Biblia Todo Logo
Bib sou entènèt

- Piblisite -




ପ୍ରେରିତ 9:11 - ପବିତ୍ର ବାଇବଲ (CL) NT (BSI)

11 ପ୍ରଭୁ କହିଲେ, “ପ୍ରସ୍ତୁତ ହୁଅ। ‘ସଳଖ’ ନାମକ ରାସ୍ତା ଧରି ଯିହୁଦାଙ୍କ ଘରକୁ ଯାଅ। ସେଠାରେ ତାର୍ସସ୍ଠାରୁ ଆସିଥିବା ଶାଉଲ ନାମକ ଜଣେ ବ୍ୟକ୍ତିଙ୍କୁ ଅନୁସନ୍ଧାନ କର। ସେ ପ୍ରାର୍ଥନା କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଥିରେ ପ୍ରଭୁ ତାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ନଗରରେ ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;

Gade chapit la Kopi

ଓଡିଆ ବାଇବେଲ

11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ପଥକୁ ଯାଇ ଯିହୂଦାର ଗୃହରେ ତାର୍ଷ ସହରର ଶାଉଲ ନାମକ ଜଣେ ବ୍ୟକ୍ତିର ଅନୁସନ୍ଧାନ କର; କାରଣ ଦେଖ, ସେ ପ୍ରାର୍ଥନା କରୁଅଛି;

Gade chapit la Kopi

ପବିତ୍ର ବାଇବଲ

11 ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି।

Gade chapit la Kopi




ପ୍ରେରିତ 9:11
28 Referans Kwoze  

“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।


ବିଶ୍ୱାସୀମାନେ ଏ କଥା ଜାଣିପାରି ଶାଉଲଙ୍କୁ କାଇସରିଆକୁ ନେଇଗଲେ ଓ ସେଠାରୁ ତାଙ୍କୁ ତାର୍ଷିସକୁ ପଠାଇ ଦେଲେ।


ତା’ପରେ ବର୍ଣ୍ଣବା ଶାଉଲଙ୍କୁ ଅନ୍ୱେଷଣ କରିବା ପାଇଁ ତାର୍ଷସକୁ ଗଲେ।


ତାଙ୍କ ଘରେ ସେ କିପରି ସ୍ୱର୍ଗଦୂତଙ୍କ ଦର୍ଶନ ପାଇଥିଲେ, ସେ ବିଷୟ ଆମକୁ ଜଣାଇଲେ। ସ୍ୱର୍ଗଦୂତ ତାଙ୍କୁ କହିଥିଲେ, “ଯୋପ୍ପାରେ ଥିବା ଶିମୋନ ପିତର ନାମରେ ଜଣେ ବ୍ୟକ୍ତିଙ୍କୁ ଆଣିବା ପାଇଁ ଲୋକ ପଠାଅ।


ଈଶ୍ୱରଙ୍କର ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ, ଦକ୍ଷିଣରେ ଯିରୂଶାଲମରୁ ଗାଜା ଆଡ଼କୁ ପଡ଼ିଥିବା ରାସ୍ତାକୁ ଯାଅ।” (ଆଜିକାଲି ଏହି ରାସ୍ତା ଆଉ ବ୍ୟବହୃତ ହେଉନାହିଁ।) ଫିଲିପ୍ପ ପ୍ରସ୍ତୁତ ହୋଇଗଲେ।


ସେତେବେଳେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ଉଦ୍ଧାର ପାଇବ।’


ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”


ତେଣୁ ତୁମର ଏହି ମନ୍ଦ ପରିକଳ୍ପନା ପାଇଁ ଅନୁତାପ କର, ଏପରି ବିଷୟ ଚିନ୍ତା କରିଥିବାରୁ ପ୍ରଭୁ ଯେପରି କ୍ଷମା କରିବେ, ସେଥିପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କର।


Swiv nou:

Piblisite


Piblisite