Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:9 - ପବିତ୍ର ବାଇବଲ (CL) NT (BSI)

9 ଶିମୋନ ନାମକ ଜଣେ ଲୋକ ତା’ର ଗୁଣିବିଦ୍ୟା ଦ୍ୱାରା ସେହି ଅଞ୍ଚଳର ଲୋକମାନଙ୍କୁ ବିମୋହିତ କରି ରଖିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜାତିକି ଆଚମ୍ଵିତ କରୁଥିଲା;

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଜାତି କି ଆଚମ୍ବିତ କରୁଥିଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ଶିମୋନ ନାମକ ଜଣେ ଲୋକ ଏଥିପୂର୍ବେ ସେହି ନଗରରେ କୁହୁକକର୍ମ କରି ନିଜକୁ ଜଣେ ମହାପୁରୁଷ ବୋଲି କହି ଶମିରୋଣୀୟ ଲୋକମାନଙ୍କୁ ଆଚମ୍ଭିତ କରୁଥିଲା;

Gade chapit la Kopi

ପବିତ୍ର ବାଇବଲ

9 ସେହି ନଗରରେ ଶିମୋନ ନାମକ ଜଣେ ଲୋକ ଥିଲା। ଫିଲି‌ପ୍‌ପ ସେଠାକୁ ଆସିବା ପୂର୍ବରୁ ଶିମୋନ ଯାଦୁଖେଳ ଦେଖାଇ ଶମିରୋଣର ବାସିନ୍ଦାମାନଙ୍କୁ ବିସ୍ମିତ କରିଦେଇଥିଲା। ସେ ନିଜକୁ ବଡ଼ ମହାପୁରୁଷ ବୋଲି କହୁଥିଲା।

Gade chapit la Kopi




ପ୍ରେରିତ 8:9
20 Referans Kwoze  

ସେମାନେ ସାଇପ୍ରସ୍ ଦ୍ୱୀପ ଅତିକ୍ରମ କରି ପାଫୋକୁ ଗଲେ। ସେଠାରେ ସେମାନେ ବାର - ଯୀଶୁ ନାମକ ଏକ ଇହୁଦୀ ଗୁଣିଆକୁ ଭେଟିଲେ।


ଆପଣମାନଙ୍କ ମନେଥିବ, କିଛି ସମୟ ପୂର୍ବେ ଥିଉଦା ନିଜକୁ ଜଣେ ମହାପୁରୁଷ ବୋଲି କହିଲା ଓ ପ୍ରାୟ ଚାରିଶହ ଲୋକ ତା’ ସହିତ ଯୋଗ ଦେଇଥିଲେ; କିନ୍ତୁ ସେ ନିହତ ହେଲା, ତା’ର ଅନୁଗାମୀମାନେ ଛିନ୍ନଭିନ୍ନ ହୋଇଗଲେ ଓ ତା’ର ଦଳ ଲୋପ ପାଇଲା।


ଯେ ନିଜ କ୍ଷମତା ବଳରେ କଥା କହେ, ନିଜକୁ ଗୌରବାନ୍ୱିତ କରିବା ତା’ର ଉଦ୍ଦେଶ୍ୟ। କିନ୍ତୁ ଯେ ତା’ର ପ୍ରେରଣକର୍ତ୍ତାଙ୍କୁ ଗୌରବାନ୍ୱିତ କରିବାକୁ ଚାହେଁ, ସେ ସତ୍ୟବାଦୀମିଥ୍ୟାର ଆଶ୍ରୟ ସେ ନିଏ ନାହିଁ।


ସେହି ଗୁଣି ବିଦ୍ୟା ବଳରେ ଅନେକ ଦିନ ଧରି ସେ ଶମିରୋଣୀୟମାନଙ୍କୁ ତା’ର ଅନୁଗତ କରି ରଖିଥିଲା।


କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।


ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।


ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।


ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,


ସେହି ଦୁରାତ୍ମା ମନୁଷ୍ୟର ତଥାକଥିତ ସମସ୍ତ ଆରାଧ୍ୟ ଦେବତା ଓ ଉପାସ୍ୟ ବସ୍ତୁର ବିରୁଦ୍ଧାଚରଣ କରିବ ଓ ନିଜକୁ ସମସ୍ତଙ୍କ ଉଦ୍ଧ୍ୱର୍ରେ ରଖିବାକୁ ପ୍ରୟାସ କରିବ। ଏପରି କି ସେ ଈଶ୍ୱରଙ୍କ ମନ୍ଦିରରେ ଉପବେଶନ କରି ନିଜେ ଈଶ୍ୱର ବୋଲି ଦାବୀ କରିବ।


କିନ୍ତୁ ଗୁଣିଆ ଏଲୀମାସ (ଏହା ତାହାର ଗ୍ରୀକ୍ ନାମ) ସେମାନଙ୍କୁ ବାଧା ଦେଲା, କାରଣ ସେ ଶାସନକର୍ତ୍ତାଙ୍କୁ ଖ୍ରୀଷ୍ଟ ବିଶ୍ୱାସ ପ୍ରତି ବିମୁଖ କରି ରଖିବାକୁ ଚାହୁଁଥିଲା।


Swiv nou:

Piblisite


Piblisite