Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:3 - ପବିତ୍ର ବାଇବଲ (CL) NT (BSI)

3 କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକ-ମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ତଳୀକୁ ଉଚ୍ଛିନ୍ନ କରିବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

3 କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ସମର୍ପଣ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିନ୍ତୁ ଶାଉଲ ଘରେ ଘରେ ପଶି ବିଶ୍ୱାସୀ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିଆଣି କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଧ୍ୱଂସ କରିବାକୁ ଲାଗିଲେ।

Gade chapit la Kopi




ପ୍ରେରିତ 8:3
13 Referans Kwoze  

ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।


ଇହୁଦୀ ଧର୍ମ ପ୍ରତି ଅନୁରକ୍ତ ଥିବା ସମୟରେ ମୁଁ କିପରି ଜୀବନ ଯାପନ କରୁଥିଲି, କିପରି ନିର୍ଦ୍ଦୟ ଭାବରେ ଈଶ୍ୱରଙ୍କ ଉପାସକ ମଣ୍ଡଳୀକୁ ତାଡ଼ନା କରୁଥିଲି ଏବଂ ତାହାକୁ ଧ୍ୱଂସ କରିବା ନିମନ୍ତେ କିପରି ଯଥାସାଧ୍ୟ ଚେଷ୍ଟା କରିଥିଲି, ଏସବୁ ବିଷୟ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଛି।


ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନିକୃଷ୍ଟ, ଏପରି କି ପ୍ରେରିତ ନାମର ଯୋଗ୍ୟ ନୁହେଁ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତିତ କରିଛି।


ମୁଁ ଉତ୍ତର ଦେଲି, ‘ପ୍ରଭୁ, ମୁଁ ସମାଜ ଗୃହମାନଙ୍କୁ ଯାଇ ଆପଣଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ କିପରି ବନ୍ଦୀ କରିଥିଲି ଓ ପ୍ରହାର କରିଥିଲି, ଏହା ସେମାନେ ଭଲଭାବେ ଜାଣନ୍ତି।


ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ଆଚମ୍ବିତ ହୋଇ ପଚାରିଲେ, “”ଯିରୂଶାଲମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା, ଏ କ’ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇ ଯିବା ଉଦ୍ଦେଶ୍ୟରେ ସେ କ’ଣ ଏଠାକୁ ଆସି ନ ଥିଲା?”


ସହର ବାହାରକୁ ତାଙ୍କୁ ଟାଣି ନେଇ, ତାଙ୍କ ଉପରେ ପଥର ଫିଙ୍ଗି ମାରିଦେଲେ। ମିଥ୍ୟା ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ଜିମାରେ ସେମାନଙ୍କ ପୋଷାକସବୁ ଛାଡ଼ି ଯାଇଥିଲେ।


ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।


କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।


ଯେତେବେଳେ ତାହାର ମାଲିକମାନେ ନିଜର ଅର୍ଥ ଉପାର୍ଜନ ପନ୍ଥା ହରାଇଛନ୍ତି ବୋଲି ଜାଣିଲେ, ପାଉଲ ଓ ଶୀଲାଙ୍କୁ ଧରି ସହରର କେନ୍ଦ୍ରସ୍ଥଳରେ ଥିବା ରୋମୀୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଆଣି କହିଲେ,


Swiv nou:

Piblisite


Piblisite