Biblia Todo Logo
Bib sou entènèt

- Piblisite -




ପ୍ରେରିତ 8:1 - ପବିତ୍ର ବାଇବଲ (CL) NT (BSI)

1 ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଶାଉଲ ତାଙ୍କ ପ୍ରାଣନାଶରେ ସମ୍ମତଥିଲେ। ସେହିଦିନ ଯିରୂଶାଲମରେ ଥିବା ମଣ୍ତଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟ ସମସ୍ତେ ଯିହୁଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।

Gade chapit la Kopi

ଓଡିଆ ବାଇବେଲ

1 ଶାଉଲ, ସ୍ତିଫାନ‍ଙ୍କ ପ୍ରାଣନାଶରେ ଏକମତ ଥିଲେ । ସେହି ଦିନ ଯିରୂଶାଲମରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଶାଉଲ, ସ୍ତିଫାନଙ୍କ ହତ୍ୟାରେ ଏକମତ ଥିଲେ। ସେହି ଦିନ ଯିରୂଶାଲମ ସହରରେ ଥିବା ମଣ୍ଡଳୀ ପ୍ରତି ଅତିଶୟ ତାଡ଼ନା ଘଟିଲା; ସେଥିରେ ପ୍ରେରିତମାନଙ୍କ ଛଡ଼ା ଅନ୍ୟସମସ୍ତେ ଯିହୂଦିୟା ପ୍ରଦେଶ ଓ ଶମିରୋଣ ଅଞ୍ଚଳ ସମୂହର ଚାରିଆଡ଼େ ଛିନ୍ନଭିନ୍ନ ହୋଇଗଲେ।

Gade chapit la Kopi

ପବିତ୍ର ବାଇବଲ

1-3 ସ୍ତିଫାନଙ୍କ ମୃତ୍ୟୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ। କେତେକ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସେହି ଦିନ ଯିରୁଶାଲମରେ ଥିବା ବିଶ୍ୱାସୀମାନଙ୍କ ବିରୁଦ୍ଧରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ରେରିତମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲେ। କିନ୍ତୁ ଶାଉଲ ଘରେ ଘରେ ପଶି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ଆଣି କାରାଗାରରେ ରଖିଲେ ଓ ମଣ୍ଡଳୀ ଧ୍ୱଂସ କରିବା ପାଇଁ ଚେଷ୍ଟା କଲେ।

Gade chapit la Kopi




ପ୍ରେରିତ 8:1
35 Referans Kwoze  

ପୁଣି ଯେତେବେଳେ ଆପଣଙ୍କର ସାକ୍ଷୀ ସ୍ତିଫାନଙ୍କୁ ହତ୍ୟା କରାଗଲା, ମୁଁ ନିଜେ ସେଠାରେ ଥିଲି; ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ମୋର ସମ୍ମତି ଜଣାଇଥିଲି ଓ ତାଙ୍କର ହତ୍ୟାକାରୀମାନଙ୍କର ଉତ୍ତରୀୟ ବସ୍ତ୍ରଗୁଡ଼ିକୁ ଜଗି ରହିଥିଲି।’


ସହର ବାହାରକୁ ତାଙ୍କୁ ଟାଣି ନେଇ, ତାଙ୍କ ଉପରେ ପଥର ଫିଙ୍ଗି ମାରିଦେଲେ। ମିଥ୍ୟା ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ଜିମାରେ ସେମାନଙ୍କ ପୋଷାକସବୁ ଛାଡ଼ି ଯାଇଥିଲେ।


ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଭିତରକୁ ଡାକି, ସେମାନଙ୍କୁ ଚାବୁକ ପ୍ରହାର କରାଇଲେ ଏବଂ ଯୀଶୁଙ୍କ ନାମରେ କୌଣସି କଥା ନ କହିବାକୁ ଆଦେଶ ଦେଇ ଛାଡ଼ି ଦେଲେ।


ମହାସଭାର ସଦସ୍ୟମାନେ ଏହି କଥା ଶୁଣି ଏତେ ଉତ୍ତ୍ୟକ୍ତ ହେଲେ ଯେ, ସେମାନେ ଶିଷ୍ୟମାନଙ୍କୁ ମାରିଦେବା ପାଇଁ ଚାହିଁଲେ।


କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”


ଶମିରୋଣର ଲୋକମାନେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଛନ୍ତି ବୋଲି ଯିରୂଶାଲମରେ ଥିବା ପ୍ରେରିତ ଶିଷ୍ୟମାନେ ଶୁଣି, ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ।


ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।


ବିକ୍ଷିପ୍ତ ହୋଇ ରହିଥିବା ବିଶ୍ୱାସୀମାନେ ଚାରିଆଡ଼କୁ ଯାଇ ସୁସମାଚାର ପ୍ରଚାର କଲେ।


ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।


ମୋଶା ତାଙ୍କ ବିଶ୍ୱାସ ବଳରେ ରାଜାଙ୍କର କ୍ରୋଧକୁ ଭୟ ନ କରି ମିସର ଦେଶ ପରିତ୍ୟାଗ କରିଥିଲେ। ସେତେ ଯେପରି ସେ ଯିବାକୁ ବଦ୍ଧପରିକର ହୋଇଥିଲେ।


ହେ ଭାଇମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ମୋ’ ପ୍ରତି ଯାହା ଯାହା ଘଟିଛି, ତାହା ସୁସମାଚାରର ଅଗ୍ରଗତିକୁ ସାହାଯ୍ୟ କରିଛି।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।


“ଯାଅ, ମନ୍ଦିରରେ ଠିଆ ହୋଇ ଲୋକମାନଙ୍କୁ ଏହି ନୂଆ ଜୀବନ ବିଷୟରେ ସମସ୍ତ କଥା କୁହ।”


ସେମାନେ ପ୍ରେରିତ ଶିଷ୍ୟମାନଙ୍କୁ ଗିରଫ କରି ସାଧାରଣ କାରାଗାରରେ ରଖିଲେ।


ଈଶ୍ୱରଙ୍କ ପ୍ରଶଂସା କରି ଜଣେ ଅନ୍ୟ ଜଣର ଗୃହରେ ପାନ ଭୋଜନ କରୁଥିଲେ। ସେମାନେ ସମସ୍ତଙ୍କର ବିଶ୍ୱାସଭାଜନ ହେଲେ ଏବଂ ଦିନକୁ ଦିନ ପରିତ୍ରାଣପ୍ରାପ୍ତ ଲୋକମାନଙ୍କୁ ପ୍ରଭୁ ସେମାନଙ୍କ ଦଳରେ ଯୋଗ ଦେଲେ।


ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।


ତେଣୁ ମୁଁ କହୁଛି; ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଶିକ୍ଷାଗୁରୁ ଓ ବିଜ୍ଞ ଲୋକମାନଙ୍କୁ ପଠାଇବି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ତୁମେ ହତ୍ୟା କରିବ, କେତେକଙ୍କୁ କ୍ରୁଶରେ ଚାବୁକ ମାରି ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ତଡ଼ିଦେବ।


ଆଉ କେତେ ଜଣ ରାଜାଙ୍କର ଚାକରମାନଙ୍କୁ ଧରି ବାଡ଼େଇ ବାଡ଼େଇ ମାରିଦେଲେ।


“ତୁମ୍ଭେମାନେ ସମସ୍ତ ମାନବ ଜାତିର ଲବଣ ସ୍ୱରୂପ। କିନ୍ତୁ ଲବଣ ଯଦି ଲବଣତ୍ୱ ହରାଏ, ତେବେ ତାକୁ ଆଉ ଲବଣାକ୍ତ କରି ହେବ ନାହିଁ। ସେତେବେଳେ ତାହା ସମ୍ପୂର୍ଣ୍ଣ ଅଦରକାରୀ ହୋଇ ବାହାରେ ଫିଙ୍ଗି ଦିଆଯାଏ। ଲୋକେ ତାକୁ ମାଡ଼ି ଚାଲିଯାଆନ୍ତି।


ମହାସଭାର ସଦସ୍ୟମାନେ ସ୍ତିଫାନଙ୍କ ଭାଷଣ ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ, ତାଙ୍କ ପ୍ରତି ରାଗରେ ଦାନ୍ତ ରଗଡ଼ିଲେ।


କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।


ଶମିରୋଣର ପ୍ରଧାନ ନଗରକୁ ଯାଇ ଫିଲିପ୍ପ, ସେଠାକାର ଲୋକମାନଙ୍କ ନିକଟରେ ସମୀହଙ୍କ ବାର୍ତ୍ତା ପ୍ରଚାର କଲେ।


ଦାଉଦ ତାଙ୍କ ରାଜତ୍ୱ କାଳରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରି ଶେଷରେ ମୃତ୍ୟୁ ଭୋଗ କଲେ ଓ ପୂର୍ବପୁରୁଷମାନଙ୍କ ସହିତ ସମାଧିପ୍ରାପ୍ତ ହେଲେ। ତାଙ୍କ ଶରୀର ସମାଧିରେ କ୍ଷୟ ପାଇଲା।


ଯିରୂଶାଲମରେ ମୁଁ ସେପରି କଲି। ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ ଈଶ୍ୱରଙ୍କ ଭକ୍ତମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ନିକ୍ଷେପ କଲି ଓ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ମୁଁ ତାହାର ସପକ୍ଷରେ ଥିଲି।


ସେମାନେ ଜାଣନ୍ତି ଯେ, ଈଶ୍ୱରଙ୍କ ବିଧାନ ଅନୁଯାୟୀ ଏହିପରି ଲୋକମାନେ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏହା ଜାଣି ସୁଦ୍ଧା ସେମାନେ ସେହିପରି କୁକର୍ମ କରୁଥା’ନ୍ତି ଓ ତାହା କରୁଥିବା ଲୋକମାନଙ୍କୁ ଅନୁମୋଦନ କରନ୍ତି।


Swiv nou:

Piblisite


Piblisite