Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:6 - ପବିତ୍ର ବାଇବଲ (CL) NT (BSI)

6 ଉଠ, ସହରକୁ ଯାଅ, କ’ଣ କରିବାକୁ ହେବ, ସେଠାରେ ତୁମ୍ଭକୁ ଜଣାଇ ଦିଆଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କʼଣ କରିବାକୁ ହେବ, ତାହା କୁହାଯିବ।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କ'ଣ କରିବାକୁ ହେବ, ତାହା କୁହାଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 “କିନ୍ତୁ ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ କଅଣ କରିବାକୁ ହେବ, ତାହା କୁହାଯିବ।”

Gade chapit la Kopi

ପବିତ୍ର ବାଇବଲ

6 ଏବେ ଉଠ ଓ ନଗରକୁ ଯାଅ। ସେଠାରେ ତୁମ୍ଭକୁ କ’ଣ କରିବାକୁ ହେବ, ତାହା ତୁମ୍ଭକୁ ଜଣେ କହିବେ।”

Gade chapit la Kopi




ପ୍ରେରିତ 9:6
33 Referans Kwoze  

ମୁଁ ପଚାରିଲି, ‘ପ୍ରଭୁ, ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ, ଦାମାସ୍କସ୍କୁ ଯାଅ, ଈଶ୍ୱର ତୁମ ପାଇଁ ଯେଉଁ କାର୍ଯ୍ୟ ନିରୂପଣ କରିଛନ୍ତି, ସେଠାରେ ତୁମକୁ ତାହା ଜଣାଇ ଦିଆଯିବ।’


କିନ୍ତୁ ଉଠି ଠିଆ ହୁଅ। ତୁମକୁ ମୋର ସେବକ ରୂପେ ନିଯୁକ୍ତ କରିବା ପାଇଁ ମୁଁ ତୁମକୁ ଦର୍ଶନ ଦେଇଅଛି। ଆଜି ତୁମେ ମୋ’ ବିଷୟରେ ଯାହା ଦେଖିଛ ଓ ଭବିଷ୍ୟତ୍ରେ ମୁଁ ତୁମକୁ ଯାହା ଦେଖାଇବି, ସେ ବିଷୟରେ ତୁମେ ଅନ୍ୟମାନଙ୍କୁ କହିବ।


ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।


ଯିଶାଇୟ ଆହୁରି ସାହସର ସହିତ କହିଛନ୍ତି, “ଆମ୍ଭଙ୍କୁ ଅନ୍ୱେଷଣ କରୁ ନ ଥିବା ଲୋକମାନେ ଆମ୍ଭର ସନ୍ଧାନ ପାଇଲେ; ଯେଉଁମାନେ ଆମର ଅନୁସନ୍ଧାନ କରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।”


ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି।


ଦିନେ ବ୍ୟବସ୍ଥା ନ ଜାଣି ମୁଁ ଜୀବିତ ଥିଲି; ବ୍ୟବସ୍ଥା ଜାଣିବା ପରେ ପାପ ପ୍ରବେଶ କଲା


ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।


ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଯୋପ୍ପାକୁ ଲୋକ ପଠାଅ। ସେ ସମୁଦ୍ରକୂଳ ନିବାସୀ ଚର୍ମକାର ଶିମୋନ ଘରେ ଅତିଥି ହୋଇଛନ୍ତି।’


ସେମାନେ ଉତ୍ତର ଦେଲେ, “ସେନାପତି କର୍ଣ୍ଣୀଲିୟ ଆମକୁ ପଠାଇଛନ୍ତି। ସେ ଜଣେ ଧର୍ମପ୍ରାଣ ବ୍ୟକ୍ତି। ସେ ଈଶ୍ୱରଙ୍କୁ ଆରାଧନା କରନ୍ତି ଓ ଇହୁଦୀମାନେ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରନ୍ତି। ଆପଣଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଆପଣଙ୍କର ଶିକ୍ଷା ଶୁଣିବା ପାଇଁ ଈଶ୍ୱରଙ୍କ ଜଣେ ଦୂତ ତାଙ୍କୁ ଆଦେଶ ଦେଇଛନ୍ତି।”


ସେ ସମୁଦ୍ର କୂଳରେ ବାସ କରୁଥିବା ଶିମୋନ ନାମକ ଜଣେ ଚର୍ମକାର ଘରେ ରହୁଛନ୍ତି।”


ଲୋକମାନେ ଏହି କଥାସବୁ ଶୁଣି ଅତ୍ୟନ୍ତ ଉଦ୍ବିଗ୍ନ ହେଲେ ଏବଂ ପିତର ଓ ଅନ୍ୟ ପ୍ରେରିତ ଶିଷ୍ୟମାନଙ୍କୁ ପଚାରିଲେ, “ଭାଇମାନ, ଆମ୍ଭେମାନେ କ’ଣ କରିବା?”


ଲୋକମାନେ ତାଙ୍କୁ ପଚାରିଲେ, “ଆମେ ତେବେ କ’ଣ କରିବା?”


“ବର୍ତ୍ତମାନ ଯେଉଁମାନେ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ପଛରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଚାଲିଯିବେ।


କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”


ସେ କହିଲେ, “ପ୍ରଭୁ, ଆପଣ କିଏ?” ପୁନର୍ବାର ସେହି ବାଣୀ ଶୁଣାଗଲା, “ତୁମ୍ଭେ ଯାହାକୁ ନିର୍ଯ୍ୟାତିତ କରୁଛ, ମୁଁ ସେହି ଯୀଶୁ।


Swiv nou:

Piblisite


Piblisite