲେ।


ସେହିକ୍ଷଣି ଶାଉଲଙ୍କ ଆଖିରୁ ମାଛ କାତି ପରି କିଛି ଖସି ପଡ଼ିଲା ଓ ସେ ଆଉ ଥରେ ଦେଖିବାକୁ ସମର୍ଥ ହେଲେ।


ବର୍ତ୍ତମାନ ତୁ ଈଶ୍ୱରଙ୍କ ହସ୍ତରେ ଦଣ୍ଡିତ ହେବୁ। ତୁ ଅନ୍ଧ ହୋଇ କିଛି ସମୟ ପର୍ଯ୍ୟନ୍ତ ଦିବସରେ ଆଲୋକ ଦେଖିପାରିବୁ ନାହିଁ।” ସେହିକ୍ଷଣି ଏଲୀମାସର ଚକ୍ଷୁ ଘନ କୁହୁଡ଼ିରେ ଆଚ୍ଛନ୍ନ ହେବା ଭଳି ସେ ଅନୁଭବ କଲା ଓ ତା’ର ହାତ ଧରି ବାଟ କଢ଼ାଇ ନେବା ପାଇଁ ଜଣକୁ ଖୋଜିବାକୁ ଲାଗିଲା।


ତିନିଦିନ ପର୍ଯ୍ୟନ୍ତ ସେ ଦେଖିପାରିଲେ ନାହିଁ ଓ ସେହି ସମୟରେ ଭୋଜନ ପାନ କଲେ ନାହିଁ।


ମୁଁ ଦାମାସ୍କସ୍ରେ ଥଲାବେଳେ ରାଜା ଆରେଟସ୍‌ଙ୍କ ଅଧୀନସ୍ଥ ଶାସନକର୍ତ୍ତା ମୋତେ ଗିରଫ କରିବା ପାଇଁ ନଗରର ଚାରିଆଡ଼େ ପ୍ରହରୀ ନିଯୁକ୍ତ କରିଥିଲେ।


ଏପରି କି ମୋ’ ପୂର୍ବରୁ ଯେଉଁମାନେ ପ୍ରେରିତ ଶିଷ୍ୟ ହୋଇଥିଲେ, ସେମାନଙ୍କ ସଙ୍ଗେ ସୁଦ୍ଧା ସାକ୍ଷାତ କରିବାକୁ ଯିରୁଶାଲମ ଯାଇ ନ ଥିଲି। ବରଂ ମୁଁ ସଙ୍ଗେ ସଙ୍ଗେ ଆରବ ଦେଶକୁ ଯାଇଥିଢ଼ଲି ଏବଂ ତା’ପରେ ଦାମାସସ୍କୁ ଫେରି ଆସିଥିଲି।


Swiv nou:

Piblisite


Piblisite