Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:10 - ପବିତ୍ର ବାଇବଲ (CL) NT (BSI)

10 ସେ ନିଜକୁ ଜଣେ ମହାପୁରୁଷ ବୋଲି କହି ସମାଜର ସବୁ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ମାନ୍ୟାସ୍ପଦ ହୋଇଥିଲା। ସେମାନେ କହୁଥିଲେ, “ସେ ‘ମହାଶକ୍ତି’ ନାମରେ ଅଭିହିତ ଈଶ୍ୱରଙ୍କର ଏକ ଶକ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଈଶ୍ଵରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାକୁ ମାନ୍ୟ କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

10 ଈଶ୍ୱରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଈଶ୍ବରଙ୍କର ଯେଉଁ ଶକ୍ତିକୁ ମହାନ ବୋଲି କୁହାଯାଏ, ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏ ସେହି ବୋଲି କହି ତାହାଙ୍କୁ ମାନ୍ୟ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ

10 ତେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଶିମୋନଙ୍କ ପ୍ରତି ଧ୍ୟାନ ଦେଲେ। ଲୋକେ କହିଲେ, “ଏହି ଲୋକଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଯାହାକୁ କି ‘ମହାନ ଶକ୍ତି’ ବୋଲି କୁହାଯାଏ।”

Gade chapit la Kopi




ପ୍ରେରିତ 8:10
12 Referans Kwoze  

ପଶୁର ଗୋଟିଏ ମସ୍ତକ ଗୁରୁତର ଆଘାତ ପାଇଥିବା ପରି ମନେ ହେଉଥିଲା। କିନ୍ତୁ କ୍ଷତ ସ୍ଥାନଟି ଭଲ ହୋଇଯାଇଥିଲା ଏବଂ ପୃଥ୍ୱୀବାସୀ ସମସ୍ତେ ବିସ୍ମୟାଭିଭୂତ ହୋଇ ପଶୁର ଅନୁସରଣ କଲେ।


ତଥାପି ଅନେକ ସେମାନଙ୍କର ଅଧର୍ମ ମାର୍ଗ ଅନୁସରଣ କରିବେ। ଅନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ଧର୍ମପଥ ବିରୁଦ୍ଧରେ କଥା କହିବେ।


ପବନର ଗତିରେ ଓ ତରଙ୍ଗର ଧକ୍କାରେ ଇତସ୍ତତଃ ହେଉଥିବା ଶିଶୁମାନଙ୍କ ପରି ଆମ୍ଭେମାନେ ଆଉ ଅସ୍ଥିର ହେବା ନାହିଁ। ଅନ୍ୟମାନଙ୍କୁ ବିପଥଗାମୀ କରାଉଥିବା ପ୍ରତାରକମାନଙ୍କର କୌଶଳପୂର୍ଣ୍ଣ ଶିକ୍ଷାରେ ଆମେ ବିଚଳିତ ହେବ ନାହିଁ।


ତୁମ୍ଭେମାନେ ଜ୍ଞାନୀ ହୋଇ ମଧ୍ୟ ଆନନ୍ଦରେ ନିର୍ବୋଧମାନଙ୍କୁ ମହ୍ୟ କରୁଛ।


କିନ୍ତୁ ଇହୁଦୀ ଓ ଗ୍ରୀକ୍ ନିର୍ବିଶେଷରେ ଆହୂତ ସମସ୍ତଙ୍କ ପାଇଁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ଶକ୍ତି ଓ ଜ୍ଞାନର ଅଭିବ୍ୟକ୍ତି।


ପାଉଲଙ୍କ ଦେହ ଫୁଲି ଉଠିବ କିମ୍ବା ସେ ପ୍ରାଣତ୍ୟାଗ କରି ତଳେ ପଡ଼ିଯିବେ ଭାବି, ସେମାନେ କିଛି ସମୟ ଅପେକ୍ଷା କଲେ। କିନ୍ତୁ ଅନେକ ସମୟ ଅପେକ୍ଷା କରି ଯେତେବେଳେ ଦେଖିଲେ ଯେ, ପାଉଲଙ୍କର କୌଣସି ଅନିଷ୍ଟ ହୋଇନାହିଁ, ସେମାନେ ମତ ବଦଳାଇ କହିଲେ, “ଏ ଜଣେ ଦେବତା!”


ଉପସ୍ଥିତ ଜନତା ପାଉଲଙ୍କ ଏହି କାର୍ଯ୍ୟ ଦେଖି ସେମାନଙ୍କ ଲୁକାଅନିଆ ଭାଷାରେ ଚିକ୍ରାର କରି କହିବାକୁ ଲାଗିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭମାନଙ୍କ ମଧ୍ୟକୁ ଆସିଛନ୍ତି।”


Swiv nou:

Piblisite


Piblisite