Biblia Todo Logo
Bib sou entènèt

- Piblisite -




ପ୍ରେରିତ 7:51 - ପବିତ୍ର ବାଇବଲ (CL) NT (BSI)

51 ସ୍ତିଫାନ ଆହୁରି କହିଲେ, “ତୁମ୍ଭେମାନେ କେଡ଼େ ଅବୋଧ୍ୟ। ତୁମ୍ଭମାନଙ୍କ ହୃଦୟ କେଡ଼େ ଅସୁନ୍ନତ। ଈଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କେଡ଼େ ବଧିର! ତୁମ୍ଭେମାନେ ଠିକ୍ ତୁମ ପୂର୍ବପୁରୁଷମାନଙ୍କ ପରି: ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କ ବିରୁଦ୍ଧାଚରଣ କରିଛ!

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ହେ ଶକ୍ତଗ୍ରୀବ, ପୁଣି ଅସୁନ୍ନତି ହୃଦୟ ଓ କର୍ଣ୍ଣବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷ-ମାନେ ଯେପରି, ଆପଣମାନେ ମଧ୍ୟ ସେହିପରି।

Gade chapit la Kopi

ଓଡିଆ ବାଇବେଲ

51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି।

Gade chapit la Kopi

ପବିତ୍ର ବାଇବଲ

51 ସ୍ତିଫାନ କହିଲେ, “ହେ ଯିହୂଦୀ ଲୋକମାନେ, ତୁମ୍ଭେମାନେ କେଡ଼େ ଜି‌ଦ୍‌ଖୋର! ତୁମ୍ଭମାନଙ୍କର ହୃଦୟ ପରମେଶ୍ୱରଙ୍କର ନୁହେଁ। ତୁମ୍ଭେମାନେ ତାହାଙ୍କ କଥା ଶୁଣିବାକୁ ମନା କରୁଛ। ତୁମ୍ଭେମାନେ ସର୍ବଦା ପବିତ୍ରଆତ୍ମାଙ୍କର ବିରୋଧ କରିଛ। ତୁମ୍ଭେମାନେ ସବୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରି ହେଉଛ।

Gade chapit la Kopi




ପ୍ରେରିତ 7:51
38 Referans Kwoze  

ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।


କିନ୍ତୁ ପବିତ୍ରଆତ୍ମା ସ୍ତିଫାନଙ୍କୁ ଏପରି ଆଜ୍ଞା ଦେଲେ ଯେ, କେହି ତାଙ୍କର ଯୁକ୍ତି ଖଣ୍ଡନ କରିପାରିଲେ ନାହିଁ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।


ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।


“କିନ୍ତୁ ଆମର ପୂର୍ବପୁରୁଷମାନେ ତାଙ୍କର ଅବାଧ୍ୟ ହେଲେ; ସେମାନେ ତାଙ୍କୁ ଉପେକ୍ଷା କରି ମିଶରକୁ ଫେରି ଯିବାକୁ ମନ ବଳାଇଲେ।


କିନ୍ତୁ ଯେଉଁ ଲୋକଟି ଅନ୍ୟ ପ୍ରତି ଦୁର୍ବ୍ୟବହାର କରୁଥିଲା, ସେ ମୋଶାଙ୍କୁ ଆଡ଼େଇ ଦେଇ ପଚାରିଲା, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କରିଛି?


“ଯାକୁବଙ୍କର ପୁତ୍ରମାନେ ସେମାନଙ୍କର ଭାଇ ଯୋସେଫ ପ୍ରତି ଈର୍ଷାନ୍ୱିତ ହୋଇ ତାଙ୍କୁ ମିସର ଦେଶରେ କ୍ରୀତଦାସ ରୂପେ ବିକ୍ରୀ କଲେ।


“ମୋଶା ଇଶ୍ରାୟେଲୀୟମାନଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ। ସେମାନେ ପଚାରିଲେ, ‘ଆମ ଉପରେ ତୋତେ କିଏ ଶାସକ ଓ ବିଚାରପତି କଲା?’ କିନ୍ତୁ ଈଶ୍ୱର ସେହି ମୋଶାଙ୍କୁ ଜ୍ୱଳନ୍ତ ବୁଦା ନିକଟରେ ଦର୍ଶନ ଦେଇଥିବା ଦୂତଙ୍କ ସାହାଯ୍ୟରେ ଲୋକମାନଙ୍କ ଉପରେ ଶାସନ କରିବାକୁ ଓ ସେମାନଙ୍କୁ ମୁକ୍ତ କରିବା ପାଇଁ ପଠାଇଲେ।


Swiv nou:

Piblisite


Piblisite